Categories
ଆଞ୍ଚଳିକ

ହିନ୍ଦୁ ନବବର୍ଷ ଉପଲକ୍ଷେ ବାଲୁଗାଁରେ ଆରଏସଏସ ପକ୍ଷରୁ ପଥ ସଂଚଳନ ଅନୁଷ୍ଠିତ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଠାରେ ଆଜି ହିନ୍ଦୁ ନବବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବାଲୁଗାଁ- ବାଣପୁର ଖଣ୍ଡ ତରଫରୁ ଏକ ପଥ ସଂଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ରୋଡ଼ ଓଭର ବ୍ରିଜ ଅଶୋକ ନଗର ସାଇ ମନ୍ଦିରଠାରୁ ଆରମ୍ଭ କରି କଲ୍ୟାଣ ମଣ୍ଡପ ଓ ଚିଲିକାକୁଳ ଠାରୁ ହନୁମାନ ମନ୍ଦିର ଦେଇ ପୁଣି ବାଲୁଗାଁ ସାଇ ମନ୍ଦିର ନିକଟସ୍ଥ ପଡିଆ ପର୍ଯ୍ୟନ୍ତ ପଥ ସଂଚଳନ ହୋଇଥିଲା। ବାଣପୁର ବାଲୁଗାଁ ଅଞ୍ଚଳର ଶତାଧିକ ସ୍ୱୟଂସେବକ ମାନେ ଉକ୍ତ ପଥ ସଂଚଳନରେ ଭାଗ ନେଇଥିଲେ।

ପଥ ସଂଚଳନ ପରେ ସାଇ ମନ୍ଦିର ନିକଟସ୍ଥ ପଡିଆରେ ସ୍ୱୟଂସେବକ ମାନେ ଏକତ୍ରିତ ହୋଇଥିଲେ। ଏହି ଅବସରରେ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ନୌସେନାର ଅବସରପ୍ରାପ୍ତ କମାଣ୍ଡର ଡ଼ି. ଜୁଝାରସିଂହ, ବକ୍ତା ଭାବେ ସହ ଜିଲ୍ଲା ସଂଘ ଚାଳକ ଲଳିତ ନାରାୟଣ ମହାପାତ୍ର ଓ ବାଣପୁର-ବାଲୁଗାଁ ଖଣ୍ଡ ସଂଘ ଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ରାଷ୍ଟ୍ରର ନିର୍ମାଣରେ ସ୍ୱୟଂସେବକଙ୍କ ଭୂମିକା ବିଷୟରେ ଉକ୍ତ ବୌଦ୍ଧିକ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।