Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ନୂଆ ଷ୍ଟ୍ରେନରେ ନୂଆ ଲକ୍ଷଣ: ନିୟମ ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ଦେଲା ପରାମର୍ଶ

ଭୁବନେଶ୍ବର: ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ନୂଆ ଷ୍ଟ୍ରେନ ଯୋଗୁଁ ଶରୀରରେ ନୂଆ ନୂଆ ଲକ୍ଷଣ ଦେଖାଯାଉଛି। ତେଣୁ ଏହି ନୂଆ ଲକ୍ଷଣକୁ ଅଣଦେଖା ନକରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେଥିପାଇଁ ଲୋକମାନକୁ କରୋନା କଟକଣାକୁ ମାନିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା କହିଛନ୍ତି ଯେ, କରୋନାର ନୂତନ ଷ୍ଟ୍ରେନ୍ ନୂଆ ନୂଆ ଲକ୍ଷଣ ଦେଖାଦେଉଛି। ନୂତନ ଷ୍ଟ୍ରେନରେ ସଂକ୍ରମଣ ହେଉଥିବା ଲୋକଙ୍କ ମଧ୍ୟରେ ଜ୍ଵର, ଝାଡ଼ା, ବାନ୍ତି, ଶରୀରରେ ପୀଡା, ନାକ ଜନିତ ସମସ୍ୟା ଏବଂ ଗଳାରେ ଯନ୍ତ୍ରଣା ହେଉଥିବା ଦେଖାଯାଉଛି।

ତେବେ ଏହି ଷ୍ଟ୍ରେନ ଦ୍ଵାରା ସଂକ୍ରମଣ ହାର ଅଧିକ ଥିବାରୁ ଲୋକମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ସେଥିପାଇଁ ଲୋକଙ୍କୁ ଟିକା ନେବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଜନସମାବେଶରୁ ଦୂରେଇ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛି।