Categories
ଆଞ୍ଚଳିକ

ରେଢାଖୋଲରେ ପଙ୍ଗପାଳ ଆଗମନକୁ ନେଇ ଚିନ୍ତାରେ ଚାଷୀ : କୃଷି ବିଭାଗର ସ୍ପଷ୍ଟୀକରଣ

କନ୍ଦର୍ପ ବେହେରା
ରେଢାଖୋଲ : କିଛି ଦିନ ହେଲା ପଙ୍ଗପାଳ ଭାରତ ଭିତରକୁ ପଶିଆସି ଚାଷୀ ମାନଙ୍କର ବହୁ ଫସଲ ନଷ୍ଟ କରିଦେବା ସହ ମୂଲ୍ୟବାନ ଗଛ ସବୁ ନଷ୍ଟ କରିଦେଉଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ଛତିଶଗଡ ,ବିହାର, ମଧ୍ୟପ୍ରଦେଶ ଦେଇ ପଙ୍ଗପାଳ ମାନେ ଓଡିଶାକୁ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ମଧ୍ୟ ଖବର ହସ୍ତଗତ ହୋଇଛି ।

ଆଜି ରେଢାଖୋଲ ରେଳଷ୍ଟେସନ ପାଖରେ ବହୁ ଗୁଡିଏ ଝିଟିକା କେତୋଟି ଗଛରେ ବସିଥିବାର ନଜରକୁ ଆସିବା ପରେ ଏହା ପଙ୍ଗପାଳ ବୋଲି ଲୋକମାନେ ଦାବି କରିଥିଲେ । ତେବେ କୃଷି ବିଭାଗର ବରିଷ୍ଠ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ଝିଣ୍ଟିକା ପରି ଦେଖାଯାଉଥିବା ଏହି ଜୀବଟି ପଙ୍ଗପାଳ ନୁହେଁ ବରଂ ଏକ ପ୍ରକାର ଝିଣ୍ଟିକା ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି । ବର୍ଷା ଋତୁ ଆରମ୍ଭରେ ଏହି ଝିଂଟିକା ମାନେ ଆସିଥାନ୍ତି । ରେଢାଖୋଲକୁ ପଙ୍ଗପାଳ ଆସି ନାହାନ୍ତି ଏହା ଲୋକମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଇଛି ବୋଲି ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି । ଏପଟେ ଏଠାକାର ଜନସାଧାରଣ ଏହା ପଙ୍ଗପାଳ ବୋଲି ଦାବୀ କରିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ଚାଷୀ ଠିକ୍ କହୁଛି ନା କୃଷି ବିଭାଗ ଠିକ୍ କହୁଛି ତାହା ସମୟ କହିବ ବୋଲି ଲୋକମାନେ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ଆବଶ୍ୟକ ପଡିଲେ ଅଗ୍ନିଶମ ବିଭାଗର ସହାୟତା ନିଆଯିବ

ଭୁବନେଶ୍ବର : ପଙ୍ଗପାଳ ମୁକାବିଲା ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷ ବୈଠକ କରିଥିଲେ । ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି ଯେ ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଆମେ ଏଥିପାଇଁ ପୂରା ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି । ତେଲେଙ୍ଗାନା, ଆନ୍ଧ୍ର, ବିହାର, ଛତିଶଗଡ଼ ଉପରେ ନଜର ରହିଛି । ଚାରି ହଜାର ନିକଟବର୍ତ୍ତୀ ଜିଲ୍ଳାକୁ ଆଲର୍ଟରେ ରଖାଯାଇଛି । ଏହାସହ ଓଡ଼ିଶାର 8ଜିଲ୍ଳାକୁ ଆଲର୍ଟ କରାଯାଇଛି । 8 ଜିଲ୍ଲା ହେଉଛି ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୁରଭଞ୍ଜ । 50ଲକ୍ଷ ଚାଷୀଙ୍କୁ ସଚେତନ କରାଯାଇଛି । ଜିଲ୍ଳାପାଳ ଓ କୃଷି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜଙ୍ଗଲ, କୃଷି, ଅଗ୍ନିଶମ ଓ ହର୍ଟିକଲଚର ମିଳିତ ଉଦ୍ୟମରେ ପଙ୍ଗପାଳ ମୁକାବିଲା କରାଯିବ । କେମିକାଲ ସହ ବଡ଼ବଡ଼ ସ୍ପ୍ରେ ମେସିନ ପ୍ରସ୍ତୁତ ରଖାଯାଇଛି । ଏହା ସହିତ ଆବଶ୍ୟକ ପଡିଲେ ଅଗ୍ନିଶମ ବିଭାଗର ମଧ୍ୟ ସହାୟତା ନିଆଯିବ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ୍‌ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିଣିକ୍ତ ମୁଖ୍ୟ ଶାସନ ସଚିବ, ଓୟୁଏଟିର କୁଳପତି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ବତନ୍ତ୍ର ସଚିବ, କୃଷି ନିର୍ଦ୍ଦେଶକ ଏବଂ ଭାରତ ସରକାରଙ୍କ ସମନ୍ବିତ ରୋଗ ପୋକ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପଙ୍ଗପାଳ ମୁକାବିଲା ପାଇଁ  କୃଷି ବିଭାଗ ଜାରି କଲା ଏସ୍‌ଓପି

ଭୁବନେଶ୍ବର : ପଙ୍ଗପାଳ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ପଙ୍ଗପାଳ ମୁକାବିଲା ନେଇ କୃଷି ବିଭାଗ ଏସ୍‌ଓପି ଜାରି କରିଛି । ଜିଲ୍ଲା ଓ ବ୍ଲକର କୃଷି ଅଧିକାରୀ ମନିଟରିଂ କରିବା ପାଇଁ କୁହାଯାଇଛି। ଏହା ସହ ସର୍ଭେ କରିବେ କେଉଁ ଏରିଆ ରେ ପଙ୍ଗପାଳ ଆସିଲେ । ଏହା ସହ ପଙ୍ଗପାଳ କଣ୍ଟ୍ରୋଲ କରିବା ନେଇ ଟ୍ରେନିଂ ଦିଆଯାଇଛି ।

ପଙ୍ଗପାଳ ନିୟନ୍ତ୍ରଣ ନେଇ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ଗଠନ କରାଯାଇଛି । ତିରିଶିଟି ଜିଲ୍ଲାରେ ନୋଡାଲ୍‌ ଅଫିସର୍‌ମାନେ ଏନେଇ  ଏହାସହ ଜିଲ୍ଲା ସ୍ତରୀୟ ଏକ ମନିଟରିଂ କମିଟି ଗଠନ କରାଯାଇଛି । ଏଥିପାଇଁ ପୂର୍ବରୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରିରହିଛି । ମୌସୁମୀ ଏବଂ ପବନର ଦିଗ ଉପରେ ନିର୍ଭର କରୁଛି ଯେ ପଙ୍ଗପାଳ ଓଡିଶା ଆଡେ ଆସିବ କି ନାହିଁ । ତଥାପି ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି କୃଷି ନିର୍ଦ୍ଦେଶକ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ ଛୁଇଁଲେ ପଙ୍ଗପାଳ

ଛତିଶଗଡ : ପଡୋଶୀ ଛତିଶଗଡ ରାଜ୍ୟରେ ପ୍ରବେଶ କଲେ ପଙ୍ଗପାଳ ପଲ। ଛତିଶଗଡ କୋରିଆ ଜିଲ୍ଲାର ଭରତପରୁ ଜଙ୍ଗଲରେ ପଙ୍ଗପାଳ ପହଞ୍ଚିଥିବାର ସୂଚନା ରହିଛି। ମଧ୍ୟପ୍ରଦେଶରୁ ଆସି କୋରିଆଁ ଜିଲ୍ଲାରେ ପହଞ୍ଚିଛନ୍ତି ପଙ୍ଗପାଳ।  ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ ଛନ୍‌କା ପଶିଛି। ପଙ୍ଗପାଳ ଦଳକୁ ଘଉଡାଇବା ପାଇଁ ଗାଁ ଲୋକ ମାନେ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି। ବାଣଫୁଟାଇ, ଟିଣ ବାଡେଇ ପଙ୍ଗପାଳଙ୍କୁ ଘଉଡାଉଥିବା ସୂଚନା ରହିଛି। ଅଗ୍ନିଶମ କର୍ମଚାରୀମାନେ ମଧ୍ୟ କୀଟନାଶକ ସ୍ପ୍ରେ କରୁଥିବାର ସୂଚନା ରହିଛି। ଛତିଶଗଡକୁ ଆସିଥିବା ପଙ୍ଗପାଳ ଦଳ ପ୍ରାୟ ତିନି କିମି ପର୍ଯ୍ୟନ୍ତ ଲମ୍ବିଛି । ଏହି ତିନି କିମି ଲମ୍ବିଥିବା ଦଳରେ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଅଛନ୍ତି ବୋଲି ସୂଚନା ରହିଛି। ସେହିପରି ଛତିଶଗଡରେ ପଙ୍ଗପାଳ ଆସିବା ପରେ ଓଡ଼ିଶାକୁ ମଧ୍ୟ ପଙ୍ଗପାଳ ଭୟ ବଢିଛି। ଚାଷୀଙ୍କ ପାଇଁ ରାଜ୍ୟ କୃଷି ବିଭାଗ ଗାଇଡଲାଇନ୍ସ ଜାରି କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ଜୁନ୍‌ରେ ଓଡ଼ିଶାରେ ପହଞ୍ଚି ପାରନ୍ତି ପଙ୍ଗପାଳ

ଭୁବନେଶ୍ୱର: ଜୁନ୍‌ରେ ଓଡ଼ିଶାରେ ପହଞ୍ଚି ଯାଇ ପାରନ୍ତି ପଙ୍ଗପାଳ। କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଯଦି ଏମାନେ ଓଡ଼ିଶାକୁ ଆସନ୍ତି, ତେବେ ସ୍ଥିତି ମୁକାବିଲା ପାଇଁ କ’ଣ ସବୁ ପଦକ୍ଷପ ଗ୍ରହଣ କରାଯିବ, ସେ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି।

ଓୟୁଏଟିର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ‘ଯଦି ଓଡ଼ିଶାକୁ ପଙ୍ଗପାଳ ଆସନ୍ତି ତେବେ ପଶ୍ଚିମ ଓଡ଼ିଶାକୁ ପ୍ରଥମେ ଆସିବେ। ତେବେ ବର୍ଷା ଆରମ୍ଭ ହେଲେ ପଳାଇବେ। ରାଜ୍ୟରେ ପଙ୍ଗପାଳ ମୁକାବିଲା ପାଇଁ ଟିମ୍ ଗଠନ ସହ ଏସ୍‌ଓପି ଜାରି ହେବ।  ଜିଲ୍ଲା ଓ ବ୍ଲକ୍ ସ୍ତରରୁ ଦୈନିକ ରିପୋର୍ଟ ସଂଗ୍ରହ କରାଯିବ। ଚାଷୀଙ୍କ ପାଇଁ ମାର୍ଗଦର୍ଶିକା ଜାରି ହେବ। ସବୁ ଝିଣ୍ଟିକା ପଙ୍ଗପାଳ ନୁହଁନ୍ତି ବୋଲି ଓୟୁଏଟିର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍ କହିଛନ୍ତି। ପାକିସ୍ତାନ ପଟୁ ଦେଶକୁ ପଶି ଆସିଥିବା ପଙ୍ଗପାଳଙ୍କୁ ନେଇ ବିଭିନ୍ନ ରାଜ୍ୟର ଚାଷୀଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି ।