Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

ପର୍ଯ୍ୟଟନ ବଜେଟ: ପୁରୀକୁ ବିଶ୍ବ ଐତିହ୍ୟ ସହର କରିବା ପାଇଁ 542 କୋଟି ବ୍ୟୟ ବରାଦ

ଭୁବନେଶ୍ବର, ରାଜ୍ୟ ସରକାର ଏଥର ପର୍ଯ୍ୟଟନ ବଜେଟରେ ବିକାଶ ମୂଳକ କାର୍ଯ୍ୟ ପାଇଁ ବହୁ ବ୍ୟୟ ବରାଦ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି

ହେରିଟେଜ୍ ସଂରକ୍ଷଣ ଏବଂ ପର୍ଯ୍ୟଟନ ବିକାଶ:
– ଶ୍ରେଷ୍ଠ ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି ପାଇଁ ପର୍ଯ୍ୟଟନ ବିଭାଗକୁ ଆବଣ୍ଟନ 25 ପ୍ରତିଶତ ବୃଦ୍ଧି କରାଯାଇ ରେକର୍ଡ 500 କୋଟିରେ ପହଞ୍ଚିଛି।
– ଅଭଡା ଯୋଜନା ଅନ୍ତର୍ଗତ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ 542 କୋଟି ବରାଦ।
– ଏକାମ୍ର କ୍ଷେତ୍ର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ  ଯୋଜନା ଅଧୀନରେ 200 କୋଟି ବ୍ୟୟ ବରାଦ।
– ସମଲେଶ୍ୱରୀ ମନ୍ଦିର କ୍ଷେତ୍ର ପରିଚାଳନା ଏବଂ ସ୍ଥାନୀୟ ଅର୍ଥନୈତିକ ଉନ୍ନତି ପାଇଁ ସମଲେଇ ଯୋଜନା ଅଧୀନରେ 200 କୋଟି ବ୍ୟୟ ବରାଦ
– ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଏବଂ ପରିଚାଳନା ପାଇଁ 349 କୋଟି
– ପର୍ଯ୍ୟଟନର ପ୍ରଚାର ପାଇଁ 83 କୋଟି