Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏପ୍ରିଲ ୩ରୁ “ପଖାଳ ଉତ୍ସବ” ଆରମ୍ଭ

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ ଆଦୃତ ଓ ପ୍ରିୟ ଖାଦ୍ୟ। ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି। ପ୍ରତ୍ୟେକ ଓଡ଼ିଆଙ୍କର ଏହି ପସନ୍ଦର ଖାଦ୍ୟର ଅଧିକ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍ ) ପକ୍ଷରୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ୍ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ‘ପଖାଳ ଉତ୍ସବ’ର ଆୟୋଜନ କରାଯାଇଛି।

୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ପଖାଳ ସାଙ୍ଗକୁ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି। ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ପହଂଚାଇବା ଏହି ପଖାଳ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସୂଚନା ଦେଇଛନ୍ତି। ଖରାଦିନେ ପ୍ରତ୍ୟେକ ଓଡ଼ିଆ ଖରା ତାତିକୁ ଏଡ଼ାଇବା ପାଇଁ ପଖାଳ ଖାଇବାକୁ ହିଁ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି।

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ମଧ୍ୟ ପଖାଳ ହୋଇଥିବା ବେଳେ ଏହା ଶ୍ରୀମନ୍ଦିରରେ ଭୋଗ ଲାଗିଥାଏ। ସେହିପରି ନେପାଳ, ବାଂଲାଦେଶ, ମିଆଁମାର ଭଳି ଦେଶଗୁଡ଼ିକରେ ମଧ୍ୟ ଲୋକମାନେ ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି।

ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍‌ରେ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ପଖାଳ ଉତ୍ସବରେ ପ୍ରତ୍ୟେକ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପଖାଳ ପରଷା ଯିବ। ଏହି ଉତ୍ସବକୁ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ ମାନେ ହିଁ ସଂଚାଳନ କରିବେ।

ଏହି ୫ ଦିନିଆ ପଖାଳ ଉତ୍ସବରେ ଅତିଥି ମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯିବାର ବ୍ୟବସ୍ଥା ହେବ।

ସେହିପରି ପଖାଳକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଶୁଖୁଆ ଭଜା, ପୋହଳା ଭଜା, କୁକୁଡା କଷା, ଚୁନା ମାଛ ଭଜା, ଚିଙ୍ଗୁଡି ଝରଝରି, ମାଛ ଭଜା, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭଜା, ଆଳୁ ଓ ବାଇଗଣ ଭର୍ତା, ପୋଡା ଆଳୁ, ଗୋଟା ଭେଣ୍ଡି ଭଜା, ନଡ଼ିଆ ଭଜା, ସାଗ ବଡ଼ି ଭଜା, ପରିବା ଭଜା, ଚିପ୍ସ, ଆମ୍ବ ଛେଚା ଚଟଣୀ, ପୋଡା ଟମାଟୋ ଚଟଣୀ , ପନିର ଭୁର୍ଜି, ଆଳୁ କଲରା ବାଟି ତରକାରୀ ଓ ବଡି ଚୁରା ସହିତ କାକୁଡି, ପିଆଜ, ଲଙ୍କା ଓ ଲେମ୍ବୁ ପ୍ରଭୃତି ପରିବେଷଣ କରାଯିବାର ବ୍ୟବସ୍ଥା କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ଦିବସରେ ସୋଆ ଏସ୍‌ଏଚ୍‌ଏମ୍‌ରେ ଆରମ୍ଭ ହେଲା “ପଖାଳ ଉତ୍ସବ”

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ (ଏସ୍‌ଏଚ୍‌ଏମ୍ ) ଏପ୍ରିଲ୍‌୧ ଉତ୍କଳ ଦିବସ ଦିନ “ପଖାଳ ଉତ୍ସବ” ଆରମ୍ଭ ହୋଇଛି। ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବକୁ ସୋଆର ଉପସଭାପତି ଶାଶ୍ୱତୀ ଦାସ ଶୁଭାରମ୍ଭ କରିଛନ୍ତି।

ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ, ଫାକଲ୍ଟି ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଦ୍ୱାରା ପ୍ରତ୍ୟେକ ଓଡ଼ିଆଙ୍କ ଘରେ ପଖାଳକୁ ଆଦୃତ କରାଇବାର ଉଦ୍ଦେଶ୍ୟ ରହିଛି।

ଏହି ଉତ୍ସବର ଶୁଭାରମ୍ଭ କରି ଏହା ଏକ ଅଭିନବ ପ୍ରୟାସ ବୋଲି ଶ୍ରୀମତି ଦାସ କହିଥିଲେ। ବିଶ୍ୱ ଦରବାରରେ ପଖାଳ ଓଡ଼ିଆଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଏହା ଦ୍ୱାରା ଓଡ଼ିଆଙ୍କ ଅସ୍ମିତା ଅଧିକ ସୁଦୃଢ଼ ହେଉଛି ବୋଲି ସେ କହିଛନ୍ତି।

ପ୍ରତ୍ୟେକ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ। ତେଣୁ ଓଡିଆଙ୍କ ଖାଦ୍ୟ ରୁଚିକୁ ଦୃଷ୍ଟିକୁ ରଖି ପଖାଳ ଏବଂ ଅନ୍ୟାନ୍ୟ ଆମିଷ ଓ ନିରାମିଷ ବ୍ୟଞ୍ଜନର ବ୍ୟବସ୍ଥା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ। ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହ ପଖାଳ ଉତ୍ସବର ଆୟୋଜନ କରିଥିବାରୁ ଶ୍ରୀମତି ଦାସ ଏସ୍‌ଏଚ୍‌ଏମ୍‌ର ସମସ୍ତ କାର୍ଯ୍ୟକର୍ତାମାନଙ୍କର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ।

ପଖାଳ ଉତ୍ସବ ପରିପ୍ରେକ୍ଷୀରେ କୃତ୍ରିମ ପୋଖରୀ, କୂଅ, ବିଭିନ୍ନ ପ୍ରକାର ପରିବା ଚାଷ ଓ ଗ୍ରାମଦେବୀଙ୍କ ମୂର୍ତୀର ପୂଜାର୍ଚ୍ଚନା ଭଳି ଛାତ୍ରଛାତ୍ରୀମାନଙ୍କ ପ୍ରୟାସରେ ଏକ ଗ୍ରାମୀଣ ପରିବେଶ ସୃଷ୍ଟି କରାଯାଇଥିବା ବେଳେ ତିନୋଟି ଥିମ୍‌କୁ ନେଇ ଡାଏନିଂ ହଲ୍ ଆୟୋଜିତ ହୋଇଛି। ଏହି ତିନୋଟି ଡାଏନିଂ ହଲ୍‌କୁ ଅର୍କକ୍ଷେତ୍ର, ନଳବଣ ଓ ପିପିଲି ମଠସାହି ଭାବେ ନାମକରଣ କରାଯାଇଛି।

ସେହିପରି ପଖାଳ ଉତ୍ସବର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ କହିଥିଲେ ଯେ ଉତ୍କଳ ଦିବସରେ ପଖାଳ ଉତ୍ସବ ପାଳନ କରିବା ଆମ ପାଇଁ ଗୌରବ। ପାଂଚ ଦିନ ଧରି ଆୟୋଜିତ ହୋଇଥିବା ଏହି ପଖାଳ ଦିବସରେ ପଖାଳ ସହିତ ବିଭିନ୍ନ ପକ୍ରାରର ବ୍ୟଞ୍ଜନ ପରଷା ଯିବ ବୋଲି ସେ କହିଥିଲେ।

ଏହି ପଖାଳ ଉତ୍ସବରେ ଅତିଥିମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯାଉଛି। ସେହିପରି ପଖାଳ ଭାତକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଶୁଖୁଆ ଭଜା, ଚୁନା ମାଛ ଭଜା, ଆଚାରୀ କୁକୁଡା, ପୋହଳା ମାଛ ଭଜା, ଚିଙ୍ଗୁଡି ଝରଝରି, ମାଛ ଭଜା, ଛତୁ ପତ୍ରପୋଡା, ଛତୁ ଭଜା, ଆଳୁ ଭଜା, ବାଇଗଣ ଭରତା, ଗୋଟା କଲରା ଭଜା, କଖାରୁ ଫୁଲ ପିଠଉ, ଶାଗ ବଡି ଭଜା, ନଡ଼ିଆ ଭଜା, ପରିବା ଭଜା, ଆମ୍ବ ଚଟଣୀ, ପୋଡା ଟମାଟୋ , ପନିର ଭୁଜିଆ, ଆଳୁ ଚଟଣୀ, ଆଳୁ ସଜନା ଛୁଇଁ ବେସର, ଭେଣ୍ଡି ଭଜା ଓ ବଡି ଚୁରା ପ୍ରଭୃତି ପରିବେଷଣ କରାଯାଉଛି।

ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍‌ର ରେଷ୍ଟୁରାଂଟ ପରିସରରେ ୫ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ପଖାଳ ଉତ୍ସବରେ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପଖାଳ ପରଷା ଯିବ। ଓଡିଶାର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ମଧ୍ୟ ପରିବେଷଣ କରାଯାଉଛି।

ଏହି ଅବସରରେ ଫୁଡ୍ ଆଣ୍ଡ ବେଭ୍‌ରେଜ୍‌ର ପ୍ରଫେସର (ଡକ୍ଟର) ସୁଶାନ୍ତ ରଞ୍ଜନ ଚଇନି, ପ୍ରଫେସର ସଂଘମିତ୍ରା ମିଶ୍ର, ଜେନେରାଲ ମ୍ୟାନେଜମେଂଟ ପ୍ରଫେସର (ଡକ୍ଟର) ସସ୍ମିତା ମହାନ୍ତି, ପ୍ରଫେସର ସ୍ମିତା ମହାପାତ୍ର ପ୍ରମୁଖ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୋଆ ଏସ୍‌ଏଚ୍‌ଏମ୍‌ରେ ଆରମ୍ଭ ହେଲା “ପଖାଳ ଉତ୍ସବ”

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ ତଥା ଓଡ଼ିଆଙ୍କ ପ୍ରାଣ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍  ହୋଟେଲ୍ ମ୍ୟାନେଜମେଂଟ ଠାରେ ଏପ୍ରିଲ୍ ୧ ତାରିଖ ଦିନ “ପଖାଳ ଉତ୍ସବ” ଆରମ୍ଭ ହୋଇଛି। ୬ ଦିନ ବ୍ୟାପି ଚାଲିବାକୁ ଥିବା ଏହି ପଖାଳ ଉତ୍ସବକୁ ସୋଆର ଉପସଭାପତି
ଶାଶ୍ୱତୀ ଦାସ ଶୁଭାରମ୍ଭ କରିଛନ୍ତି।

ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ, ଫାକଲ୍ଟି ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଦ୍ୱାରା ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହାକୁ ଆଦୃତ କରାଇବାର ଉଦ୍ଦେଶ୍ୟ ରହିଛି। ଉତ୍କଳ ଦିବସ ଅବସରରେ ଏହି ଉତ୍ସବର ଶୁଭାରମ୍ଭ କରି ଶ୍ରୀମତି ଦାସ ଏହାକୁ ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି।

ବିଶ୍ୱ ଦରବାରରେ ପଖାଳ ଓଡ଼ିଆଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଏହା ଦ୍ୱାରା ଓଡ଼ିଆଙ୍କ ଅସ୍ମିତା ଅଧିକ ସୁଦୃଢ଼ ହେଉଛି ବୋଲି ସେ କହିଛନ୍ତି।

ପଖାଳ ଉତ୍ସବ ପରିପ୍ରେକ୍ଷୀରେ ଗ୍ରାମାଂଚଳର ଛାପ ସୃଷ୍ଟି କରାଯିବା ସହ କୃତ୍ରିମ ପୋଖରୀ, କୂଅ, ବିଭିନ୍ନ ପ୍ରକାର ପରିବା ଚାଷ ଓ ଗ୍ରାମଦେବୀଙ୍କ ମୂର୍ତୀର ପୂଜାର୍ଚ୍ଚନା ଭଳି ଛାତ୍ରଛାତ୍ରୀମାନଙ୍କ ପ୍ରୟାସରେ ଏକ ପରିବେଶ ସୃଷ୍ଟି କରାଯାଇଥିବା ବେଳେ ଏହାକୁ ଶ୍ରୀମତି ଦାସ ପ୍ରଶଂସା କରିଛନ୍ତି।

ସେହିପରି ପଖାଳ ଉତ୍ସବର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇ ଏସ୍‌ଏଚ୍‌ଏମ୍‌ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର କହିଥିଲେ ଯେ ଓଡ଼ିଆଙ୍କ ପ୍ରାଣ ହେଉଛି ପଖାଳ କଂସା। ପଖାଳ ଦ୍ୱାରା ଅଂଶୁଘାତ ଓ ଚର୍ମ ରୋଗ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ। ଗରିବ ହୁଅନ୍ତୁ କି ଧନୀ ସବୁ ଓଡ଼ିଆଙ୍କର ପ୍ରିୟ ହେଉଛି ପଖାଳ। ୭ ବର୍ଷ ଧରି ପଖାଳ ଉତ୍ସବ ଏସ୍‌ଏଚ୍‌ଏମ୍‌ରେ ପାଳନ ହୋଇଆସୁଥିବା ବେଳେ ଗତ ୨ ବର୍ଷ ହେବ କୋଭିଡ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆଗକୁ ଏହି ଉତ୍ସବ ମହୋତ୍ସବର ରୂପ ନେବ ବୋଲି ପ୍ରଫେସର ମିଶ୍ର ଆଶା ବ୍ୟକ୍ତ କରିଛନ୍ତି

ଏହି ପଖାଳ ଉତ୍ସବରେ ଅତିଥିମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯାଉଛି। ସେହିପରି ପଖାଳ ଭାତକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଖଇଙ୍ଗା ଶୁଖୁଆ ଭଜା, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭରତା, ଗୋଟା କଲରା ଭଜା, କଖାରୁ ଫୁଲ ପିଠଉ, ଶାଗ ବଡି ଭଜା, ପୋଡା ଟମାଟ ଚଟଣୀ, ଆଳୁ ସଜନା ଛୁଇଁ ବେସର, ଭେଣ୍ଡି ଭଜା ଓ ବଡି ଚୁରା ପ୍ରଭୃତି ପରିବେଷଣ କରାଯାଉଛି।

ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍‌ର ରେଷ୍ଟୁରାଂଟ ପରିସରରେ ୬ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ପଖାଳ ଉତ୍ସବରେ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପଖାଳ ପରସା ଯିବ। ଓଡିଶାର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ମଧ୍ୟ ପରିବେଷଣ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲିଠୁ ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ “ପଖାଳ ଉତ୍ସବ” 

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ “ପଖାଳ” ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ବେଶ ଆଦୃତ ଓ ପ୍ରିୟ ଖାଦ୍ୟ। ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି।

ଏହି ଖାଦ୍ୟକୁ ଅଧିକ ମାତ୍ରାରେ ପ୍ରସାରିତ ଓ ଆଦୃତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଶିକ୍ଷା ଅନୁଷ୍ଠାନରେ ଏପ୍ରିଲ୍ ୧ ରୁ ୬ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି “ପଖାଳ ଉତ୍ସବ”ର ଆୟୋଜନ କରାଯାଇଛି।

ଏହି ଉତ୍ସବରେ ଅତିଥିମାନଙ୍କୁ ପଖାଳ ସହିତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପରିବେଷଣ କରାଯିବ। ଓଡିଶାର ଗ୍ରାମୀଣ ସଂସ୍କୃତି, ପରମ୍ପରା, ଖାଦ୍ୟରୁଚି, ଜୀବନଚର୍ଯ୍ୟା ତଥା କଳା କୌଶଳର ଏକ ଜୀବନ୍ତ ରୁଚିର ଉପସ୍ଥାପନା ଏହି ପଖାଳ ଉତ୍ସବରେ ଦେଖିବାକୁ ମିଳିବ।

ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟର ଆଡଭାଇଜର ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କ ତତ୍ୱାବଧାନ ଓ ସମସ୍ତ ଫାକଲ୍ଟି ମେମ୍ବର, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ପ୍ରତ୍ୟେକ ବର୍ଷ ଏହି ପଖାଳ ଉତ୍ସବ ପାଳନ ହୋଇଆସୁଥିବା ବେଳେ ଗତ ୨ବର୍ଷ ଧରି କୋଭିଡ ମହାମାରୀ ଯୋଗୁଁ ଏହି ଉତ୍ସବକୁ ସ୍ଥଗିତ ରଖାଯାଇଥିଲା।

ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଓଡିଆଙ୍କ ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ହେଉଛି ଏହି ପଖାଳ ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍ ର ରେଷ୍ଟୁରାଂଟ ପରିସରରେ ୬ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ପଖାଳ ଉତ୍ସବରେ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପଖାଳ ପରସା ଯିବ। ଏହାର ମୂଲ୍ୟ ୨୦୦ ଟଙ୍କା ରଖାଯାଇଛି।

ଏହି ପଖାଳ ଉତ୍ସବରେ ପାରମ୍ପରିକ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଲେମ୍ବୁ ପଖାଳ, ଆମ୍ବ ପଖାଳ ସହିତ ପଖାଳ ଭାତକୁ ସୁହାଇଲା ଭଳି ବିଭିନ୍ନ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଖଇଙ୍ଗା ଶୁଖୁଆ ଭଜା, ଛତୁ ପତ୍ର-ପୋଡା, ଆଳୁ ଭଜା, ବାଇଗଣ ଭରତା, ଗୋଟା କଲରା ଭଜା, କଖାରୁ ଫୁଲ ପିଠଉ, ଶାଗ ବଡି ଭଜା ଓ ବଡି ଚୁରା ପରିବେଷଣ କରାଯିବ।

ଓଡିଶାର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ପରିବେଷଣର ବ୍ୟବସ୍ଥା ମଧ୍ୟ ରହିବ।