Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ଦ୍ୱାରା ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ

ଭୁବନେଶ୍ବର: ପୂର୍ବ ତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନ ଠାରେ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ସାଂସଦ ଭର୍ତ୍ତୁହାରୀ ମହତାବ (ସାଂସଦ/ଲୋକସଭା/କଟକ), ମୁଜିବୁଲ୍ଲା ଖାନ (ସାଂସଦ/ରାଜ୍ୟସଭା) ଏବଂ ରାମ ମୋହନ ନାଇଡୁ କିଞ୍ଜରପ୍ପୁ (ସାଂସଦ/ ଲୋକସଭା/ଶ୍ରୀକାକୁଲମ) ଙ୍କ ସହିତ ବିଧାୟକ ରେଖାଚାନ୍ଦ ଜୈନ (ଜଗଦଲପୁର/ଛତିଶଗଡ) ଏବଂ ବିଭିନ୍ନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପ୍ରତିନିଧୀ, ପିଏସୟୁ, ପାସେଞ୍ଜର ଆସୋସିଏସନ୍, ଗ୍ରାହକ (କଞ୍ଜୁମର) ଆସୋସିଏସନ୍ ଏବଂ ଅନ୍ୟାନ୍ୟ ରେଳ ବ୍ୟବହାରକାରୀ ସଂସ୍ଥାର ପ୍ରତିନିଧୀମାନେ ଏହି ବୈଠକରେ ଯୋଗ ଦେଇ ସେମାନଙ୍କର ମୂଲ୍ୟବାନ ମତ ଏବଂ ପରାମର୍ଶ ଉପସ୍ଥାପନ କରିଥିଲେ।

ଯାତ୍ରୀ ପରିଷେବା ସହିତ ଅନ୍ୟାନ ସୁବିଧା ଏବଂ ସେବା, ଜନସାଧାରଣଙ୍କ ଦାବି ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକଳାପ, ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା, ​​ଟ୍ରେନର ସମ୍ପ୍ରସାରଣ ଓ ରହଣି ଇତ୍ୟାଦି ସମ୍ବନ୍ଧୀୟ ବିଷୟବସ୍ତୁ ଏହି ବୈଠକରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ପୂର୍ବତଟ ରେଳପଥର ବରିଷ୍ଠ ଉପମହାପ୍ରବନ୍ଧକ ସଞ୍ଜୟ କୁମାର ମହାପାତ୍ରଙ୍କ ସମେତ ପୂର୍ବତଟ ରେଳପଥର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।  ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ର ସଚିବ ତଥା ପୂର୍ବ ତଟ ରେଳପଥର ଉପ ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଏହି ବୈଠକକୁ ସଂଯୋଜନା କରିଥିଲେ।