Categories
ଆଜିର ଖବର ରାଜ୍ୟ ଖବର

ସୋମବାର ଦିନ ସ୍ବର୍ଗଦ୍ବାରରେ ହେବ ରଜତ କରଙ୍କ ଶେଷକୃତ୍ୟ

ଭୁବନେଶ୍ବର: ସୋମବାରଦିନ ପ୍ରଖ୍ୟାତ ସାହିତ୍ୟିକ, ଗବେଷକ ରଜତ କରଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହେବ। ଏ ନେଇ ତାଙ୍କ ସଂପର୍କୀୟ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କର ମରଶରୀର ଡାକ୍ତରଖାନାରେ ରଖାଯାଇଛି। ଆସନ୍ତାକାଲି ତାଙ୍କ ମରଶରୀରକୁ ତାଙ୍କ ବାସଭବନକୁ ନିଆଯିବ। ବାଙ୍ଗାଲୁରୁରେ ରହୁଥିବା ତାଙ୍କର ସାନ ଝିଅ ପହଞ୍ଚିବା ପରେ ମରଶରୀର ପୁରୀ ନିଆଯିବ। ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ କରାଯିବ।

ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେହି ଅନୁସାରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ବର୍ଗଦ୍ବାରରେ ବନ୍ଦୋବସ୍ତ କରାଯାଇଛି। ସେ ଆଜି ସଂଧ୍ୟାରେ 88 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ହେବ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଦ୍ମଶ୍ରୀ ସ୍ବର୍ଗତ ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ
କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ତାଙ୍କର ବିୟୋଗରେ ଶୋକପ୍ରକାଶ ମଧ୍ୟ କରିଛନ୍ତି।

ସେ କହିଛନ୍ତି ଯେ, ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି। ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ।