Categories
ଆଜିର ଖବର ରାଜ୍ୟ ଖବର

ପଦ୍ମପୁର ଜିଲ୍ଲା ପରିଷଦ ଉପ ନିର୍ବାଚନ: କଂଗ୍ରେସର ଦୁର୍ଗକୁ ଭାଙ୍ଗିଲା ବିଜେଡି

ଗୁଣପୁର/ ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ-‘ଖ’ ଜୋନ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ  ବୁଧବାର ଦିନ ହୋଇଥିବା ନିର୍ବାଚନର ଗତକାଲି ଶାନ୍ତି ଶୃଙ୍ଖଳାର ସହ ଗଣତି ସରିଛି। ୮୫ ଟି ବୁଥରେ ହୋଇଥିବା ନିର୍ବାଚନରେ ମୋଟ ୨୧,୯୯୫ ଭୋଟରଙ୍କ ମଧ୍ୟରୁ ୧୬,୧୫୯ ଜଣ ମତଦାନ କରିଥିଲେ। ଆଜିର ଭୋଟ ଗଣତିରେ ବିଜେଡି ପ୍ରାର୍ଥୀ କରୁଣା କର ଶବର ତାଙ୍କ ନିକଟତମ କଂଗ୍ରେସ ପ୍ରାର୍ଥୀ ମାନୁଏଲ ମାଝିଙ୍କୁ ୭୬୩୬ ଭୋଟରେ ବିଜୟ ହୋଇଥିବା ସୂଚନା ରହିଛି।

ହେଲେ ଆଜି ଏହାର ଫଳାଫଳ ଔପଚାରିକ ଭାବେ ଘୋଷଣା କରାଯିବ ବୋଲି ଜଣାପଡିଛି। ୮ଟି ପଞ୍ଚୟତ ୮୫ଟି ବୁଥ ମଧରୁ କଂଗ୍ରେସ ମାତ୍ର ୬/୭ଟି ଓ ବିଜେପି ମାତ୍ର ୨/୩ ଟି ବୁଥ ଛାଡିଦେଲେ ବିଜେଡି ଅନ୍ୟ ସବୁ ବୁଥରେ ଅଧିକ ଭୋଟ ପାଇଥିବା  ବେଳେ ସବୁ ପଞ୍ଚୟତରେ ବିଜେଡି ପ୍ରାର୍ଥୀ ଏହି ଜୋନ ପାଇଁ ନୂତନ ଇତିହାସ ସୃଷ୍ଟି  କରିବାକୁ ସକ୍ଷମ ହୋଇପାରିଛି।

ଏହି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ କରୁଣା କର ଶବର ୧୦,୫୧୯ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମାନୁଆଲ ମାଝି ୨୮୯୫ ବିଜେପିର ବିଦ୍ୟା ଧର ଶବର ୧୬୦୨ ଓ ସିପିଆଇ (ଏ ମ:ଏ ଲ) ର ବାବୁଲା ମାଝି ମାତ୍ର ୩୭୭ ଖଣ୍ଡ ଭୋଟ ପାଇଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହି ଜିଲ୍ଲା ପରିଷଦ ଜୋନରେ କେବେ ହେଲେ କଂଗ୍ରେସ ହାରି ନଥିବା ବେଳେ ପ୍ରଥମ ଥର ପାଇଁ ଏହି ଆସନ କଂଗ୍ରେସରୁ ଚାଲିଯାଇଥିବା କୁହାଯାଉଛି।

ପଦ୍ମପୁରର ଏହି ‘ଖ’ ଜୋନର ୭ଟି ଓପଞ୍ଚ।ୟତରୁ ଅଖୁସିଙ୍ଗରେ ବିଜେଡି ୧୮୩୪, ବିଜେପି ୩୪୭, କଂଗ୍ରେସ ୬୪୩,  ଭୋଟ ପାଇଥିବା ବେଳେ ଇନ୍ଦିପୁରରେ ବିଜେଡି ୧୨୨୪, ବିଜେପି୧୦୫, କଂଗ୍ରେସ ୪୫୩ ଭୋଟ ପାଇଛି।

ଗୁଳୁଗୁଡାରେ ବିଜେଡି ୧୨୬୨, ବିଜେପି ୩୭,  କଂଗ୍ରେସ ୨୯୨ ଭୋଟ ଏବଂ ଜାତିଲିରେ ବିଜେଡି ୧୫୨୦, ବିଜେପିର ୨୪୦, କଂଗ୍ରେସ ୧୩୦ ଟି ଭୋଟ ପାଇଛନ୍ତି। ସେହିପରି ତେମ୍ବାଗୁଡାରେ ବିଜେଡ଼ି ୨୧୮୭, ବିଜେପି ୭୧୫, କଂଗ୍ରେସ ୩୪୧ ଭୋଟ ପାଇଥିବା ବେଳେ ନୂଆଗଡରେ ବିଜେଡି ୨୬୩୦, ବିଜେପି ୭୦ ଓ କଂଗ୍ରେସ ୨୫୩ ଟି ଭୋଟ ଏବଂ  ଲିମିଟିପଦର ପଞ୍ଚ।ୟତରେ ବିଜେଡି ୮୫୭, ବିଜେପି ୨୮ ଓ କଂଗ୍ରେସ ପ୍ରାର୍ଥୀ  ୭୫୬ ଟି ଭୋଟ ପାଇଛନ୍ତି।

ବିଜେଡି ସଭାପତି ସୁଧୀର ଦାସ, ବିଧାୟକ ରଘୁନାଥ ଗମାଙ୍ଗ, ଉପ ସଭାପତି କୁନା ପାଣିଗ୍ରାହୀ ଯୁବନେତା ପିଙ୍କୁ ପଣ୍ଡା, ବ୍ଲକ ସଭାପତି ମଣ୍ଟୁ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀଙ୍କ ନେତୃତ୍ୱରେ ଦଳକୁ ଏହି ନିର୍ବାଚନରେ ଐତିହାସିକ ସଫଳ ମିଳିଛି ବୋଲି କୁହାଯାଉଛି।