Categories
ଆଜିର ଖବର ରାଜ୍ୟ ଖବର

ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା

ଭୁବନେଶ୍ଵର: କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା ଆଜି ସାଗର ପରିକ୍ରମା ଯାତ୍ରା ଏକାଦଶ ପର୍ଯ୍ୟାୟ ଅବସରରେ ଜଗତସିଂହପୁର ଜିଲ୍ଲାର ପାରାଦୀପ ମାଛଧରା ପୋତାଶ୍ରୟରେ ମତ୍ସ୍ୟଜୀବୀ ପୁରୁଷ ଓ ମହିଳାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଓ ଅସୁବିଧା ପଚାରି ବୁଝିଛନ୍ତି। ଏହି ଅବସରରେ ସେ ମତ୍ସ୍ୟଜୀବୀ ହିତାଧିକାରୀଙ୍କୁ କେସିସି, ପ୍ରମାଣପତ୍ର/ମଞ୍ଜୁରୀ ଆଦେଶ ଓ କ୍ଷାର ପାଣି ପୋଖରୀ ସବସିଡି ପ୍ରଦାନ କରିଥିଲେ ଏବଂ ଜିଏଆଇଏସ୍ ହିତାଧିକାରୀଙ୍କୁ ମଧ୍ୟ ଚେକ୍ ବାଣ୍ଟିଥିଲେ।

ଏହା ସହ ପାରାଦୀପ ମାଛ ଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପାଇଁ ପରଷୋତ୍ତମ ରୂପାଲା ଏହି ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କରିଥିଲେ।

ସାଗର ପରିକ୍ରମା ଯାତ୍ରା ଅନ୍ତର୍ଗତ ଆଜି ଶ୍ରୀ ରୂପାଲା ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାର ଖରିନାସୀ ମତ୍ସ୍ୟ ଅବତରଣ କେନ୍ଦ୍ରରେ ପହଞ୍ଚି ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଓ ମତ୍ସ୍ୟଜୀବୀ ସମ୍ପ୍ରଦାୟର ପ୍ରତିନିଧିଙ୍କ ମିଳିତ ଉଦ୍ୟମକୁ ଦେଖିବାକୁ ପାଇଥିଲେ। ଶ୍ରୀ ରୂପାଲା ବର୍ଦ୍ଧିତ ଚାହିଦା ପୂରଣ କରିବାରେ ମତ୍ସ୍ୟ ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଆମର ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକାର କରିଥିଲେ। ଏମାନେ ଆମକୁ ଖାଦ୍ୟ ଏବଂ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଯୋଗାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି ବୋଲି ସେ କହିଥିଲେ।

ଏହା ଶୁଣି ହିତାଧିକାରୀମାନେ ଖୁସି ହୋଇଥିଲେ ଏବଂ ସେମାନେ ଏହି ଯାତ୍ରା ସେମାନଙ୍କ ଜୀବନରେ ଆଣିଥିବା ଗୁରୁତ୍ୱ ଏବଂ ପ୍ରଭାବ ବିଷୟରେ କହିପାରିଥିଲେ। ହିତାଧିକାରୀମାନେ ଏକ ଖୋଲା ଆଲୋଚନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ବାୟୋଫ୍ଲକ୍, ଆରଏଏସ୍, ଶୀତଳ ଭଣ୍ଡାରର ବିକାଶ ଇତ୍ୟାଦି ଜ୍ଞାନକୌଶଳ ବିଷୟରେ ଆଲୋଚନା କରିଥିଲେ। ସେମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ (କେସିସି) ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଏହାପରେ ମତ୍ସ୍ୟଜୀବୀଙ୍କ ଘର ପାଖରେ ହୋଇଥିବା ଆଲୋଚନାରେ ସେମାନେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସମସ୍ୟା ସମାଧାନ ଓ ପ୍ରସଙ୍ଗକୁ ନେଇ ଅନୁରୋଧ କରିଥିଲେ। ଏହା ଶୁଣିବା ପରେ ମତ୍ସ୍ୟଜୀବୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରୂପାଲା କହିଥିଲେ।

ସାଗର ପରିକ୍ରମା ପର୍ଯ୍ୟାୟ ଏକାଦଶ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ପାଖାପାଖି ୫୫୦୦ ମତ୍ସ୍ୟଜୀବୀ, ବିଭିନ୍ନ ମତ୍ସ୍ୟଜୀବୀ ଓ ବିଶେଷଜ୍ଞ ଯୋଗ ଦେଇଥିଲେ। ପାରାଦୀପ ମାଛଧରା ପୋତାଶ୍ରୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ନିତୁ କୁମାରୀ ପ୍ରସାଦ, ଏନ୍ଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଏଲ୍ ନରସିଂହ ମୂର୍ତ୍ତି ଓ ଅନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

୭ ଜାନୁଆରୀ ୨୦୨୪ରୁ ଆରମ୍ଭ ହୋଇଥିବା ସାଗର ପରିକ୍ରମା ଯାତ୍ରାର ଏକାଦଶ ପର୍ଯ୍ୟାୟ ଓଡ଼ିଶାର ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଶେଷ ହୋଇସାରିଛି । କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀଙ୍କ ନେତୃତ୍ୱରେ ସାଗର ପରିକ୍ରମା ହେଉଛି ମତ୍ସ୍ୟଜୀବୀଙ୍କ ପାଇଁ ବ୍ୟାପକ ପ୍ରୋତ୍ସାହନ ଅଭିଯାନ। ଏହି କାର୍ଯ୍ୟକ୍ରମ ମତ୍ସ୍ୟଜୀବୀମାନଙ୍କୁ ଭେଟିବା, ସେମାନଙ୍କ ଅସୁବିଧା ଶୁଣିବା, ଗ୍ରାମସ୍ତରୀୟ ବାସ୍ତବତାକୁ ଦେଖିବା, ଦୀର୍ଘସ୍ଥାୟୀ ମାଛଧରାକୁ ପ୍ରୋତ୍ସାହିତ କରିବା ଏବଂ ଶେଷ ଧାଡ଼ିରେ ଥିବା ମତ୍ସ୍ୟଜୀବୀଙ୍କ ପାଖରେ ସରକାରୀ ପଦକ୍ଷେପ ପହଞ୍ଚାଇବାରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଗୋପାଳନ ମନ୍ତ୍ରୀ ପରଷୋତ୍ତମ ରୂପାଲା ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆସନ୍ତାକାଲି ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ସାଗରମାଳା ଯୋଜନା ଅଧୀନରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସହ ସମନ୍ୱୟ ସ୍ଥାପନ କରି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଅଧୀନରେ ଶତ ପ୍ରତିଶତ କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଏବଂ ଉନ୍ନତିକରଣ ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ  ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ମାଛଧରା ପୋତାଶ୍ରୟ ପ୍ରକଳ୍ପକୁ ୧୮ ମାସର ଅବଧିରେ କାର୍ଯ୍ୟକାରୀ କରାଯାଉଛି।

ପ୍ରାୟ ୪୩ ଏକର ପରିମିତ ପାରାଦୀପ ମାଛଧରା ପୋତାଶ୍ରୟ ଜଗତସିଂହପୁର ଜିଲ୍ଲାର ନଦୀ ମୁହାଣଠାରୁ ୨ କିଲୋମିଟର ଉପରମୁଣ୍ଡରେ ମହାନଦୀର ଡାହାଣ ପାର୍ଶ୍ୱରେ ଅବସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରମୁଖ ମାଛଧରା ପୋତାଶ୍ରୟ। ଏଠାରେ ପ୍ରଥମେ ୩୭୦ ନମ୍ବର ୧୦ ମିଟର ଜାହାଜ, ୮୦ ନମ୍ବର ୧୩ ମିଟର ଜାହାଜ ଏବଂ ୫୦ ନମ୍ବର ୧୫ ମିଟର ଜାହାଜ ଏବଂ ପାରମ୍ପରିକ ଡଙ୍ଗା ରଖାଯାଇଥିଲା। ବର୍ତ୍ତମାନ ପ୍ରାୟ ୬୪୦ ନମ୍ବର ୧୫ ମିଟର ଜାହାଜ ଏବଂ ୧୦୦ ନମ୍ବର ୯ ମିଟର ଗିଲ ନେଟ୍ଟର (ଏଫଆରପି ବୋଟ୍) ପୋତାଶ୍ରୟ ସୁବିଧା ବ୍ୟବହାର କରୁଛନ୍ତି।

ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ଦ୍ୱାରା ଏହାର ସ୍ୱଚ୍ଛତା ପରିବେଶରେ  ଉନ୍ନତି ଆସିବ। ପୋତାଶ୍ରୟକୁ ସ୍ୱଚ୍ଛତା, ପ୍ରଦୂଷଣ ମୁକ୍ତ, ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଷ୍ଟିରୁ ଉନ୍ନତ କରିବା, ନୂତନ, ଦକ୍ଷ ଓ ଅତ୍ୟାବଶ୍ୟକ ଭିତ୍ତିଭୂମି ସୁବିଧା ଯୋଗାଇବା, ମାଛ ଧରିବା ପ୍ରକ୍ରିୟାକୁ ଯାନ୍ତ୍ରିକୀକରଣ କରିବା ତଥା ଦକ୍ଷ ପରିଚାଳନା ସଂସ୍ଥା ଦ୍ୱାରା ଉତ୍ତମ ପରିଚାଳନା ଅଭ୍ୟାସ ପ୍ରଦାନ କରାଯିବ। ମାଛଧରା ବନ୍ଦରର ଏହି ଆଧୁନିକୀକରଣ ଦ୍ୱାରା ଜୀବିକା ପାଇଁ ପୋତାଶ୍ରୟ ଉପରେ ନିର୍ଭର କରୁଥିବା ହଜାର ହଜାର ମତ୍ସ୍ୟଜୀବୀ ଏବଂ ଆନୁସଙ୍ଗିକ ଶ୍ରମିକଙ୍କ ଜୀବନରେ ଉନ୍ନତି ଆସିବ। ଉପରୋକ୍ତ ପ୍ରକଳ୍ପ  ଅଧୀନରେ ହୋଇଥିବା ଆଧୁନିକୀକରଣ ଏବଂ ମୂଲ୍ୟ ସଂଯୋଜନ କାର୍ଯ୍ୟକଳାପ ମଧ୍ୟ କୁଶଳୀ ଏବଂ ଅଣକୁଶଳୀ ବର୍ଗରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପରେ ଏକ ନୂତନ ନିଲାମ ହଲ୍, ନୂତନ ବାଣିଜ୍ୟିକ କମ୍ପ୍ଲେକ୍ସ, କ୍ୱାଏ ପାଚେରି ସମ୍ପ୍ରସାରଣ, ଉପକୂଳ ସୁରକ୍ଷା କାର୍ଯ୍ୟ, ବର୍ତ୍ତମାନର ନିଲାମ ହଲ୍, ଗିଅର୍ ସେଡ୍, ମାଛ ପ୍ୟାକିଂ ସେଡ୍, ଆଇସ୍ କ୍ରସିଂ ହଲ୍, ପ୍ରାଥମିକ ଚିକିତ୍ସା କେନ୍ଦ୍ର, କମ୍ପାଉଣ୍ଡ କାନ୍ଥ ନିର୍ମାଣ, ବିଦ୍ୟୁତ୍ କାର୍ଯ୍ୟ, ଓଭରହେଡ୍ ପାଣି ଟାଙ୍କି, ସୌର ଶକ୍ତି ପ୍ଲାଣ୍ଟ, ସୋଲାର ଲାଇଟ୍ ନିର୍ମାଣ କରାଯିବ। ଏହାବ୍ୟତୀତ ଦିଗ ନିର୍ଣ୍ଣୟ ସହାୟତା/ରେଡିଓ ଯୋଗାଯୋଗ ଉପକରଣ, ଇଟିପି, ଅଗ୍ନିଶମ ଉପକରଣ, ମାର୍କେଟ କମ୍ପ୍ଲେକ୍ସ ଏବଂ ରାସ୍ତା ନିର୍ମାଣ, ଅନ୍ୟ ଆନୁସଙ୍ଗିକ ସୁବିଧା ଏବଂ ସେବା ସହିତ ଲ୍ୟାଣ୍ଡସ୍କେପିଂ ଇତ୍ୟାଦି କାର୍ଯ୍ୟ ମଧ୍ୟ ଏଥିରେ ସାମିଲ ରହିଛି।

ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ରହିବେ। ଏହି ଶିଳାନ୍ୟାସ ସମାରୋହରେ ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ, ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିକାଶ ବୋର୍ଡ, ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ,  ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ମତ୍ସ୍ୟ ସର୍ବେକ୍ଷଣ ସଂସ୍ଥା, ମତ୍ସ୍ୟଜୀବୀ ସଂଘର ପ୍ରତିନିଧି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଯୋଗ ଦେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ଆରମ୍ଭ ହେଲା ସାଗର ପରିକ୍ରମା ଯାତ୍ରାର ଏକାଦଶ ପର୍ଯ୍ୟାୟ

ଭୁବନେଶ୍ଵର: କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କ ନେତୃତ୍ୱରେ ଆଜି ଗଞ୍ଜାମ ଜିଲ୍ଲାର ଅର୍ଜିପଲ୍ଲୀ ମାଛଧରା ବନ୍ଦରରୁ ଓଡ଼ିଶାରେ ସାଗର ପରିକ୍ରମା ଯାତ୍ରା ଏକାଦଶ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ପରଷୋତ୍ତମ ରୂପାଲା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅନେକ ହିତାଧିକାରୀ ସେମାନଙ୍କର ପ୍ରାଥମିକ ଅନୁଭୂତି ବାଣ୍ଟିବା ସହ ନୂତନ ଡଙ୍ଗା ଏବଂ ଜାଲ ପାଇଁ ଅନୁରୋଧ କରିଥିଲେ ଏବଂ କେସିସି ଓ ପିଏମଏମଏସୱାଇ ଯୋଜନା ସେମାନଙ୍କ ଜୀବନରେ ଉଲ୍ଲେଖନୀୟ ଅବଦାନ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ, ମଞ୍ଜୁରୀ/ପ୍ରମାଣପତ୍ର ବଣ୍ଟନ କରାଯିବା ସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ପ୍ରଗତିଶୀଳ ମତ୍ସ୍ୟଜୀବୀଙ୍କୁ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ନୀତୁ କୁମାରୀ ପ୍ରସାଦ, ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶକ ସିଦ୍ଦିକି ଆଲାମ୍ ଏବଂ ଅନ୍ୟ ସମ୍ମାନିତ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ନଇରୀ ମତ୍ସ୍ୟଜୀବୀ ଗ୍ରାମ ପରିଦର୍ଶନ କରିଥିଲେ। ନୀତୁ କୁମାରୀ ପ୍ରସାଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ରୂପାଲା ଯାନ୍ତ୍ରିକ, ମୋଟରଚାଳିତ ଓ ପାରମ୍ପରିକ ଡଙ୍ଗା ମାଲିକ ସଂଘର ପ୍ରତିନିଧି, ଶୁଖିଲା ମାଛ ପ୍ରୋସେସର, ମହିଳା ଏସ୍ଏଚ୍ଜି ସଦସ୍ୟ ଆଦି ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଜୀବିକା, ମତ୍ସ୍ୟ ଚାଷରୁ ଖାଦ୍ୟ ନିରାପତ୍ତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଆଲୋଚନାଚକ୍ର ମତ୍ସ୍ୟଜୀବୀଙ୍କୁ ସେମାନଙ୍କର ଅନ୍ତରର ଅନୁଭୂତି ଏବଂ ସେମାନଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ପ୍ରକାଶ କରିବାରେ ସାହାଯ୍ୟ କରିଥିଲା। ଆଗାମୀ ଦିନରେ ମଧ୍ୟ ସାଗର ପରିକ୍ରମା ଭଳି କାର୍ଯ୍ୟକ୍ରମ ପାଇଁ ହିତାଧିକାରୀମାନେ ଅନୁରୋଧ କରିଛନ୍ତି।

ପରଷୋତ୍ତମ ରୂପାଲା ପିଏମଏମଏସୱାଇ, କେସିସି ଭଳି ଯୋଜନାରେ ହିତାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭିତ୍ତିଭୂମି ବିକାଶ, ବିପଣନ, ରପ୍ତାନି ଏବଂ ଅନୁଷ୍ଠାନିକ ବ୍ୟବସ୍ଥା ଇତ୍ୟାଦି ମତ୍ସ୍ୟ ଉତ୍ପାଦନ, ଉତ୍ପାଦକତା ଏବଂ ଏହା ସହିତ ଜଡିତ କାର୍ଯ୍ୟକଳାପ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଯୋଜନା ବିଷୟରେ ଉଦବୋଧନ ଦେଇଥିଲେ। ମତ୍ସ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ହିତାଧିକାରୀମାନେ ଆଗେଇ ଆସି ଯୋଜନାର ସୁଫଳ ନେବାକୁ ସେ ଅନୁରୋଧ କରିଛନ୍ତି। ହିତାଧିକାରୀମାନେ ଯେପରି ଏହାର ଲାଭ ନେଇପାରିବେ ସେଥିପାଇଁ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ସହଯୋଗ କରିବାକୁ ସେ ସ୍ୱେଚ୍ଛାସେବୀମାନଙ୍କୁ ଅନୁରୋଧ କରିଥିଲେ। ବାଲୁଗାଁ ସ୍ଥିତ ଚିଲିକା ହ୍ରଦ ମାଛ ମାର୍କେଟରେ ମାଛ ବିକ୍ରେତାଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଚିଲିକା ହ୍ରଦ ଭାରତ ତତା ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ଏକ ବୃହତ୍ତମ ହ୍ରଦ, ଯେଉଁଥିରେ ବିଭିନ୍ନ ପ୍ରଜାତିର ମାଛ ସମେତ ସମୃଦ୍ଧ ଜୈବ ବିବିଧତା ରହିଛି। ପାଖାପାଖି ୧ ଲକ୍ଷ ୯୦ ହଜାର ମତ୍ସ୍ୟଜୀବୀ ଚିଲିକା ହ୍ରଦ ସହ ଜଡ଼ିତ ଥିବାରୁ ମତ୍ସ୍ୟଚାଷ ସହ ଜଡ଼ିତ ଲୋକଙ୍କ ବାସ୍ତବତାକୁ ବୁଝିବାରେ ଏହି ଆଲୋଚନା ସହାୟକ ହୋଇଥିଲା।

ପରଷୋତ୍ତମ ରୂପାଲା କିସାନ କ୍ରେଡିଟ୍ କାର୍ଡ (କେସିସି)ର ପ୍ରଚାର ପ୍ରସାର ଉପରେ ଆଲୋଚନା କରି କହିଲେ ଯେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରାକ୍ ସଚେତନତା ଶିବିର ଆୟୋଜନ କରାଯାଇଛି, ଯେଉଁଠାରେ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀମାନଙ୍କୁ କେସିସି ପଞ୍ଜୀକରଣ ଏବଂ ଏହାର ଫାଇଦା ବିଷୟରେ ସଚେତନ କରାଯାଇଥିଲା। ମତ୍ସ୍ୟ ବିଭାଗ ସମଗ୍ର ଭାରତବର୍ଷରେ ମତ୍ସ୍ୟଜୀବୀ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ଯୋଗାଯୋଗ ଏବଂ ସଚେତନତା ବୃଦ୍ଧି କରିବା ପାଇଁ ‘‘ମତ୍ସ୍ୟ ସମ୍ପଦ ସଚେତନତା ଅଭିଯାନ’’ ଉପରେ ଏକ ରଣନୀତିକ ପଦକ୍ଷେପ ଗ୍ରହଣ କରିସାରିଛି ବୋଲି ସେ ସୂଚନା ଦେଇଥିଲେ। ସାଗର ପରିକ୍ରମା ଏକାଦଶ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସମାନ୍ତରାଳ ଭାବେ ‘‘ମତ୍ସ୍ୟ ସମ୍ପଦ ସଚେତନତା ଅଭିଯାନ’’ ହାତକୁ ନିଆଯାଇଛି।

ଏହାପରେ ସାଗର ପରିକ୍ରମା ଯାତ୍ରା ଏକାଦଶ ପର୍ଯ୍ୟାୟ ବାଲୁଗାଁ ମାଛ ଅବତରଣ କେନ୍ଦ୍ରରେ ପହଞ୍ଚିଥିଲା। କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମତ୍ସ୍ୟଜୀବୀ, ମହିଳା, ମତ୍ସ୍ୟ ଚାଷୀ, ପିଏଫସିଏସ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସେମାନେ ସୂଚନା ଦେଇଥିଲେ ଯେ ମତ୍ସ୍ୟଜୀବୀ ମହିଳାମାନଙ୍କ ପାଇଁ ପିଏମଏମଏସୱାଇ ଯୋଜନାରେ ବିଶେଷ ଧ୍ୟାନ ଦିଆଯାଇଛି । ଏହାଦ୍ୱାରା ଲିଙ୍ଗଗତ ସମାବେଶୀ ପରିବେଶ, ମହିଳାଙ୍କ ସାମାଜିକ-ଆର୍ଥିକ ବିକାଶ ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ସାମଗ୍ରିକ ଅଭିବୃଦ୍ଧି ଆଣିପାରିବ।

ପ୍ରାୟ ୯୨୦୦ ମତ୍ସ୍ୟଜୀବୀ, ବିଭିନ୍ନ ମତ୍ସ୍ୟ ଅଂଶୀଦାର, ବିଶେଷଜ୍ଞମାନେ ବିଭିନ୍ନ ସ୍ଥାନରୁ ସାଗର ପରିକ୍ରମା ପର୍ଯ୍ୟାୟ ଏକାଦଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ୟୁଟ୍ୟୁବ୍, ଟ୍ୱିଟର ଏବଂ ଫେସବୁକ୍ ଭଳି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା।

ପୃଷ୍ଠଭୂମି

ସାଗର ପରିକ୍ରମା ଯାତ୍ରାର ୧୦ଟି ପର୍ଯ୍ୟାୟ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଆୟୋଜିତ ହୋଇଯାଇଛି । ଏହା ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବା ସହ ବିଭିନ୍ନ ସଂସ୍କୃତିର ମୁକାବିଲା କରିବାର ପ୍ରତୀକ ସାଜିଛି । ୧୦ଟି ପର୍ଯ୍ୟାୟ ସଫଳ ହେବା ପରେ ମତ୍ସ୍ୟ ଓ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ, ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ ଓ ମତ୍ସ୍ୟଜୀବୀ ପ୍ରତିନିଧିମାନେ ସଂଗଠିତ ହେବା ସହ ସାଗର ପରିକ୍ରମା, ଏକାଦଶ ପର୍ଯ୍ୟାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାରେ ୪୮୦ କିଲୋମିଟର ସମୁଦ୍ର କୂଳ, ୨୪,୦୦୦ ବର୍ଗ କିଲୋମିଟର କଣ୍ଟିନେଣ୍ଟାଲ ସେଲ୍ଫ ଅଞ୍ଚଳ, ୦.୦୧୭ ନିୟୁତ ବର୍ଗ କିଲୋମିଟର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର, ୩୩ଟି ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା, ୫୭ଟି ବରଫ କାରଖାନା ଏବଂ ୩ଟି ମାଛ ଓ ଚିଙ୍ଗୁଡ଼ି ଖାଦ୍ୟ କାରଖାନା ରହିଛି। ଓଡ଼ିଶାର ଜଳ ଜୈବ ବିବିଧତା ଏବଂ ମାଛର ପ୍ରାଚୁର୍ଯ୍ୟତା ୧୬ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଏବଂ ବାଣିଜ୍ୟିକ ମାଛଧରା ଏବଂ ଜଳଚାଷ ଭଳି ବିଭିନ୍ନ ଶିଳ୍ପକୁ ସହାୟତା କରିଥାଏ ।

ମତ୍ସ୍ୟଜୀବୀଙ୍କ ଆର୍ଥିକ ସଶକ୍ତୀକରଣ ମାଧ୍ୟମରେ ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ବିପୁଳ ସମ୍ଭାବନା ଥିବା ମାଛଧରା ଶିଳ୍ପକୁ ଏକ ଉଦୀୟମାନ କ୍ଷେତ୍ର ଭାବରେ ବିବେଚନା କରାଯାଏ। ମତ୍ସ୍ୟଜୀବୀଙ୍କ ସମସ୍ୟା, ଅନୁଭୂତି ଓ ଆକାଂକ୍ଷାକୁ ଭଲ ଭାବରେ ବୁଝିବା ସହ ମତ୍ସ୍ୟଜୀବୀ ଗ୍ରାମର ପରିସ୍ଥିତିକୁ ବୁଝିବା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ଉପଲବ୍ଧ ଯୋଜନା ଉପରେ ଆଲୋକପାତ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ସାଗର ପରିକ୍ରମା ଯାତ୍ରା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ୯ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ସାଗର ପରିକ୍ରମା ପର୍ଯ୍ୟାୟ- XI

ଭୁବନେଶ୍ଵର: ଆଜିଠାରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ସାଗର ପରିକ୍ରମା ପର୍ଯ୍ୟାୟ – XI କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କ ସହ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରଗତିଶୀଳ ମତ୍ସ୍ୟଜୀବୀ, ବିଶେଷକରି ଉପକୂଳ ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀ, ଯୁବ ମତ୍ସ୍ୟ ଉଦ୍ୟୋଗୀ ଆଦି କିଷାନ କ୍ରେଡିଟ୍ କାର୍ଡ (କେସିସି) ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବେ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, କେସିସି ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ନିଆଯାଇଥିବା ସର୍ବୋତ୍ତମ ଅଭ୍ୟାସ ଓ ପଦକ୍ଷେପକୁ ମତ୍ସ୍ୟଜୀବୀଙ୍କ ନିକଟରେ ବ୍ୟାପକ ଭାବେ ପହଞ୍ଚାଯିବ।

ସାଗର ପରିକ୍ରମା ଫେଜ୍- XI ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ଆୟୋଜିତ ହେବ । ଏହି ଅବସରରେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ, ଓଡ଼ିଶା ସରକାରଙ୍କ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ସର୍ବେକ୍ଷଣ ସଂସ୍ଥା, ମତ୍ସ୍ୟଜୀବୀ ସଂଘର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।

ସାଗର ପରିକ୍ରମା ଯାତ୍ରାରେ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଂଶୀଦାରଙ୍କ ସହ ସମୀକ୍ଷା ବୈଠକ ଏବଂ ଆଲୋଚନା କରାଯାଇଥାଏ । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କେସିସି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଅଭିଯାନ କରାଯିବ। ରାଜ୍ୟ ମତ୍ସ୍ୟ ଅଧିକାରୀ, ମତ୍ସ୍ୟଜୀବୀ ପ୍ରତିନିଧି, ମତ୍ସ୍ୟ ଚାଷୀ, ଉଦ୍ୟୋଗୀ, ମତ୍ସ୍ୟଜୀବୀ ସମବାୟ ସମିତିର ନେତା, ପେସାଦାର, ବୈଜ୍ଞାନିକ ଏବଂ ଦେଶର ବିଭିନ୍ନ ଅଂଶୀଦାର ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ଓଡ଼ିଶାରେ ୪୮୦ କିଲୋମିଟର ସମୁଦ୍ର କୂଳ, ୨୪ ହଜାର କିଲୋମିଟର ମହାଦେଶୀୟ ସେଲ୍‌ଫ ଏରିଆ,୦.୦୧୭ ନିୟୁତ କିଲୋମିଟର  ସ୍ୱତନ୍ତ୍ର ଅର୍ଥନୈତିକ ଜୋନ, ୩୩ଟି ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା, ୫୭ ଟି ବରଫ କାରଖାନା ଏବଂ ୩ ଟି ମାଛ ଓ ଚିଙ୍ଗୁଡ଼ି ଖାଦ୍ୟ ମିଲ୍‌ସ ରହିଛି। ଓଡ଼ିଶାର ଜଳଜ ଜୈବ ବିବିଧତା ଏବଂ ମତ୍ସ୍ୟ ସମ୍ପଦ ୧୬ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କୁ ପୋଷଣ କରିଥାଏ ଏବଂ ବାଣିଜ୍ୟିକ ମାଛଚାଷ, ମାଛଚାଷ ସହ ଜଡ଼ିତ ଅତିରିକ୍ତ କାର୍ଯ୍ୟକଳାପକୁ ସମର୍ଥନ କରେ।

“ସାଗର ପରିକ୍ରମା”ର ପ୍ରଥମ ପର୍ଯ୍ୟାୟ ଯାତ୍ରା ୫ ମାର୍ଚ୍ଚ ୨୦୨୨ରେ ଗୁଜରାଟର ମାଣ୍ଡଭିରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ସାଗର ପରିକ୍ରମାର ମୋଟ ୧୦ଟି ପର୍ଯ୍ୟାୟ ଉପକୂଳବର୍ତ୍ତୀ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ଗୁଜରାଟ, ଡାମନ ଏବଂ ଡିଉ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ଆଣ୍ଡାମାନ ଏବଂ ନିକୋବର, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ଅନ୍ତର୍ଭୁକ୍ତ ହୋଇଛି।

ସାଗର ପରିକ୍ରମା ଲୋକଙ୍କ ଅସୁବିଧାକୁ ସ୍ୱୀକାର କରି ସେମାନଙ୍କ ଜୀବନଧାରଣ ମାନ ଏବଂ ଅର୍ଥନୈତିକ କଲ୍ୟାଣରେ ଉନ୍ନତି ଆଣିଥାଏ ଏବଂ ଏହା ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କ ଦ୍ୱାରରେ ଥିବା ସରକାରୀ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ କରିବାର ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିଥାଏ। ସାଗର ପରିକ୍ରମା ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀଙ୍କ ସମସ୍ୟାର ସମାଧାନ ଏବଂ ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ), କିଷାନ କ୍ରେଡିଟ୍ କାର୍ଡ (କେସିସି) ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଆର୍ଥିକ ଉନ୍ନତିରେ ନିରନ୍ତର ସହଯୋଗ କରିବ।

ମତ୍ସ୍ୟ ଚାଷ କ୍ଷେତ୍ରକୁ ଏକ ସୂର୍ଯ୍ୟୋଦୟ କ୍ଷେତ୍ର ଭାବରେ ବିବେଚନା କରାଯାଏ ଏବଂ ସମାଜର ଦୁର୍ବଳ ବର୍ଗର ଅର୍ଥନୈତିକ ସଶକ୍ତୀକରଣ ଦ୍ୱାରା ସମାନ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଆଣିବାର ପ୍ରଚୁର ସମ୍ଭାବନା ରହିଛି। ବିଶ୍ୱମାଛ ଉତ୍ପାଦନରେ ୮% ଅଂଶ ସହ ଭାରତ ତୃତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ, ୨ ବୃହତ୍ତମ ଜଳଚାଷ ଉତ୍ପାଦନକାରୀ, ବୃହତ୍ତମ ଚିଙ୍ଗୁଡ଼ି ଉତ୍ପାଦନକାରୀ ଏବଂ ବିଶ୍ୱର ଚତୁର୍ଥ ବୃହତ୍ତମ ଶୀର୍ଷ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ।

ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ସମୁଦାୟ ଏବଂ ଅଂଶୀଦାରମାନଙ୍କ ସହ ଯୋଗାଯୋଗ କରି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ମତ୍ସ୍ୟ ସମ୍ବନ୍ଧୀୟ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରସାର କରିବା ଏବଂ ମତ୍ସ୍ୟଜୀବୀଙ୍କ ସମସ୍ୟା ବୁଝିବା ସାଗର ପରିକ୍ରମାର ଉଦ୍ଦେଶ୍ୟ।

Categories
ଆଜିର ଖବର ଜାତୀୟ ଖବର

ଜାନୁଆରୀ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ସାଗର ପରିକ୍ରମା ପର୍ଯ୍ୟାୟ- XI

ନୂଆଦିଲ୍ଲୀ: ଆସନ୍ତା ଜାନୁଆରି ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ସାଗର ପରିକ୍ରମା ପର୍ଯ୍ୟାୟ – XI କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କ ସହ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରଗତିଶୀଳ ମତ୍ସ୍ୟଜୀବୀ, ବିଶେଷକରି ଉପକୂଳ ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀ, ଯୁବ ମତ୍ସ୍ୟ ଉଦ୍ୟୋଗୀ ଆଦି କିଷାନ କ୍ରେଡିଟ୍ କାର୍ଡ (କେସିସି) ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବେ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, କେସିସି ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ନିଆଯାଇଥିବା ସର୍ବୋତ୍ତମ ଅଭ୍ୟାସ ଓ ପଦକ୍ଷେପକୁ ମତ୍ସ୍ୟଜୀବୀଙ୍କ ନିକଟରେ ବ୍ୟାପକ ଭାବେ ପହଞ୍ଚାଯିବ।

ସାଗର ପରିକ୍ରମା ଫେଜ୍- XI ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ଆୟୋଜିତ ହେବ । ଏହି ଅବସରରେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ, ଓଡ଼ିଶା ସରକାରଙ୍କ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ସର୍ବେକ୍ଷଣ ସଂସ୍ଥା, ମତ୍ସ୍ୟଜୀବୀ ସଂଘର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।

ସାଗର ପରିକ୍ରମା ଯାତ୍ରାରେ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଂଶୀଦାରଙ୍କ ସହ ସମୀକ୍ଷା ବୈଠକ ଏବଂ ଆଲୋଚନା କରାଯାଇଥାଏ । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କେସିସି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଅଭିଯାନ କରାଯିବ। ରାଜ୍ୟ ମତ୍ସ୍ୟ ଅଧିକାରୀ, ମତ୍ସ୍ୟଜୀବୀ ପ୍ରତିନିଧି, ମତ୍ସ୍ୟ ଚାଷୀ, ଉଦ୍ୟୋଗୀ, ମତ୍ସ୍ୟଜୀବୀ ସମବାୟ ସମିତିର ନେତା, ପେସାଦାର, ବୈଜ୍ଞାନିକ ଏବଂ ଦେଶର ବିଭିନ୍ନ ଅଂଶୀଦାର ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ଓଡ଼ିଶାରେ ୪୮୦ କିଲୋମିଟର ସମୁଦ୍ର କୂଳ, ୨୪ ହଜାର କିଲୋମିଟର ମହାଦେଶୀୟ ସେଲ୍‌ଫ ଏରିଆ,୦.୦୧୭ ନିୟୁତ କିଲୋମିଟର  ସ୍ୱତନ୍ତ୍ର ଅର୍ଥନୈତିକ ଜୋନ, ୩୩ଟି ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା, ୫୭ ଟି ବରଫ କାରଖାନା ଏବଂ ୩ ଟି ମାଛ ଓ ଚିଙ୍ଗୁଡ଼ି ଖାଦ୍ୟ ମିଲ୍‌ସ ରହିଛି। ଓଡ଼ିଶାର ଜଳଜ ଜୈବ ବିବିଧତା ଏବଂ ମତ୍ସ୍ୟ ସମ୍ପଦ ୧୬ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କୁ ପୋଷଣ କରିଥାଏ ଏବଂ ବାଣିଜ୍ୟିକ ମାଛଚାଷ, ମାଛଚାଷ ସହ ଜଡ଼ିତ ଅତିରିକ୍ତ କାର୍ଯ୍ୟକଳାପକୁ ସମର୍ଥନ କରେ ।

“ସାଗର ପରିକ୍ରମା”ର ପ୍ରଥମ ପର୍ଯ୍ୟାୟ ଯାତ୍ରା ୫ ମାର୍ଚ୍ଚ ୨୦୨୨ରେ ଗୁଜରାଟର ମାଣ୍ଡଭିରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ସାଗର ପରିକ୍ରମାର ମୋଟ ୧୦ଟି ପର୍ଯ୍ୟାୟ ଉପକୂଳବର୍ତ୍ତୀ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ଗୁଜରାଟ, ଡାମନ ଏବଂ ଡିଉ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ଆଣ୍ଡାମାନ ଏବଂ ନିକୋବର, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ଅନ୍ତର୍ଭୁକ୍ତ ହୋଇଛି ।

ସାଗର ପରିକ୍ରମା ଲୋକଙ୍କ ଅସୁବିଧାକୁ ସ୍ୱୀକାର କରି ସେମାନଙ୍କ ଜୀବନଧାରଣ ମାନ ଏବଂ ଅର୍ଥନୈତିକ କଲ୍ୟାଣରେ ଉନ୍ନତି ଆଣିଥାଏ ଏବଂ ଏହା ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କ ଦ୍ୱାରରେ ଥିବା ସରକାରୀ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ କରିବାର ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିଥାଏ । ସାଗର ପରିକ୍ରମା ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀଙ୍କ ସମସ୍ୟାର ସମାଧାନ ଏବଂ ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ), କିଷାନ କ୍ରେଡିଟ୍ କାର୍ଡ (କେସିସି) ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଆର୍ଥିକ ଉନ୍ନତିରେ ନିରନ୍ତର ସହଯୋଗ କରିବ ।

ମତ୍ସ୍ୟ ଚାଷ କ୍ଷେତ୍ରକୁ ଏକ ସୂର୍ଯ୍ୟୋଦୟ କ୍ଷେତ୍ର ଭାବରେ ବିବେଚନା କରାଯାଏ ଏବଂ ସମାଜର ଦୁର୍ବଳ ବର୍ଗର ଅର୍ଥନୈତିକ ସଶକ୍ତୀକରଣ ଦ୍ୱାରା ସମାନ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଆଣିବାର ପ୍ରଚୁର ସମ୍ଭାବନା ରହିଛି । ବିଶ୍ୱମାଛ ଉତ୍ପାଦନରେ ୮% ଅଂଶ ସହ ଭାରତ ତୃତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ, ୨ ବୃହତ୍ତମ ଜଳଚାଷ ଉତ୍ପାଦନକାରୀ, ବୃହତ୍ତମ ଚିଙ୍ଗୁଡ଼ି ଉତ୍ପାଦନକାରୀ ଏବଂ ବିଶ୍ୱର ଚତୁର୍ଥ ବୃହତ୍ତମ ଶୀର୍ଷ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ।

ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ସମୁଦାୟ ଏବଂ ଅଂଶୀଦାରମାନଙ୍କ ସହ ଯୋଗାଯୋଗ କରି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ମତ୍ସ୍ୟ ସମ୍ବନ୍ଧୀୟ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରସାର କରିବା ଏବଂ ମତ୍ସ୍ୟଜୀବୀଙ୍କ ସମସ୍ୟା ବୁଝିବା ସାଗର ପରିକ୍ରମାର ଉଦ୍ଦେଶ୍ୟ ।