Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଗଣିତ ମେଧା ବୃତ୍ତି ପାଇଁ କରନ୍ତୁ ଆବେଦନ, ମିଳିବ ପାଞ୍ଚ ହଜାର ଟଙ୍କା

ଭୁବନେଶ୍ୱର: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପାଇଁ ଆବେଦନ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ। ତନ୍ମଧ୍ୟରୁ ଶ୍ରେଷ୍ଠ ହଜାରେ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ।

ଏହି ମେଧାବୃତ୍ତିରେ ବର୍ଷକୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପଢ଼଼ୁଥିବା ଛାତ୍ରଛାତ୍ରୀଙ୍କୁ ବର୍ଷରେ ୧୦ମାସ ପାଇଁ ପ୍ରଦାନ କରାଯିବ। ଦଶମ ଶ୍ରେଣୀରେ ରଖିଥିବା ନମ୍ବର ଅନୁଯାୟୀ ମେଧାବୀଙ୍କୁ ଚୟନ କରାଯିବ। ରାଜ୍ୟ ସ୍କଲାରସିପ୍‌‌ ୱେବ୍‌‌ସାଇଟ୍‌‌ https://scholarship.odisha.gov.in ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଏକ ହଜାର ଛାତ୍ରଛାତ୍ରୀଙ୍କୁ ମିଳିଲା ଏକ କୋଟି ଟଙ୍କା, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କା ଲେଖାଏଁ କରି ମୋଟ ଏକ କୋଟି ଟଙ୍କା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ କରାଯାଇଛ ।

ଏହି ବୃତ୍ତି ମ୍ୟାଟ୍ରିକ ପରୀକ୍ଷାରେ ସାମଗ୍ରିକ ଭାବରେ ଓ ବିଶେଷ କରି ଗଣିତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରଦାନ କରିଥାନ୍ତି । ଏଥିପାଇଁ ମ୍ୟାଟି୍ରକ୍‌ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଟପ-୨୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୨୭ ଜଣ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ । ଅଧକ୍ଷଙ୍କ ସୁପାରିଶ ଆଧାରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଏଥି ମଧ୍ୟରୁ ମେରିଟ ଆଧାରରେ ୧୦୦୦ ଜଣଙ୍କୁ ବୃତ୍ତି ପ୍ରଦାନ କରାଯାଇ ଅଛି ।

ବିଗତ ବର୍ଷ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇଁ ଆବେଦନ କରିଥିବା ବେଳେ ଚଳିତ ବର୍ଷ ବିଭାଗର ବିବିଧ ପ୍ରୟାସ ଯୋଗୁ ବିଶେଷ କରି ଓସେପାର ଶିକ୍ଷା ସମ୍ପର୍କ ସେଲ ସହାୟତାରେ ୧୦୦୦ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇପାରିଥିବାରୁ ସନ୍ତୋଷ ପ୍ରକାଶ ପାଇଛି ।