Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଧନୁମାସ ୨୮ ଦିନ, ଗୁରୁବାର, ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥି। ମନ୍ଦିର ପାଞ୍ଜିଗଣକ ଶରତ ଚନ୍ଦ୍ର ଦାଶ ମା’ଙ୍କ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର କରିଥିଲେ। ବଡ଼ ରୟତ ଅଶୋକ ସ୍ୱାଇଁ, ଉପି ପ୍ରଧାନ ମା’ଙ୍କ ଜମିରୁ ଅମଳ ନୂଆ ଧାନ ନୂଆ ବିରି ଆଣି ଖମାର ଭରି କରିଥିଲେ। ଶୁଦ୍ଧପୁତ ଭାବରେ ନୂଆ ଧାନରୁ ଚାଉଳ, ଲିଆ, ଚୁଡ଼ା ପ୍ରସ୍ତୁତ ହୋଇଥିଲା।

ପୂର୍ବ ଦିନରୁ ମନ୍ଦିରଶୋଧ କରାଯାଇ ରୋଷଘର ଲିପାପୋଛା ହୋଇ କୁମ୍ଭକାର ସେ ବାୟତଙ୍କ ଘରୁ ନୂଆ ଅଥର ହାଣ୍ଡି ଆଣି ରଖାଯାଇଥିଲା। ରଜକ ସେବାୟତ ନୂଆ ଅଥରକନା ଆଣିଦେଇଥିଲେ। ମଧୁ ବୈଶ୍ୟ ସେ ବାୟତ, ନୂଆ ଲିଆ ନୂଆଚୁଡାରେ ଗୁଡ଼ ନଡ଼ିଆ ମସଲା ଦେଇ ଦୁଇଟି ଲେଖାଏଁ ଲମ୍ବା ମୁଆଁ ଦୁଇଟି ଲେଖାଏଁ ଗୋଲମୁଆଁ ପ୍ରସ୍ତୁତ କରିଥିଲେ। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ ପରେ ବେଶ କରାଯାଇଥିଲା।

ସବୁଦିନ ପରି ବଲ୍ଲଭ ଆଳତି ନ ହୋଇ ନୀତି ଅନୁସାରେ ନବାନ୍ନ ଲାଗି ପର୍ଯ୍ୟନ୍ତ ସର୍ବ ସାଧାରଣଙ୍କ ନୈବେଦ୍ୟ ଅର୍ପଣ ମଧ୍ୟ ହୋଇନଥିଲା। ସମସ୍ତ ନିଯୋଗୀ ସେବାୟତ, ମନ୍ଦିର କାର୍ଯ୍ୟାଳୟର କର୍ମଚାରୀ ଶୁଦ୍ଧପୂତ ହୋଇ କୌଣସି ଖାଦ୍ୟଗ୍ରହଣ ନକରି ସେହି ଶୁଭଲଗ୍ନକୁ ଅପେକ୍ଷା କରିଥିଲେ।

ସକାଳ ୮ ଘଟିକାରେ ନିଯୋଗୀ ଦଣ୍ଡସେଣା ଶୁଦ୍ଧପୂତ ହୋଇ କାର୍ଯ୍ୟାଳୟ ଭଣ୍ଡାର ଘରୁ ନୂଆ ଚାଉଳ, ନୂଆ ବିରି, ଡାଲି, ଅଟା,ଗୁଡ଼, ନଡ଼ିଆ, ଘିଅ, ମସଲା, ପରିବା, ଶାଗ ଆଣି କଟାବଟା ଘରେ ପହଞ୍ଚାଇ କଟାବଟା କରି ଯୋଗାଇଥିଲେ। ସୁଆର ସେବକ ମା’ଙ୍କ ପାଖରେ ସମର୍ପିତ ହୋଇ ସମସ୍ତ ପ୍ରକାର ନୈବେଦ୍ୟ ପ୍ରସ୍ତୁତ କରିଥିଲେ। ଦିବା ୧ ଘଟିକା ୨୦ ମିନିଟ ସମୟରେ ଧୂପକାହାଳି ବାଜିଥିଲା। ପରେ ପରେ ଘଣ୍ଟା ଘଣ୍ଟ, ବାଦ୍ୟ ବାଜି ଉଠି ମା’ଙ୍କ ପିଣ୍ଡିରେ ନୂଆଖଇ ଓ ନୂଆଁ ଚୁଡାର ବଲ୍ଲଭ ମୁଆଁ ସହିତ ସୁପକାର ସେବାୟତ ମୁହଁରେ ତୁଣ୍ଡି ବାନ୍ଧି ଶୁଦ୍ଧପୂତ ଭାବରେ ପ୍ରସ୍ତୁତ ନବାନ୍ନ ଖେଚଡ଼ି, ଡାଲି, ମହୁର, ଆମ୍ବିଳ, ଶାଗମୁଗ, ନୂଆ ଏଣ୍ଡୁରି ପରି ସମସ୍ତ ପ୍ରକାର ନୈବେଦ୍ୟ ଏକାଥରେ ଆଣି ଠା କରିଥିଲେ।

ମୁଖ୍ୟ ପୂଜକ ପରିଛା ସାଆନ୍ତ, ପାଳିଆ ମାଳି ରହି ଧୂପ ବଢିମା’ଙ୍କୁ ଆଳତୀ କରାଇଥିଲେ।ପରେ ବେଢାରେ ଥିବା ସମସ୍ତ ପାର୍ଶ୍ଵଦେବାଦେବୀଙ୍କ ପାଖରେ ଗୁଣ୍ଡା ଭୋଗ ଲାଗି ହୋଇ
ଥିଲା। ନିଯୋଗୀ ସେବାୟତ, ମନ୍ଦିର କର୍ମଚାରୀ ପ୍ରଥମେ ମା’ଙ୍କ ପାଖରେ ସମର୍ପିତ ହୋଇ ମଙ୍ଗଳ କାମନା କରି ନବାନ୍ନ ପ୍ରସାଦ ଗ୍ରହଣ କରିବା ପରେ ସର୍ବସାଧାରଣଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବଙ୍କ ପୀଠରେ ମଧ୍ୟ ଅନୁରୂପ ଭାବରେ ବିଧି ବିଧାନର ସହିତ ନବାନ୍ନ ଲାଗି କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ସୂଚନାପ୍ରଦାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ନାଗ ପଞ୍ଚମିରେ ଘର ବାହାରେ ଲେଖନ୍ତୁ ଗୋଟିଏ ନାମ, କେବେ ଘରେ ପ୍ରବେଶ କରିବେ ନାହିଁ ସାପ!

ନୂଆଦିଲ୍ଲୀ: ଶ୍ରାବଣ ମାସ ଶୁକ୍ଲ ପକ୍ଷର ପଞ୍ଚମୀ ତିଥିରେ ନାଗପଞ୍ଚମୀ ପର୍ବ ପାଳନ କରାଯିବ। ଏଥର ନାଗ ପଞ୍ଚମି ଅଗଷ୍ଟ ୨ ତାରିଖରେ ପାଳନ କରାଯିବ। ଏହି ଦିନ ନାଗଦେବଙ୍କୁ ପୂଜା କରିବାର ନିୟମ ରହିଛି। ପୌରାଣିକ ବିଶ୍ୱାସ ଅନୁଯାୟୀ, ଶ୍ରାବଣର ପଞ୍ଚମୀ ତିଥି ସାପମାନଙ୍କ ପାଇଁ ଅତ୍ୟନ୍ତ ପ୍ରିୟ, କାରଣ ଏହି ଦିନ ସମସ୍ତ ସାପର ବିନାଶକୁ ରକ୍ଷା କରାଯାଇଥିଲା। ପ୍ରାଚୀନ କାଳରୁ ସାପ ସହିତ ଜଡିତ ଏକ ପରମ୍ପରା ଅଛି।

କୁହାଯାଏ ଯେ, ସାପ ଘରର ବାହ୍ୟ କାନ୍ଥରେ ଋଷିଙ୍କ ​​ନାମ ଲେଖିଲେ ଘରେ ସାପ ପ୍ରବେଶ କରେ ନାହିଁ। କିମ୍ବଦନ୍ତୀ କ’ଣ କହୁଛି ଆସନ୍ତୁ ଜାଣିବା…

ସାପ କାମୁଡ଼ାରୁ ରକ୍ଷା କରନ୍ତି ଏହି ଋଷି:

ସାପର ନାମ ଶୁଣି ମନରେ ଭୟ ସୃଷ୍ଟି ହୁଏ। ଏଭଳି ପରିସ୍ଥିତିରେ ପ୍ରାଚୀନ କାଳରୁ ଚାଲିଆସୁଥିବା ଏକ ପରମ୍ପରା କେତେକ ସ୍ଥାନରେ ପ୍ରଚଳିତ ଅଛି। ବିଶ୍ୱାସ କରାଯାଏ ଯେ, ସାପମାନେ ଘରର ବାହ୍ୟ କାନ୍ଥରେ ‘ଆସ୍ତିକ ମୁନିଙ୍କ ଦୁହାଇ’ ବାକ୍ୟ ଲେଖିଲେ ଘରେ ସାପ ପ୍ରବେଶ କରନ୍ତି ନାହିଁ। ଏହି ବିଶ୍ୱାସ ପଛରେ ଏକ କିମ୍ବଦନ୍ତୀ ମଧ୍ୟ ଅଛି।

କିମ୍ବଦନ୍ତୀ କ’ଣ କହୁଛି:

ମହାଭାରତ କାଳରେ, ଶମିକ ମୁନିଙ୍କ ଅଭିଶାପ ହେତୁ ତକ୍ଷକ ନାଗ ରାଜା ପରୀକ୍ଷିତଙ୍କୁ କାମୁଡିଥିଲେ। ତାଙ୍କ ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ପରୀକ୍ଷିତଙ୍କ ପୁଅ ଜନମେଜୟ ସମସ୍ତ ସାପକୁ ନଷ୍ଟ କରିବା ପାଇଁ ସାର୍ପୋଷ୍ଟି ଯଜ୍ଞ ଆୟୋଜନ କରିଥିଲେ। ଏହି ଯଜ୍ଞର ପ୍ରଭାବ ହେତୁ ଦୁନିଆର ସମସ୍ତ ସର୍ପ ଏବଂ ସର୍ପମାନେ ନିଜେ ଅଗ୍ନି ଗର୍ତ୍ତ ଆଡକୁ ଟାଣି ହୋଇ ଯାଉଥିଲେ। ଗୋଟିଏ ପରେ ଗୋଟିଏ ସମସ୍ତ ସାପ ଭସ୍ମ ହେବାକୁ ଲାଗିଲେ। ସର୍ପମାନେ ସେମାନଙ୍କୁ ରକ୍ଷା କରିବା ପାଇଁ ମହାନ ଋଷି ଆସ୍ତିକ ମୁନିଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ବ୍ରହ୍ମାଙ୍କ ବରଦାନ ହେତୁ ଆସ୍ତିକ ମୁନି ଏହି ଯଜ୍ଞକୁ ଶେଷ କରି ସର୍ପମାନଙ୍କ ଜୀବନ ରକ୍ଷା କରିଥିଲେ। ତା’ପରେ ସର୍ପମାନେ ଆସ୍ତିକ ମୁନିଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେମାନେ ଯେଉଁ ସ୍ଥାନରେ ଆସ୍ତିକ ମୁନିଙ୍କ ନାମ ଲେଖାଯିବ ସେହି ସ୍ଥାନରେ ସେମାନେ ପ୍ରବେଶ କରିବେ ନାହିଁ। ଯେଉଁ ଘରେ ସର୍ପ ପୂଜା କରାଯାଏ, ସେହି ଘରେ ସାପ କାମୁଡ଼ିବାର ଭୟ କେବେ ରହିବ ନାହିଁ। ଏହି ପରମ୍ପରା ହେତୁ ଲୋକମାନେ ନିଜ ଘର ବାହାରେ ଥିବା କାନ୍ଥରେ ଆସ୍ତିକ ମୁନିଙ୍କ ନାମ ଲେଖନ୍ତି।