Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଭୂମିକା ଅବିସ୍ମରଣୀୟ

ଭୁବନେଶ୍ୱର: ଓଡ଼ିଶାର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ, ସମ୍ବଲପୁର ହିତୈଷିଣୀର ସମ୍ପାଦକ, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅଗ୍ରଣୀ ସାରଥୀ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୯୯ତମ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପାଳିତ ହୋଇଛି। ପ୍ରତ୍ୟୁଷରେ ଭୁବନେଶ୍ୱର ଜୟଦେବ ବିହାର ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଦୀପଦାନ ଓ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି। ଏହି କାର‌୍ୟ୍ୟକ୍ରମ ପ୍ରାରମ୍ଭରେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବନ୍ଦନା ଗାନ କରିବା ପରେ ଶିକ୍ଷାବିତ କାମଦେବ ମହାପାତ୍ର ସ୍ୱରଚିତ କବିତା ଆବୃତ୍ତି କରିଥିଲେ।

ଉପସ୍ଥିତ ପୂଜ୍ୟପୂଜାପ୍ରେମୀ ନିଜ ବକ୍ତବ୍ୟରେ ବାଙ୍କୀ ବୈଦେଶ୍ୱର ମାଟିର ବରପୁତ୍ର ନୀଳମଣି ଶିକ୍ଷାଲାଭ ପରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାର‌୍ୟ୍ୟ ଆରମ୍ଭ କଲେ ଛବାମଣ୍ଡାର ଗୁଣଗ୍ରାହୀ ମହାରାଜା ସାର ବାସୁଦେବ ସୁଢ଼ଳ ଦେବଙ୍କ ଆମନ୍ତ୍ରଣ କ୍ରମେ ବାମଣ୍ଡାରେ ଅବସ୍ଥାନ କରି ସମ୍ବଲପୁରୀ ହିତୈଷିଣୀ ଖବରକାଗଜ ସମ୍ପାଦନା କରିଥିଲେ। ଓଡ଼ିଆ ଭାଷାକୁ ବିଲୋପ କରି ହିନ୍ଦୀ ଓ ବଙ୍ଗାଳି ଭାଷାର ପ୍ରଚଳନ ପାଇଁ ସେତେବେଳେ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ପଣ୍ଡିତ ନୀଳମଣି ବିଦ୍ୟାରନି ତାହାର ଦୃଢ ବିରୋଧ କରିବା ସହ କୋର୍ଟ କଚେରୀ ଓ ସରକାରୀ କାର‌୍ୟ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ସେ ମଧ୍ୟ ଉତ୍କଳ ସମ୍ମିଳନୀ ସହିତ ନିଜକୁ ଜଡିତ କରିବା ସଙ୍ଗେ ସଙ୍ଗେ ଓଡ଼ିଆରେ ବହୁ ପୁସ୍ତକ ରଚନା କରିଥିଲେ। ସେ ବିଭିନ୍ନ ଗଡ଼ଜାତ ପରିଦର୍ଶନ କରି ଓଡ଼ିଆ ଭାଷାର ସୁରକ୍ଷା ପାଇଁ ରାଜା ମହାରାଜାଙ୍କ ସହଯୋଗ କାମନା କରୁଥିଲେ ବୋଲି ଅତିଥିମାନେ ମତ ଦେଇଥିଲେ।

ଆଜିର କାର‌୍ୟ୍ୟକ୍ରମରେ ପ୍ରବୀର ମହାନ୍ତି, ଡ଼ଃ ମିହିର ପଟ୍ଟନାୟକ, ପ୍ରାଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜା ଶଙ୍କର ମହାପାତ୍ର, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ, ସଂଯୁକ୍ତା ମିଶ୍ର, ସରୋଜିନୀ ମିଶ୍ର, ଦୀପ୍ତିପ୍ରଭା ରାୟ, ଶାନ୍ତିଲତା ସାହୁ, ରୀତା ମହାନ୍ତି, ପ୍ରଗତି ରଥ, ଜୟ ଓଡ଼ିଶାର ସଭ୍ୟବୃନ୍ଦ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫୩ଜଣଙ୍କୁ ବାଙ୍କିବାସୀଙ୍କ ପକ୍ଷରୁ ପଣ୍ଡିତ ନୀଳମଣି ବିଦ୍ୟାରନି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉକ୍ତ କାର‌୍ୟ୍ୟକ୍ରମରେ ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନା କରିଥିବାବେଳେ ଉପଶାସନ ସଚିବ ମାଥିଆସ ତିର୍କୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଜୟନ୍ତୀ ପାଳିତ

ଭୁବନେଶ୍ୱର : ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଥିଲେ ଓଡ଼ିଆ ଭାଷା-ସାହିତ୍ୟର ପୃଷ୍ଠପୋଷକ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ କର୍ଣ୍ଣଧାର । ସମ୍ବାଦପତ୍ର ସଂପଦନା, ଭାଷା ଆନ୍ଦୋଳନ, ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ଯୋଗଦାନ ଅତୁଳନୀୟ ।

ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ଶ୍ରୀବୃଦ୍ଧିରେ ତାଙ୍କର ନିରନ୍ତର ପ୍ରୟାସ ପାଇଁ ସେ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଉଭୟ ପ୍ରତ୍ୟକ୍ଷ ଓ ଆଭାସୀ ମାଧ୍ୟମରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ସଭା ପ୍ରାରମ୍ଭରେ ଅତିଥିମାନେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା, ବିଶିଷ୍ଟ ସାହିିତି୍ୟକ ନୀଳମଣି ବିଦ୍ୟାରତ୍ନ ଓଡ଼ିଆ ଭାଷାର ପ୍ରସାର ସହ ସମ୍ବାଦପତ୍ର ସଂପାଦନା, ଭାଷା ଆନ୍ଦୋଳନ ଏବଂ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ତାଙ୍କ ଉତ୍ସର୍ଗୀକୃତ ଉଦ୍ୟମ ସର୍ବଦା ପ୍ରେରଣାଦାୟୀ ।