ଭୁବନେଶ୍ବର : ଲୋକେ ହେଉନଥିବାରୁ ବସ୍ ସେବା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଓଏସ୍ଆରଟିସି ବସ୍ ଚଳାଚଳ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । 66 ରୁଟ୍ରୁ 20ଟି ରୁଟ୍ରେ ଲୋକେ ହେଉନାହାନ୍ତି । ଏହି ରୁଟ୍ଗୁଡିକରେ ଅତିବେଶୀରେ 5 ଜଣ ଲୋକେ ହେଉଛନ୍ତି । କ୍ଷତିରେ ବସ୍ ଚାଲିବା ସମ୍ଭବପର ହେଉନଥିବାରୁ ବାଧ୍ୟ ହୋଇ ଏହି ରୁଟ୍ରେ ବସ୍ ସେବା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ସେହିପରି ଅନିଶ୍ଚିତତା ଭିତରେ ରହିଛି ଅନ୍ତଃରାଜ୍ୟ ବସ୍ଚଳାଚଳ ସେବା ।ଏବେ ସୁଦ୍ଧା ଏନେଇ କୌଣସି ନିଷ୍ପତ୍ତି ହୋଇନି । ଏନେଇ ମଧ୍ୟ କୌଣସି ରାଜ୍ୟ ସହିତ କଥାବାର୍ତ୍ତା ହୋଇନଥିବାର ଜଣାଇଛନ୍ତି ପରିବହନ ମନ୍ତ୍ରୀ । ସେହିପରି ରଥଯାତ୍ରା ପାଇଁ ବସ୍ ଚଳାଚଳ ନେଇ କୌଣସି ଆଲୋଚନା ହୋଇନି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ କାର୍ଯ୍ୟ କରିବ ।
ସେହିପରି ସେପ୍ଟେମ୍ବର ପୂର୍ବରୁ ଡିଏଲ୍ ଓ ଏଲଏଲ୍ ପାଇଁ ଆବେଦନ କରି ହେବନି ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ସେହିପରି ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ନୂଆ ସ୍ଲଟ ମିଳିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ଅଢେଇ ଲକ୍ଷ ଆବେଦନ କରିଛନ୍ତି । ନୂଆ ସ୍ଲଟ୍ ଦିଆଯିବ ବୋଲି ସୂଚନା ରହିଛି ।