Categories
ଆଞ୍ଚଳିକ

୨୫ତମ ବାର୍ଷିକ ପୂଜା ଉତ୍ସବ ପାଳୁଛି ବୀଣାପାଣି କ୍ଲବ: ୧୬ ରେ ଆସିବେ କଣ୍ଠଶିଳ୍ପୀ ଅଭିଜିତ ଓ ପମି

ରଣପୁର: ନୟାଗଡ ଜିଲ୍ଲା ରଣପୁର ଏନ.ଏ.ସି. ସ୍ଥିତ ବୀଣାପାଣି କ୍ଲବ ଆନୁକୂଲ୍ୟରେ ୨୫ତମ ବାର୍ଷିକ ପୂଜା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କ୍ଲବର ସଦସ୍ୟମାନଙ୍କ ଦ୍ୱାରା ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୂଜା ମେଢ଼କୁ ଅତି ଆକାର୍ଷଣୀୟ ଭାବେ ସଜା ଯାଇଛି।  ଏହି ମେଢ଼କୁ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି।

୨୫ତମ ବାର୍ଷିକ ପୂଜା ଉପଲକ୍ଷେ କ୍ଲବ ଦ୍ୱାରା ଫେବୃଆରୀ ୧୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।  କ୍ଲବ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁଯାୟୀ ଫେବୃଆରୀ ୧୫ ତାରିଖରେ ଡ୍ୟାନ୍ସ ଧମକା, ଫେବୃଆରୀ ୧୬ ତାରିଖରେ ମେଲୋଡି ନାଇଟ, ଫେବୃଆରୀ ୧୭ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫେବୃଆରୀ ୧୮ ତାରିଖରେ ଭସାଣି ଉତ୍ସବର କାର୍ଯ୍ୟସୂଚୀ ରହିଛି। ୧୬ ତାରିଖ ମେଲୋଡି ନାଇଟରେ ଅର୍କେଷ୍ଟ୍ରା ସା-ରେ-ଗା-ମା-ପା କଣ୍ଠଶିଳ୍ପୀ ସଙ୍ଗୀତକାର ଅଭିଜିତ ମଜୁମଦାର ଏବଂ କଣ୍ଠଶିଳ୍ପୀ ପମି ମିଶ୍ର ଯୋଗ ଦେବାର ମଧ୍ୟ ସୂଚନା ରହିଛି।

Categories
ଆଜିର ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର

କଂଗ୍ରେସରେ ମିଶିଲେ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗାୟିକା ପମି ମିଶ୍ର

ଭୁବନେଶ୍ବର: ଆଜି ଓଡିଶା ପ୍ରଦେଶ କଂଗ୍ରେସରେ ସାମିଲ ହୋଇଛନ୍ତି ଓଡିଆ ଚଳଚିତ୍ର ତଥା ଆଲବମ ସଂଗୀତ ନିର୍ଦ୍ଦେଶର ଗୁଡଲି ରଥ। ତାଙ୍କ ସହିତ ମଧ୍ୟ କଣ୍ଠଶିଳ୍ପୀ ପମି ମିଶ୍ର ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଭୁବନେଶ୍ବର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଉଭୟଙ୍କୁ ପ୍ରଭାରୀ ଏ ଚେଲ୍ଲାକୁମାର ଦଳରେ ସାମିଲ କରାଇଛନ୍ତି।

ଏହି ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହିତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ମିଶ୍ରଣ ପରେ ଗୁଡଲି ରଥ କହିଛନ୍ତି ଯେ, ତାଙ୍କ ବାପା କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଥିଲେ। ସେଥିପାଇଁ ସେ ଏହି ଦଳରେ ଯୋଗଦେବାକୁ ନିଷ୍ପତି କରିଥିଲେ। ଅନ୍ୟପକ୍ଷରେ ସଭାପତି ଶରତ ପଟ୍ଟନାୟକଙ୍କ ଅନୁରୋଧ କରିବା ପରେ ଦଳରେ ମିଶିବା ପାଇଁ ନିଷ୍ପତି କଲି।