Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାପାନରେ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ତି: ଡିଏନଏ ପରୀକ୍ଷା ଲାଗି ପରିବାର ପକ୍ଷରୁ ହେଲା ଦାବି

କୋଲକାତା: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଖୋଜ ହେବାର ସାତ ଦଶନ୍ଧି ବିତିଯାଇଛି। ସେ ୧୯୪୫ ମସିହାରେ ନିଖୋଜ ହୋଇଯାଇଥିଲେ। ଅନେକ ଐତିହାସିକ ବିଶ୍ଵାସ କରନ୍ତି ଯେ, ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି।

ତେବେ ଜାପାନର ଏକ ମନ୍ଦିରରେ ରଖାଯାଇଥିବା ତଥାକଥିତ ଅସ୍ତିକୁ ଡିଏନ୍ଏ ଯାଞ୍ଚ ପାଇଁ ଭାରତକୁ ଆଣିବାର ଦାବି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ନେତାଜୀଙ୍କ ନାତି ସୂର୍ଯ୍ୟ କୁମାର ବୋଷ ମଙ୍ଗଳବାର ଦିନ ଏକ ବିବୃତ୍ତି ଜାରି କରି ରେଙ୍କୋଜି ମନ୍ଦିରରେ ରଖାଯାଇଥିବା ଅସ୍ତିର ଡିଏନ୍ଏ ପରୀକ୍ଷା କରିବାକୁ କର୍ତ୍ତୃପକ୍ଷଙ୍କୁ ଦାବି କରିଛନ୍ତି। ଯାହାଫଳରେ ନେତାଜୀଙ୍କ ନିଖୋଜକୁ ନେଇ ସୃଷ୍ଟି ହେଉଥିବା ବିବାଦର ସମାପ୍ତ ହୋଇପାରିବ।