Categories
ଆଜିର ଖବର ଜାତୀୟ ଖବର

PFI କାର୍ଯ୍ୟକ୍ରମ ବାତିଲ କଲା ଦିଲ୍ଲୀ ପୋଲିସ, ଭିଏଚପି ର ଦାବି ପରେ ନିଆଗଲା ପଦକ୍ଷେପ

ନୂଆଦିଲ୍ଲୀ: ଦିଲ୍ଲୀରେ ବିବାଦୀୟ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। PFI ରାଜଧାନୀର ଝଣ୍ଡେୱାଲାନ ଠାରେ ଏକ ସାଧାରଣ ସମ୍ମିଳନୀ କରିବାକୁ ଯାଉଥିଲା। ଏହି କାର୍ଯ୍ୟକ୍ରମ ଝଣ୍ଡେୱାଲାନର ଆମ୍ବେଦକର ଭବନରେ ଅପରାହ୍ନ ୨.୩୦ ରେ ଆରମ୍ଭ ହେବାକୁ ଯାଉଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ବାତିଲ କରାଯାଇଛି। ଦିଲ୍ଲୀ ପୋଲିସ ଏହାକୁ ବନ୍ଦ କରିଦେଇଛି।

ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ପିଏଫ୍ଆଇ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଦାବି କରିଥିଲା। ଏହି କାର୍ଯ୍ୟକ୍ରମକୁ ବିରୋଧ କରି ଭିଏଚପି ଦିଲ୍ଲୀର ପୋଲିସ କମିଶନରଙ୍କୁ ଏକ ଚିଠି ଲେଖିଥିଲା। ଚିଠିରେ ତୁରନ୍ତ PFI କାର୍ଯ୍ୟକ୍ରମ ବନ୍ଦ କରିବାକୁ ଦାବି କରାଯାଇଥିଲା। କାର୍ଯ୍ୟକ୍ରମ ବନ୍ଦ କରିବା ପରେ ଆଜି ଅପରାହ୍ନ ୨.୩୦ ରେ ଦିଲ୍ଲୀ ଶାହିନ୍ ବାଗରେ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ପିଏଫ୍ଆଇ ପକ୍ଷରୁ କୁହାଯାଇଛି।