Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡାରେ ବିଶିଷ୍ଟ ସମାଜସେବୀ ଶଶୀଭୂଷଣ ହରିଚ଼ନ୍ଦନଙ୍କର ଶ୍ରାଦ୍ଧୋତ୍ସବ ପାଳିତ

ଗମ୍ଭାରୀମୁଣ୍ଡା( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡାରେ ବିଶିଷ୍ଟ ସମାଜସେବୀ, ପରଶୁରାମ ମହାବିଦ୍ୟାଳୟର ପ୍ରତିଷ୍ଠାତା, ବାଣପୁର ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସ୍ବର୍ଗତ ଶଶିଭୂଷଣ ହରିଚନ୍ଦନଙ୍କର 24ତମ ଶ୍ରାଦ୍ଧଉତ୍ସବ ପାଳିତ ହୋଇଯାଇଛି।

ଶଶିଭୂଷଣ ସ୍ମୃତି କମିଟିର ସଭାପତି ଶ୍ରୀ ଗୋଲୋକ ବିହାରୀ ପଟ୍ଟନାୟକଙ୍କ ସଭାପତିତ୍ୱ ଓ ପରଶୁରାମ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରେମରାଜ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନୃସିଂହଚରଣ ପ୍ରଧାନ ମୁଖ୍ୟତିଥି, ବିଶିଷ୍ଟ ଚିକିତ୍ସକ ଡ଼ା. ସୁରେନ୍ଦ୍ର ନାଥ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଅତିଥିମାନେ ସ୍ୱର୍ଗତ ଶଶିଭୂଷଣ ହରିଚନ୍ଦନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ତାଙ୍କର ନିଃସ୍ଵାର୍ଥପର ସମାଜସେବା, ମୂଲ୍ୟବୋଧଭିତ୍ତିକ ରାଜନୈତିକ ଜୀବନର ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ର ନାଟ୍ୟାଭିନୟ ପରିବେଷଣ କରାଯାଇଥିଲା‌। ଶେଷରେ ଅଧ୍ୟାପକ ପ୍ରହଲ୍ଲାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ପର୍ଶୁରାମ ମହାବିଦ୍ୟାଳୟ ଅଧ୍ୟାପକଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ସୀତାରାମ ଅଗ୍ରୱାଲ
ବାଣପୁର: ଶନିବାର ସକାଳେ ଗମ୍ଭାରୀମୁଣ୍ଡା ଅଞ୍ଚଳର ଜଣେ ଅଧ୍ୟାପକଙ୍କ ଆକସ୍ମିକ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଥାଉକି ଗମ୍ଭାରୀମୁଣ୍ଡା ପର୍ଶୁରାମ ମହାବିଦ୍ୟାଳୟରେ ଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ନୀଳମଣି ଘଡ଼ାଇଙ୍କ ହୃଦଘାତରେ ପ୍ରାଣହାନି ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିବା ବେଳେ ଟାଙ୍ଗୀ ଥାନା ଅନ୍ତର୍ଗତ ବାଲିନାସି ଗ୍ରାମରେ ତାଙ୍କର ନିଜ ଘର।

ଶ୍ରୀ ଘଡ଼ାଇ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ଚାନ୍ଦପୁର ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ଗ୍ରାମକୁ ଆସିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି।

ତାଙ୍କ ଶବାଧାର ନିକଟରେ ଆତ୍ମୀୟ ସ୍ୱଜନଙ୍କ ସହ କଲେଜ ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ ଏବଂ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ବିଦାୟ ଦେଇଥିଲେ।