Categories
ଆଜିର ଖବର ଖେଳ ଜାତୀୟ ଖବର

ଇଂଲଣ୍ଡର ନୈରାଶ୍ୟଜନକ ଖେଳ ପ୍ରଦର୍ଶନ: ବିରାଟ ବାହିନୀକୁ ୪୯ ରନ ଟାର୍ଗେଟ

ଅହମ୍ମଦାବାଦ: ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟରେ ଦ୍ଵିତୀୟ ଦିବସ ଖେଳ ଜାରି ରହିଛି। ପ୍ରଥମ ପାଳିରେ ଇଂଲଣ୍ଡ ସମସ୍ତ ୱିକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲା। ଭାରତ ଗତକାଲିର ଅସମାପ୍ତ ଖେଳ ୩ ଟି ୱିକେଟରେ ୯୯ ରନରୁ ଖେଳ ଆଜି ଆରମ୍ଭ କରି ଆଜି ମାତ୍ର ଦଳୀୟ ସ୍କୋରରେ ୪୬ ରନ ଯୋଡି ସମସ୍ତ ୱିକେଟ ହରାଇଥିଲା। ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୧୪୫ ରନ କରିବାରେ ସକ୍ଷମ ହୋଇଥିଲା। ତେଣୁ ବିରାଟ ବାହିନୀ ଇଂଲଣ୍ଡ ଦଳ ଠାରୁ ପ୍ରଥମ ପାଳିରେ ୩୩ ରନରେ ଅଗ୍ରଣୀ ଥିଲା।

ତେବେ ଭ୍ରମଣକାରୀ ଦଳ ଆଜି ଦ୍ଵିତୀୟ ଇନିଂସ ଖେଳ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ପାଳି ଭଳି କୌଣସି ବ୍ୟଟ୍ସମ୍ୟାନ ଲମ୍ବା ପାଳି ଖେଳିବାରେ ସକ୍ଷମ ହୋଇପାରିନାହାନ୍ତି। ରୁଟଙ୍କ ଦଳ ମାତ୍ର ୮୧ ରନରେ ସମସ୍ତ ୱିକେଟ ହରାଇ ଭାରତୀୟ ଦଳକୁ ୪୯ ରନର ଟାର୍ଗେଟ ଦେଇଛି।

ଇଂଲଣ୍ଡ ପକ୍ଷରୁ ବେନ ଷ୍ଟ୍ରୋକ୍ସ ସର୍ବାଧିକ ୨୫ ରନ କରିଥିବା ବେଳେ ଅଧିନାୟକ ଜୋ ରୁଟ ୧୯ ରନ, ଓଲ୍ଲୀ ପୋପ ୧୨ ରନ ସଂଗ୍ରହ କରିପାରିଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ୫ ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନୀ ୪ ଟି ଏବଂ ୱାସିଙ୍ଗଟନ ସୁନ୍ଦର ୧ଟି ୱିକେଟ ଅକ୍ତିଆର କରିଛନ୍ତି।