Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦମପୁର ଉପନିର୍ବାଚନର ଆସିଲା ଫଳ, ବିଜେଡି ଆଗରେ

ଭୁବନେଶ୍ବର: ଚାଲିଛି ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି। ବର୍ତ୍ତମାନ ଦୁଇଟି ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ଗଣତିରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗୁଆ ଥିବାର ସୂଚନା ରହିଛି। ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଦ୍ବିତୀୟରେ ଅଛନ୍ତି। ବର୍ଷା ବରିହା ୧,୭୧୨ ଭୋଟରେ ଆଗରେ ରହିଛନ୍ତି ।

ବିଜେଡି- ୫୫୦୧ ଭୋଟ

ବିଜେପି- ୩୭୮୯ ଭୋଟ

କଂଗ୍ରେସ- ୨୦୬ ଭୋଟ

ପ୍ରଥମ ରାଉଣ୍ଡରେ ବର୍ଷାଙ୍କୁ ୫ ହଜାର ୫୦୧ ଭୋଟ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହଜାର ୭୮୯ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୨୦୬ ଭୋଟ ମିଳିଛି ।ମୋଟ ୨୩ ରାଉଣ୍ଡ ଗଣତି ହେବ। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଥିବାବେଳେ ଦ୍ୱିତୀୟ ରାଉଣ୍ଡରେ ବି ଆଗୁଆ ରହିଛି ।