Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ପ୍ରତି ଘରେ ତ୍ରିରଙ୍ଗା ଉଡାଇବା ନିମନ୍ତେ ପତାକା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ

ଖୋର୍ଦ୍ଧା: ପ୍ରତି ଘରେ ତ୍ରିରଙ୍ଗା ଉଡାଇବା ନିମନ୍ତେ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ୱାର୍ଡ ଅଫିସରମାନଙ୍କୁ ଜାତୀୟ ପତାକା ପ୍ରଦାନ କରାଯାଇଛି। ବିଭିନ୍ନ ୱାର୍ଡରେ ଥିବା ଘର ଗୁଡିକରେ ଏହି ପତାକା ବଣ୍ଟନ କରାଯିବ। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଅ‍ାସନ୍ତା କାଲିଠାରୁ ଅଗଷ୍ଟ ୧୫ ତରିଖ ପର୍ଯ୍ୟନ୍ତ ନିଜ ଘରେ ପତାକା ଉଡାଇବା ପାଇଁ ପ୍ରଶାସନ ପକ୍ଷରୁ ଏହା ବଣ୍ଟନ କରାଯାଉଛି। ଖୋର୍ଦ୍ଧା ପୌରସଂସ୍ଥାର ୨୨ଟି ୱାର୍ଡର ପ୍ରାୟ ୧୦ ହଜାର ଘରେ ବିନା ଦେୟରେ ଏହା ବଣ୍ଟନ କରାଯିବ। ଏଥିରେ ୱାର୍ଡ ଅଧିକାରୀ ମାନଙ୍କୁ ସ୍ବଚ୍ଛ ସାଥୀ ଓ ସ୍ବଚ୍ଛ ସୁପର ଭାଇଜର ମାନେ ସହଯୋଗ କରିବେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ତହସିଲଦାର ଇପସିତ କୁମାର ସାହୁ, ନାରାୟଣ ଜେନା, ମୟୂରୀ ମହାପାତ୍ର, ଜୟକୃଷ୍ଣ ସେନାପତି, ଦେବାଶିଷ ବରାଳ, ସୌମ୍ୟରଞ୍ଜନ ମିଶ୍ର, ଦେବାଶିଷ ମହାପାତ୍ର, ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।