Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧି କାଲା ହତଖଣ୍ଡିକୁ ଗିରଫ କଲା ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା: ବିଭିନ୍ନ ଅପରାଧିକ ଘଟଣାରେ ଜଡିତ ଥାଇ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧି କାଲା ହତଖଣ୍ଡି ଓରଫ ମହମଦ ଶେଖବତକୁ ଖୋର୍ଦ୍ଧା ପୋଲିସ ଆଜି ଭୁବନେଶ୍ବରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ କୋର୍ଟରେ ହାତଖଣ୍ଡିର ଜାମିନ ନାମଞ୍ଜୁର ହୋଇଯିବାରୁ ତାକୁ ଖୋର୍ଦ୍ଧା ଉପକାରଗାରକୁ ପଠାଇ ଦିଆଯାଇଛି।

ପୋଲିସ ସୂଚନା ମୁତାବକ ହାତଖଣ୍ଡି ଗତ ୨୦୧୭ ମସିହା ଅକ୍ଟୋବର ୧୬ ତାରିଖରେ ଦେଉଳଟାଙ୍ଗି ଗ୍ରାମର କାଲା ହତଖଣ୍ଡି ଓରଫ ମହମଦ ଶେଖବତ ତାର ସାବତ ଭାଇ ଏମଡି ସବିତକୁ ତୋଟାପଡ଼ା ଛକରେ ଥିବା ଦୋକାନ ଉପରେ ଗୁଳି ଚଳାଇ ହତ୍ୟା କରିଥିଲା। ଏନେଇ ଏମଡି ଗୋରା ଥାନାରେ ଅଭିଯୋଗ କରିଥିଲା ତେବେ ଗୋରାର ଅଭିଯୋଗ କ୍ରମେ ଖୋର୍ଦ୍ଧା ଥାନା ପୋଲିସ କେଶ ନଂ ୪୧୩/୧୭ ଦଫା ୩୦୨ ଆଇପିସି ୨୫/୨୭ ଆର୍ମସ ଆକ୍ଟରେ ଏକ କେସ ହୋଇ ତଦନ୍ତ କରଯାଇଥିଲା।

ଉକ୍ତ କେସରେ କାଲା ହାତଖଣ୍ଡି ନାମରେ ଖୋର୍ଦ୍ଧା କୋର୍ଟରୁ ଏକ ଏନବିଡବ୍ଲୁ ଆସିଥିଲା।  ସେହିପରି ୨୦୦୧ ମସିହାରେ ମଧ୍ୟ ଏକ ଛିନତାଇ କେସରେ ତା ନାମରେ ମଧ୍ୟ ଏନବିଡବ୍ଲୁ ଖୋର୍ଦ୍ଧା କୋର୍ଟରୁ ଆସିଥିଲା। ସେ ଦୀର୍ଘ ଦିନ ହେବ ପୁଲିସକୁ ଚକମା ଦେଇ ଫେରାର ହୋଇ ବୁଲୁଥିଲା। ଖୋର୍ଦ୍ଧା ଏସପିଙ୍କ ନେତୃତରେ ଗୋଟିଏ ଟିମ ଗଠନ କରାଯାଇ ଅଭିଯୁକ୍ତ କାଲା ହାତଖଣ୍ଡିକୁ ଧରିବା ପାଇଁ ଚାରିଆଡେ ଚଢଉ କରାଯାଉଥିଲା। ଆଜି ଫେରାର ଅଭିଯୁକ୍ତ କାଲା ହତଖଣ୍ଡିକୁ ଉକ୍ତ ଟିମ ଧରିବାରେ ସକ୍ଷମ ହୋଇଥିଲା।

ତେବେ ସଦର ଥାନା ଆଇଆଇସି ଅନିତା ସାହୁଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଯେଉଁଥିରେ ଏସଆଇ ଦିଗବିଜୟ ବିଶ୍ୱାଳ ଏବଂ ସ୍ପେଶାଲ ସ୍କ୍ବାର୍ଡ ସାମିଲ ଥିଲେ।