Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦମପୁରରେ ଚାଲିଛି ଭୋଟ ଗ୍ରହଣ, ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ପ୍ରଥମେ ଆଜି ସକାଳୁ ଭୋଟ ଗ୍ରହଣ କେନ୍ଦ୍ରରେ ମକ୍‌ ପୋଲ୍ କରାଯାଇଥିଲା। ଏହାପରେ ସକାଳ ୭ରୁ ଆରମ୍ଭ ହୋଇଥିଲା ଭୋଟଗ୍ରହଣ। ତେବେ ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

ପଦ୍ମପୁର ଉପନିର୍ବାଚନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଅପରାହ୍ନ ୪ଟାରେ ଚାଲିବ। ଏହି ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ମାଓବାଦୀପ୍ରବଣ ହୋଇଥିବାରୁ ମତଦାନ ସମୟ ୧ ଘଣ୍ଟା ହ୍ରାସ କରାଯାଇଛି। ୩୧୯ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହେଉଛି। ମତଦାନ ପରିଚାଳନା ପାଇଁ ୧୨୭୬ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ବୁଥ୍‌ରେ ୪ଜଣ ଅଧିକାରୀ ରହିବା ସହ ୧୨୮ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି।