Categories
ଅପରାଧ ଆଜିର ଖବର ଜାତୀୟ ଖବର

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଆଶ୍ଵସ୍ତି, ମନି ଲଣ୍ଡରିଂ ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ପଟିଆଲା ହାଉସ କୋର୍ଟରୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ତାଙ୍କୁ ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡରେ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ଏଥିସହ କୋର୍ଟ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। କୋର୍ଟଙ୍କ ଅନୁମତି ବିନା ଜ୍ୟାକଲିନ ଦେଶ ଛାଡି ପାରିବେ ନାହିଁ। ମହା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ହେରଫେର ମାମଲାର ଯାଞ୍ଚ ବେଳେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ସାମ୍ନାକୁ ଆସିଥିଲା।

ଅଭିନେତ୍ରୀ ତାଙ୍କଠାରୁ ଅନେକ ଦାମୀ ଉପହାର ପାଇଥିଲେ। ଜ୍ୟାକଲିନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ଚାର୍ଜସିଟରେ ଅଭିଯୁକ୍ତ ଭାବେ ନାମିତ କରି କହିଥିଲେ ଯେ ସେ ଠକେଇ ହୋଇଥିବା ଅର୍ଥର ହିତାଧିକାରୀ। ଏହି ମାମଲାରେ ଜ୍ୟାକଲିନ ଏକ ଜାମିନ ଆବେଦନ କରିଥିଲେ, ଯାହାକୁ ଇଡି ବିରୋଧ କରିଥିଲା, ଯାହାର ଅଭିଯୋଗ ହୋଇଥିଲା ଯେ ଜ୍ୟାକଲିନ ତଦନ୍ତରୁ ରକ୍ଷା ପାଇବାଆ ପାଇଁ ଦେଶ ଛାଡିପାରନ୍ତି।