Categories
ଫଟୋ ଖବର

ପରୀକୁ ନ୍ୟାୟ ଦେବା ଦାବୀରେ ରାଜ୍ୟ ବିଜେପିର ନୟାଗଡ ଅଭିମୁଖେ ଯାଉଥିବା ଶୋଭାଯାତ୍ରା

ପରୀକୁ ନ୍ୟାୟ ଦେବା ଦାବୀରେ ରାଜ୍ୟ ବିଜେପିର ନୟାଗଡ ଜିଲ୍ଲାକୁ ଯାଉଥିବା ଶୋଭାଯାତ୍ରା

Categories
ଆଞ୍ଚଳିକ

‘ପରୀ’କୁ ନ୍ୟାୟ ଦାବିରେ ନାଚୁଣୀ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ  ବାଣପୁର-ବାଲୁଗାଁ ନଗର ଅଧିନସ୍ଥ ନାଚୁଣୀ ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସଂପୃକ୍ତି ଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି ସହ ପରିଷଦ ପକ୍ଷରୁ ହାତ ରେ ପ୍ଲାକାର୍ଡ଼ ଧରି ବିରୋଧ କରାଯାଇଥିଲା।

ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ମାନେ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକତ୍ରିତ ହୋଇ ମନ୍ତ୍ରୀ ଅରୁଣ ସାହୁ ଓ ଓଡ଼ିଶା ସରକାରଙ୍କ ବିରୋଧରେ ନାରାବାଜି ପ୍ରଦର୍ଶନ କରି କୁନି ଝିଅ ‘ପରୀ’ କୁ ନ୍ୟାୟ ଦେବା ନିମନ୍ତେ ସି.ବି.ଆଇ ତଦନ୍ତ ପାଇଁ ଦାବି କରିଥିଲେ। ନଚେତ୍ ଏହାକୁ ନେଇ ଆଗାମୀ ଦିନରେ ସମଗ୍ର ଛାତ୍ର ସମାଜର ଆନ୍ଦୋଳନ ତୀବ୍ରତର ହେବ ବୋଲି ନଗର ସହ-ସମ୍ପାଦକ ଶୁଭମ୍ ତ୍ରିପାଠୀ ଚେତାବନୀ ଦେଇଥିଲେ।

ଏହି ବିକ୍ଷୋଭରେ ପୂର୍ବତନ ନଗର ସମ୍ପାଦକ ବିକାଶ କୁମାର ସେଠି, ନଗର ସହ-ଛାତ୍ରୀ ପ୍ରମୁଖ ସୁଶ୍ରୀ ପୂଜା ତ୍ରିପାଠୀ, ନଗର ପାଠ୍ୟ ଚକ୍ର ପ୍ରମୁଖ ଆଶାତୀତ ସାହୁ, ମହାବିଦ୍ୟାଳୟ ୟୁନିଟ୍ ସଭାପତି ବିପ୍ଳବ କୁମାର ଗୁରୁ, ଝସକେତନ ସାହୁ, ସୋନାଲି ରାଉତ, ପ୍ରଭୁ ସ୍ୱାଇଁ, ସତ୍ୟ ମହାପାତ୍ର, ଚିନ୍ମୟ ଗୁରୁ, ସୋମନାଥ ପ୍ରମୁଖ ଛାତ୍ରନେତା ଉପସ୍ଥିତ ଥିଲେ।