Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବର୍ଷା ସିଂ ବରିହାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପଦମପୁରରେ ବିପୁଳ ଭୋଟରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ଏହି ଖବର ଆସିବା ପରେ ତାଙ୍କୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସେ ଟେଲିଫୋନ ଯୋଗେ ବର୍ଷାଙ୍କ ସହିତ କଥା ହେବା ସହିତ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ପଦମପୁରରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଛି। ସେହିପରି ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଛି। ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଖଣ୍ଡ ଭୋଟ୍ ମିଳିଛି। ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ।

Categories
ବିଶେଷ ଖବର ରାଜ୍ୟ ଖବର

ପଦମପୁରରେ ଧାମନଗର ବଦଲା ନେଲା ବିଜେଡି, ୪୨ ହଜାର ଭୋଟରେ ବର୍ଷା ବିଜୟୀ

ଭୁବନେଶ୍ବର: ଶେଷରେ ଧାମନଗରର ବଦଲା ପଦମପୁରରେ ନେଇଛି ବିଜୁ ଜନତା ଦଳ। ଦଳ ଯାହା ଆକଳନ କରିଥିଲା ତାହା ହିଁ ହେଲା। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ ହଜାର ୦୬୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେହି ନିର୍ବାଚନ ମଣ୍ଡଳୀରୁ ତାଙ୍କର ବାପା ମାତ୍ର ପାଞ୍ଚ ହଜାର ବ୍ୟବଧାନରେ ବିଜୟ ଲାଭ କରିଥିଲେ। ହେଲେ ଝିଅ ପୁରା ସୀମା ପାର ହୋଇ ବିଜୟ ହାସଲ କଲେ।

ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଶେଷ ରାଉଣ୍ଡ ଗଣତିରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଛି। ସେହିପରି ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଥିବାର ଜଣାପଡିଛି। ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଭୋଟ୍ ରହିଛି। ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ।

ତେବେ ବର୍ଷାଙ୍କୁ ୧୩୫ ଖଣ୍ଡ ପୋଷ୍ଟାଲ ବାଲାଟ ଭୋଟ ମିଳିଛି। ଇଭିଏମ ଓ ପୋଷ୍ଟାଲ ବାଲାଟ ମିଶାଇ ବର୍ଷା ୧୧୯୬୬୪୭ ଖଣ୍ଡ ଭୋଟ ପାଇଛନ୍ତି।

ଗଣତି ଆରମ୍ଭରୁ ହିଁ ବର୍ଷା ପ୍ରତି ରାଉଣ୍ଡରେ ଥିଲେ। ବିଜେଡ଼ି ସଂଖ୍ୟାଧିକ ଭୋଟ୍ ସହିତ ବିଜେପି ଠାରୁ ଆଗରେ ରହିଥିଲା। କୌଣସି ଗୋଟିଏ ରାଉଣ୍ଡରେ ମଧ୍ୟ ବିଜେପି ଭୋଟରେ ବିଜେଡ଼ିକୁ ପଛରେ ପକାଇ ପାରି ନ ଥିଲା।

ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି ଦୟନୀୟ ଥିଲା। ଭୋଟର ବିଜେପିକୁ ପ୍ରତ୍ୟାଖାନ କରିଥିବା ବେଳେ କଂଗ୍ରେସର ରାଜନୈତିକ ପ୍ରାସଙ୍ଗିକତାକୁ ଉପନିର୍ବାଚନରେ ପ୍ରଶ୍ନ କରିଛନ୍ତି।