Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଗଣତନ୍ତ୍ର ଦିବସ ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: 75 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସୁଦର୍ଶନ ଦୁଇଜଣ ବାଳିକାଙ୍କୁ ତାଙ୍କର ସ୍ଥାପତ୍ୟରେ ସାମିଲ କରି ମେରା ଭାରତ ମହାନ ବାର୍ତ୍ତା ପ୍ରେରଣ କରିଛନ୍ତି। ସବୁବେଳେ ବାଲୁକା କଳା କରି ଚର୍ଚ୍ଚାରେ ରହୁଥିବା ସୁଦର୍ଶନଙ୍କ ଏହି କଳା ବେଶ ସୁନ୍ଦର ହୋଇଛି।

ନିକଟରେ ସୁଦର୍ଶନ ନୂଆଦିଲ୍ଲୀରେ ପରାକ୍ରମ ଦିବସ ଉପଲକ୍ଷେ ଏକ ବାଲୁକା କଳା ନିର୍ମାଣ କରିଥିଲେ। ଯାହାକୁ ଦେଖିବା ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ପହଞ୍ଚିଥିଲେ। କିଛି ସମୟ ତାଙ୍କପ ବାଲୁକା କଳା ଦେଖିବା ସହିତ ସୁଦର୍ଶନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ବର୍ତ୍ତମାନ ପୁରୀ ବେଳାଭୂମିରେ ଏହି ବାଲୁକା କଳା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଠ କରିବାରେ ଲାଗିଛି।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ସଉରା ଚିତ୍ରରେ ଝଲସିଲା ରେଜିଂତାଲ, ନିଜ ଘରକାନ୍ଥରେ ଚିତ୍ର ଆଙ୍କିଲେ ଗାଁ ଲୋକେ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ରାୟଗଡ଼ା ଜିଲ୍ଲାର ଗୁଣପୁର ସବ ଡିଭିଜନ, ରେଜିଂତାଲ ଆଦିବାସୀ ଗାଁରେ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ ରାୟଗଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ସେପ୍ଟେମ୍ବର୨୮ ଠାରୁ ଉଦ୍ଘାଟିତ ହୋଇଯାଇଛି ୫ ଦିନିଆ ଆଦିବାସୀ କଳା ସଂସ୍କୃତି ଆଧାରିତ ଭିତ୍ତିଚିତ୍ର ଶିଳ୍ପୀ ଶିବିର।

ଏହି ଗାଁର ୫୦ଟି ଘରର ଆଦିବାସୀ ଶିଳ୍ପୀମାନେ ନିଜ ଘର ସମ୍ମୁଖରେ ଅଙ୍କନ କରିଛନ୍ତି ସଉରା ଆଦିବାସୀ ଚିତ୍ରକଳା। ଓଡ଼ିଶାର ଆଦିବାସୀ ଗ୍ରାମ ରେଜିଂତାଲରେ ଲାଞ୍ଜିଆ ସଉରା ଜନଜାତିର ଆଦିବାସୀ ମାନେ ଘରର ପୂଜାପାଠ ଓ ଗାଁର ମଙ୍ଗଳ କାମନା ପାଇଁ ପୂର୍ବ ପୁରୁଷରୁ ନିଜ ଘର କାନ୍ଥରେ ଅଙ୍କନ କରିଥାନ୍ତି ଏହି ଚିତ୍ର।

ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏହି ଗାଁର ଶିଳ୍ପୀ ମାନେ ନିଜ ଘର କାନ୍ଥରେ ଗାଁର ଚାଷକାମ,ଶିକାରର ଦୃଶ୍ୟ, ଫସଲ ଅମଳ, ପାହାଡ଼ପର୍ବତ, ଆଦିବାସୀ ଜନଜୀବନ, ନୃତ୍ୟ, ବାହାଘର, ମାଟି ଦେବତାଙ୍କ ପୂଜା, ହାତୀ, ବାଘ, ଘୋଡ଼ା, ଝିଟିପିଟି, ମୟୂର ଇତ୍ୟାଦି ବିଷୟବସ୍ତୁ କୁ ଆଧାର କରି ଚିତ୍ର ଗୁଡ଼ିକ ଅଙ୍କନ କରିଛନ୍ତି।

ଅକ୍ଟୋବର୨ ଉଦଯାପନୀ ଉତ୍ସବରେ ରାୟଗଡାର ଉପଜିଲ୍ଲାପାଳ ଲଳିତ କୁମାର କୁଁଅର,ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଭ୍ରାଂଜଳି ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ଓ ସଚିବ ପଞ୍ଚାନନ ସାମଲ ଉତ୍ସବରେ ଯୋଗ ଦେଇ ୫୦ଜଣ ଶିଳ୍ପୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ରାୟଗଡା ଜିଲ୍ଲାପାଳ ସ୍ୱେଧାଦେବ ସିଂ ଶିଳ୍ପୀ ଶିବିର ସମୟରେ ମଧ୍ୟ ପରିଦର୍ଶନ କରିରେଜିଂତାଲ୍ ଗ୍ରାମର ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ।ଶିଳ୍ପୀ ଶିବିର ସମାପ୍ତପରେ ରେଜିଂତାଲ୍ ଗାଁ ଏକମୁକ୍ତାକାଶ ଆର୍ଟ ଗେଲେରୀରେ ପରିଣତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରର ପଶ୍ଚିମ ଦ୍ବାରରେ ଧାରଣା ଦେବେ ସୁଦର୍ଶନ ପଟ୍ଟନାୟକ, ଜାଣନ୍ତୁ କାରଣ

ପୁରୀ: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବଡ ଘୋଷଣା। ଆସନ୍ତାକାଲି ସେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଆଗରେ ଧାରଣାରେ ବସିବେ। ଏ ନେଇ ସୁଦର୍ଶନ ଟୁଇଟ କରି ଘୋଷଣା କରିଛନ୍ତି। ଏହି ଟୁଇଟକୁ ସେ ପୁରୀ ଅଫିସିଆଲଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ଯଦି ତାଙ୍କ କଥା ନ ଶୁଣାଯାଏ ତେବେ ସେ ଏହି ଧାରଣା ଦେବେ।

ତେବେ ଘଟଣାଟି ହେଲା ଯେ, ଶ୍ରୀମନ୍ଦିର ପ୍ରଶାସନ କୋରନା ସମୟରୁ ମନ୍ଦିରର ଚାରି ଦ୍ବାରରୁ କେବଳ ସିଂହଦ୍ବାର ଖୋଲା ରଖି ଅନ୍ୟ ତିନି ଦୁଆର ବନ୍ଦ କରିଦେଇଛନ୍ତି। ଫଳରେ ଭକ୍ତ ତଥା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶ୍ରୀଜିୟୁଙ୍କୁ ଦର୍ଶନ କରିବାରେ ବଡ ଅସୁବିଧା ହେଉଛି। ଫଳରେ ଶ୍ରୀମନ୍ଦିର ପ୍ରଶାସନ ଖୁବ ଶିଘ୍ର ଅନ୍ତତଃ ପକ୍ଷେ ପଶ୍ଚିମ ଦ୍ବାର ଖୋଲନ୍ତୁ ବୋଲି ସେ ଦାବୀ କରିଛନ୍ତି। ଅନ୍ୟ ଦ୍ବାର ପରେ ନିଷ୍ପତି ନେଇ ଖୋଲିବାକୁ ସେ ପରାମର୍ଶ ଦେଇଛନ୍ତି।

ଯଦି ପ୍ରଶାସନ ଏହାକୁ କାର୍ଯ୍ୟକାରୀ ନ କରେ ତେବେ ସୋମବାରଠାରୁ ସେ ପଶ୍ଚିମ ଦ୍ବାର ସମ୍ମୁଖରେ ଧାରଣା ଦେବେ ବୋଲି ସୁଦର୍ଶନ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଲୁକା କଳାରେ ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଉ କିଛି ସମୟ ପରେ ପ୍ରକାଶ ପାଇବ ଭାରତର ପରବର୍ତ୍ତି ରାଷ୍ଟ୍ରପତି କିଏ ହେବ। ହେଲେ ଚାରିଆଡେ ସମସ୍ତେ ନିଶ୍ଚିତ ହୋଇଛନ୍ତି ଯେ, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏହି ନିର୍ବାଚନରେ ନିଶ୍ଚିତ ବିଜୟ ଲାଭ କରୁଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ବର୍ତ୍ତମାନ ସାରା ଭାରତ ବର୍ଷରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତାଙ୍କ ରାଇରଂଗପୁର ବାସଭବନରେ ମଧ୍ୟ ଚାଲିଛି ପ୍ରସ୍ତୁତି।

ଏପରି ପରିସ୍ଥିତିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପଛରେ ପଡି ନାହାଁନ୍ତି। ସେ ନିଜର କଳା ମାଧ୍ୟମରେ ଦ୍ରୌପଦୀଙ୍କୁ ସ୍ବାଗତ କରିବା ପାଇଁ ଆଗେଇ ଆସିଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ କରିଛନ୍ତି ଏକ ବାଲୁକା କଳା। ଏଥିରେ ସେ ଦ୍ରୌପଦୀଙ୍କ ଏକ ବାଲୁକା କଳା କରି ସେଥିରେ ଇଂରାଜୀରେ ଲେଖିଛନ୍ତି ବେଷ୍ଟ ୟୁସେସ ଟୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଏଥିସହିତ ସେ ଉପରେ ‘ମେରା ଭାରତ ମହାନ’ ବୋଲି ଲେଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟା ଉପଲକ୍ଷେ ସୁଦର୍ଶନଙ୍କ ବାଲୁକା କଳା

ପୁରୀ: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ବାଲୁକା କଳା। କାରଣ ଆଜି ହେଉଛି ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥକାଠ ଅନୁକୂଳ ହେବ। ଆଜିଠାରୁ ପୁରୀ ରଥଖଳାରେ ଆରମ୍ଭ ହେବା ରଥ କାମ। ପ୍ରଥମେ ତିନୋଟି କାଠକୁ ପୂଜା କରାଯାଇ ଏହି ଶୁଭକାମର ଶୁଭାରମ୍ଭ ହେବ।

ସେଥିପାଇଁ ସୁଦର୍ଶନ ମଧ୍ୟ ବାଲିରେ ତିନୋଟି କାଠ କରିଛନ୍ତି। ସେହି ତିନୋଟିରେ ପ୍ରଭୃ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ବାଲୁକାକଳାର ତଳେ ସେ ରଥଅନୁକୂଳ ଶୁଭକାମନା କରିଛନ୍ତି। ସେ ପ୍ରଥମେ ଇଂରାଜୀରେ ଜୟ ଜଗନ୍ନାଥ ଲେଖିଥିବା ବେଳେ, ତଳେ ଓଡିଆରେ ପବିତ୍ର ଅକ୍ଷୟ ତୃତୀୟା ଶୁଭକାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ପୁନଃମନୋନୀତ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଶ୍ୱବିଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ପୁନଃମନୋନୀତ କରାଯାଇଛି ।

ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ୨୦୧୮ ମସିହାରୁ କାର୍ଯ୍ୟ କରିଆସୁଥିଲେ । ତାଙ୍କର କାର୍ଯ୍ୟକାଳ ସରୁଥିବାରୁ ଆଗାମୀ ୩ ବର୍ଷ ପାଇଁ ତାଙ୍କୁ ଲଳିତ କଳା ଏକାଡେମୀର ସଭାପତି ରୂପେ କାର୍ଯ୍ୟ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କଲେ ଭିନ୍ନ ଧରଣ ବାଲୁକା କଳା

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 71 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏ ନେଇ ଆଜି ସାରା ବିଶ୍ବରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ଏହି ଜନ୍ମଦିନରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ସେହି ବାଲୁକା କଳାରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସୁଦର୍ଶନ ବାଲି ଏବଂ ଶାମୁକାରେ ତିଆରି କରିଛନ୍ତି ମୋଦିଙ୍କ ଏକ ଭିନ୍ନ ଧରଣର କଳା। ସେ ବାଲୁକା ସ୍ଥାପତ୍ୟ ଉପରେ ଶାମୁକା ଖୋଳପାକୁ ବ୍ୟବହାର କରି ବେଶ ଆକର୍ଷଣୀୟ କରିପାରିଛନ୍ତି। ଏଥିରେ ସୁଦର୍ଶନ ପ୍ରାୟ 2035 ଟି ଶାମୁକା ବ୍ୟବହାର କରିଛନ୍ତି। ଏଥିସହିତ ସେ ଏହି ସ୍ଥାପତ୍ୟରେ  “ହାପି ବାର୍ଥ ଡେ ମୋଦି ଜୀ” ବୋଲି ଲେଖିଛନ୍ତି। ଏହି ବାଲୁକାକଳା ବର୍ତ୍ତମାନ ପୁରୀ ବେଳାଭୂମିରେ ପର୍ଯଟକଙ୍କୁ ଆକୃଷ୍ଟ କରିପାରିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମ ଥର ପାଇଁ ନୂଆଦିଲ୍ଲୀର ସ୍ୱାଧୀନତା ଦିବସ ଉତ୍ସବରେ ଓଡ଼ିଶାରୁ ୧୦ ଜଣ ଦେଲେ ଯୋଗ

ଭୁବନେଶ୍ୱର, ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଆୟୋଜିତ ୭୫ତମ ସ୍ୱାଧୀନତା ଦିବସରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବା ପାଇଁ ଭାରତ ସରକାରଙ୍କ ନିମନ୍ତ୍ରଣ କ୍ରମେ ଓଡ଼ିଶାର ୧୦ ଜଣ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି । ପଦ୍ମଶ୍ରୀ ଅରୁଣା ମହାନ୍ତି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଡ. ସଂଗୀତା ଗୋସାଇଁ, ରତୀକାନ୍ତ ମହାପାତ୍ର, ଡ. ବିଜୟ ଜେନା, ଜଗନ୍ନାଥ ପଣ୍ଡା, ମୀରା ଦାସ, ପଦ୍ମିନୀ ଦୋରା, ଅଭିନ୍ନ ରାଉତରାୟ ଓ ଗାୟତ୍ରୀବାଳା ପଣ୍ଡା ଆଜି ଦିଲ୍ଲୀର ଲାଲକିଲ୍ଲାଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସ୍ୱାଧୀନତା ଉତ୍ସବରେ ଅଂଶଗ୍ରହଣ କରି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଥମ ଥର ପାଇଁ ରାଜ୍ୟରୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରିତ କରାଯାଇଛି । ଏହି ଅତିଥିମାନେ ଓଡ଼ିଶାର ପାରମ୍ପରିକ ବେଶଭୂଷା ସହ ଉତ୍ସବର ଶୋଭାବର୍ଦ୍ଧନ କରିବା ସହିତ ଓଡ଼ିଆ ଅସ୍ମିତାର ଗରିମା ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗ ତରଫରୁ ଏହି ଅତିଥିମାନଙ୍କୁ ସମସ୍ତ ଆତିଥ୍ୟ ପ୍ରଦାନ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ନାମ ସୁପାରିଶ କରିଥିବାବେଳେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ନୂଆଦିଲ୍ଲୀ ଗସ୍ତର ସମସ୍ତ ବନ୍ଦୋବସ୍ତ କରିଛନ୍ତି ।