Categories
ଆଜିର ଖବର ରାଜ୍ୟ ଖବର

ଯଦୁପୁରୁ ପରୀ ହତ୍ୟା ମାମଲା: ସୁପ୍ରିମ କୋର୍ଟ ଗଲେ ପୀଡ଼ିତାଙ୍କ ବାପା ମା’

ଭୁବନେଶ୍ବର: ନୟାଗଡ ଯଦୁପୁରୁ ବହୁ ଚର୍ଚ୍ଚିତ ପରି ହତ୍ୟା ମାମଲାରେ ଏସଆଇଟି ର ତଦନ୍ତ ଉପରେ ପରୀର ମା’ ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାରେ ନ୍ୟାୟ ପାଇବା ପାଇଁ ପରୀର ମା’ ବାପା ସୁପ୍ରିମ କୋର୍ଟ ଯାଇଛନ୍ତି। ସେମାନେ ସିବିଆଇ ତଦନ୍ତ ଦାବିରେ ସୁପ୍ରିମ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।

ସୂଚନା ଯୋଗ୍ୟ ଯେ, ପରି ହତ୍ୟା ମାମଲାରେ ଏସାଇଟି ତଦନ୍ତ କରୁଥିଲା। ଏସାଇଟି ତଦନ୍ତ କରି ସରୋଜ ସେଠି ନାମକ ଜଣେ ଯୁବକକୁ ଗିରଫ କରିଥିଲା। ହେଲେ ପରୀର ବାପା ମା’ ଏହି ତଦନ୍ତ ଉପରେ ସନ୍ଦେହ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପରୀ ହତ୍ୟା ମାମଲାରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ପଦଯାତ୍ରା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ନୟାଗଡର କୁନି ଝିଅ ପରୀର ମୃତ୍ୟୁ ଘଟଣା। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ସାରା ରାଜ୍ୟରେ ଆଲୋଚନା ସମାଲୋଚନା ହେଉଥିବା ବେଳେ ବିଧାନସଭାରେ ମଧ୍ୟ ଏହି ଘଟଣାରେ ସୃଷ୍ଟି ହେଇଥିଲା ତୁମ୍ଭିତୋଫାନ। ବିରୋଧୀ କଂଗ୍ରେସ ଓ ବିଜେପି ତରଫରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା।

ତେବେ ଏ ନେଇ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାରୁ ବିଜେପି ତରଫରୁ କଳାହାଣ୍ଡି ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେେ ଭବାନୀପାଟଣା ଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ପଦଯାତ୍ରାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଯୋଗ ଦେଇଥିଲେ। ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତାମାନେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ଏକ ବିରାଟ ପଦଯାତ୍ରାରେ ବାହାରି ଷ୍ଟାଚ୍ୟୁ ଛକ, ଗାନ୍ଧୀ ଛକ, ଘୋଡ଼ଘାଟ ଛକ, ବସଷ୍ଟାଣ୍ଡ, ଜେଲ ଛକ, ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଦେଇ ମାଣିକେଶ୍ବରୀ ମନ୍ଦିର ନିକଟରେ ପହଞ୍ଚିଥିଲେ।

ଦଳୀୟ କାର୍ଯ୍ୟକର୍ତ୍ତାମାନେ ପରି ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବିରେ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ। ରାଜ୍ୟ ସରକାର ମା’ କୁ ସମ୍ମାନ ଓ ମାଟି କୁ ସମ୍ମାନର ଡିଣ୍ଡିମ ପିଟୁ ଥିବା ବେଳେ କୋମଳମତି ଶିଶୁକନ୍ୟାମାନେ ରାଜ୍ୟରେ ସୁରକ୍ଷିତ ନ ଥିବା ସରକାରଙ୍କ ନାରୀ ସଶକ୍ତିକରଣର ସ୍ଲୋଗାନ କୁ ପଦାରେ ପକାଇ ଦେଇଛି ବୋଲି ବିଜେପି କାର୍ଯ୍ୟକର୍ତ୍ତା ମାନେ କହିଥିଲେ।

ତେବେ ପରି କୁ ନ୍ୟାୟ ନ ମିଳିଲେ ବିଜେପି ସମଗ୍ର ରାଜ୍ୟ ରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି କହିଛନ୍ତି ସ୍ଥାନୀୟ ନେତୃତ୍ୱ। ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନ୍ତୀ ପାଲ,ବିନୀତା ଦାସ. ନିରୁପମା ନାୟକ, ରାଜ୍ୟ ସମ୍ପାଦିକା ଶର୍ମିଷ୍ଠା ମେହେର, ପୁଷ୍ପା ତାଣ୍ଡି, ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ଭାନୁ ପ୍ରକାଶ ରଥ, ରମେଶ ମାଝୀ, ଜୟଶଙ୍କର ନାୟକ, ଆର୍ତତ୍ରାଣ ମହାପାତ୍ର, ସନ୍ତୋଷ ବିଶି ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପରୀ ଗାଁରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ବର: ପରୀ ଗାଁରେ ପହଁଞ୍ଚିଛନ୍ତି ବିଜେପି ରାଜ୍ୟ ପ୍ରଭାବରୀ ଡି. ପୁରନ୍ଦେଶ୍ବରୀ। ପରୀ ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଜୋରସୋରରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଆଜି ନୟାଗଡ ଜିଲ୍ଲା ଯଦୁପୁରସ୍ଥିତ ପରୀ ଗାଁରେ ପହଞ୍ଚି ପରୀର ଦେହାବଶେଷ ପଡିଥିବା ସ୍ଥାନ ବୁଲି ଦେଖିଛନ୍ତି ଡି. ପୁରନ୍ଦେଶ୍ୱରୀ। ଏଥିସହ ସହ ଘଟଣା ସମ୍ପର୍କରେ ପରୀ ବାପାଙ୍କ ସହ ଆଲୋଚନା କରିଛନ୍ତି। ଏ ପରିପ୍ରେକ୍ଷୀରେ ସେ ଗଣମାଧ୍ୟମ ଆଗରେ ସମଗ୍ର ରାଜ୍ୟବାସୀ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଏକ ଛୋଟ ଝିଅକୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ରାଜ୍ୟ ସରକାର ହତ୍ୟାକାରୀକୁ ଖୋଜି ପାଉ ନାହାନ୍ତି। ଏଥିସହ ପରୀର ବାପାମା’ଙ୍କୁ ସୁରକ୍ଷା ଦେଇପାରୁ ନ ଥିବା ସରକାର କିପରି ସମଗ୍ର ରାଜ୍ୟବାସୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି ପୁରନ୍ଦେଶ୍ବରୀ । ସେହିପରି ଏସ୍‌ଆଇଟି ପାଖରେ କୌଣସି ନ୍ୟାୟିକ କ୍ଷମତା ନାହିଁ ବୋଲି କହିଛନ୍ତି ପୁରନ୍ଦେଶ୍ବରୀ । ଏହି ମାମଲାରେ ସିବିଆଇ ତଦନ୍ତ କରିଲେ ହିଁ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ଦାବି କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ପୁରେନ୍ଦଶ୍ବରୀ ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ପହଞ୍ଚିଲା ପରୀ ହତ୍ୟା ମାମଲା : ଏନ୍‌ସିପିସିଆରଙ୍କୁ ଭେଟିଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ : ନୟାଗଡ଼ ପରୀ ହତ୍ୟା ମାମଲା ଦିଲ୍ଲୀରେ ପହଞ୍ଚିଛି। ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ (ଏନସିପିସିଆର୍‌)ଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଭେଟିଛନ୍ତି। ପରୀକୁ ନ୍ୟାୟ ଦେବା ଲାଗି ସମ୍ବିତ ପାତ୍ର ଏକ ସ୍ମାରକ ପତ୍ର ଦେଇ ଦାବି ଜଣାଇଛନ୍ତି। ଏନସିପିସିଆର୍‌ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁ ଓ ହତ୍ୟାରେ ଅଙ୍ଗ ତସ୍କରୀ ହୋଇଛି କି ନାହିଁ ତଦନ୍ତ କରୁ ବୋଲି ଦାବି କରିଛନ୍ତି ସମ୍ବିତ। ପରୀକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ବୋଲି କହିଛନ୍ତି ସମ୍ବିତ ପାତ୍ର। ଅପରପକ୍ଷରେ ରାଜ୍ୟରେ ମଧ୍ୟ ପରୀକୁ ନ୍ୟାୟ ଦେବା ଲାଗି ଦାବି ଜୋର ଧରିଛି।