Categories
ଆଜିର ଖବର ରାଜ୍ୟ ଖବର

ରଣପୁର ମହୋତ୍ସବ ଅର୍ଜୁନ-୨୦୨୪: ଦର୍ଶକଙ୍କ ମନ ମୋହିଲା ପାଇକ ଆଖଡା ଓ ପଶୁ ନୃତ୍ୟ 

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିୟମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନ-୨୦୨୪ ର ଚତୁର୍ଥ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ଖୋର୍ଦ୍ଧା ପାଇକ ଆଖଡା ଓ ଗଞ୍ଜାମ ପଶୁ ନୃତ୍ୟ ମନ ମୋହି ଥିଲା। ତେବେ ଏହି ପରିପ୍ରେକ୍ଷୀରେ ସଂନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ।

ଏଥିରେ ମୂଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତମେଶ ଚନ୍ଦ୍ର ବେହେରା, ମୂଖ୍ୟ ବକ୍ତା ଭାବେ ନୟାଗଡ ଉପଜିଲ୍ଲାପାଳ ଶକ୍ତକାନ୍ତ ରାୟ, ସମ୍ମାନୀତ ଅତିଥି ଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ରଞ୍ଜନ କୁମାର ଦାଶ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ରଣପୁର ବାର ଆସୋସିଏସନର ସଭାପତି ଗିରିଜାକାନ୍ତ ମହାପାତ୍ର, ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନାମୟୀ ଦଳବେହେରା, ରଣପୁର ମହୋତ୍ସବ କମିଟି କୋଷାଧ୍ୟକ୍ଷ ତଥା ସମାଜସେବୀ ଲିଙ୍ଗରାଜ ନାୟକ ପ୍ରମୂଖ ମଂଚାସୀନ ଥିଲେ। ସଙ୍ଗୀତ କଳା ବିଦ୍ୟାନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିଦ୍ଦେର୍ଶନାରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ଭରପୂର ଦର୍ଶକଙ୍କ ଗହଣରେ ଲୋକମାନେ ଚତୁର୍ଥ ସଂନ୍ଧ୍ୟାର ମଜା ଉଠାଇ ଥିଲେ। ଜିଲ୍ଲା୍ସ ସାଂସ୍କୃତିକ ଦଳ ତରଫରୁ ଆସିଥିବା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ, ସୁନ୍ଦରଗଡ ସାଂସ୍କୃତିକ କଳା ଏକାଡେମୀ ତରଫରୁ ଆସିଥିବା ଓଡିଶୀ ଅଭିନୟ, ପୁରୀ ଶିଳ୍ପୀ ଏଟଂରଟେନ୍‌ମେଂଟର ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ, ଗଞ୍ଜାମର ପଶୁ ନୃତ୍ୟ ଏବଂ ଖୋର୍ଦ୍ଧା ବରୁଣେଇ ପାଇକ ଆଖଡା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଏହି ସାଂସ୍କୃତିକ ମଂଚ କାର୍ଯ୍ୟ ପରିଚାଳନା କରିଥିଲେ।

ପୂର୍ବାହ୍ଣରେ ବିଭିନ୍ନ କବିମାନଙ୍କୁ ନେଇ ଏକ କବି ସମ୍ମିଳନୀ କରାଯାଇଥିଲା। ଅପରାହ୍ଣ ଏକ କୁଇଜ ପ୍ରତଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା ପୋଲିସ ବିଭାଗ ଓ ଦମକଳ ବାହିନୀ ବିଭାଗ ପକ୍ଷରୁ ବ୍ୟାପକ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। ମହୋତ୍ସବ ଅବସରରେ ସ୍କୁଲ ଛକ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦୋକାନ ବଜାର ପଡିଥିବା ଦେଖିବାକୁ ମିଳିଛି। ହଜାର ହଜାର ଲୋକଙ୍କ ଭିଡ ମଧ୍ୟ ଜମିଥିବା ଦେଖିବାକୁ ମିଳିଛି। ଦୋକାନ ବଜାର ଓ ଦୋଲି ପଡିଥିବା ସ୍ଥାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ନିଳାମ୍ବୁ ମହୋତ୍ସବ ୨୦୨୩: ୫ମ ସଂନ୍ଧ୍ୟାରେ ଢେମସା ଓ ପଶୁ ନୃତ୍ୟରେ ବିଭୋର ଦର୍ଶକ

ରଣପୁର/ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବଳରାମ ଦେବ ବିଦ୍ୟାପିଠ ଖେଳପଡିଆରେ ନିଳାମ୍ବୁ ମହୋତ୍ସବର ୫ମ ସଂନ୍ଧ୍ୟା। ୫ମ ସଂନ୍ଧ୍ୟାରେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ ଅତିଥି ଭାବରେ ମଂଚରେ ଉପସ୍ଥିତ ଥିଲେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ, ଟାଙ୍ଗୀ ଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ, ସିନେକଳାକାର ପ୍ରଫେସର ଗ୍ୟାନକୁମାର ପଲାଇ, ସିନେ କଳାକାର ସୋମା ହୋତା ପ୍ରମୁଖ ଯୋଗଦେଇ ଦେଇଥିବା ବେଳେ ମହୋତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ଓ ମହୋତ୍ସବ କମିଟିର ଉପଦେଷ୍ଟା ସମାଜସେବୀ ସଂଜୟ କୁମାର ପଟ୍ଟନାୟକ, ସାମ୍ବାଦିକ ସଂଘର ସଂମ୍ପାଦକ ମନୋଜ ପଟ୍ଟନାୟକ, ସାମ୍ବାଦିକ ସଂଘର ପ୍ରବକ୍ତା ସରୋଜ ପାଇକରାୟ ମଂଚରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

ମଂଚରେ ଉପସ୍ଥିତ ଥିବା ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତୋରିୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଂଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଉତ୍ତୋରିୟ ଦେଇ ସମ୍ମାନିତ କରିଥିଲେ। ୫ମ ସଂନ୍ଧ୍ୟାରେ ରଗାଂରଗଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଜାଗଡ ମଧୁମଗଂଳ ଗୀତିନାଟ୍ୟ ପରିବେଷଣ, ସୋରଣ ର କଳାକାର ମାନଙ୍କ ଦ୍ୱାରା ଫାୟାର ଷ୍ଟଣ୍ଡ, ଚାନ୍ଦପୁର କଳିଙ୍ଗ ଡ୍ୟାନ୍ସ ଗ୍ରୃପ ପକ୍ଷରୁ ଡ୍ୟାନ୍ସ, ଟାଗିଂ କଳାକାର ମାନଙ୍କ ଦ୍ୱାରା ପାଇକ ଆଖଡା, ଚାନ୍ଦପୁର ଏଜି ମିଶନ ଶିକ୍ଷାନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ନୃତ୍ୟ, କୋରାପୁଟ ମା ମାଉଲି କଳା ପରିଷଦ କଳାକାର ମାନଙ୍କ ଦ୍ୱାରା ଢେମସା ନୃତ୍ୟ, ଗଂଜାମ ଶ୍ରୀ ବାଲୂଙ୍କେଶ୍ୱର ପଶୁ ନୃତ୍ୟ ପରିବେଷଣ ବେଶ ମନୋ ମୁଗ୍ଧକର ଥିଲା।

ଶିତୁଆ ସଂନ୍ଧ୍ୟାରେ ଦର୍ଶକ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରି ବିଭୋର ହୋଇଥିଲେ। ୫ମ ସଂନ୍ଧ୍ୟାରେ ସାମ୍ବାଦିକ ସଂଘର ଆଇନ ପରାମର୍ଶ ଦାତା ସନ୍ଦିପନି ମିଶ୍ର, ସଂଘର ଉପ ସଭାପତି ମନୋଜ ନାଇଡୁ, ସହ ସମ୍ପାଦକ ବିକ୍ରମ କେଶରୀ ସାହୁ, ସଂଘର ଉପଦେଷ୍ଟା ପ୍ରଦ୍ଦୋଷ କୁମାର ଦାଶ, ଉପଦେଷ୍ଟା ଶ୍ୟାମସୁନ୍ଦର ପଟ୍ଟନାୟକ, ସାମ୍ବାଦିକ କମଳ ଲୋଚନ ପାଇକରାୟ, ରାକେଶ ଜଗଦେବ, ରଜନୀକାନ୍ତ ମିଶ୍ର, ରାକେଶ ମହାନ୍ତି, ପ୍ରଶାନ୍ତ ବେହେରା, ଦୁର୍ଗା ପ୍ରସାଦ ଦାଶ, ଲଛମନ ନାୟକ,ଅନନ୍ତ କୁମାର ପ୍ରଧାନ, ଜୟନ୍ତ ସୁବୁଦ୍ଧି, ହିମାଂଶୁ ଭୂଷଣ ଚମ୍ପତିରାୟ, ବିଭୁତି ଭୁଷଣ ଦାଶ, ରାମଚନ୍ଦ୍ର ପରିଡା, ବାଲୁଙ୍କେଶ୍ୱର ବେହେରା, ଅଜୟ ସେଠୀ, ସୂର୍ଯ୍ୟକାନ୍ତ ସାହୁ, ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।

ମଂଚ ପରିଚାଳନା କରିଥିଲେ ସତ୍ୟନାରାୟଣ ପ୍ରଧାନ।ମହୋତ୍ସବ ପଡିଆରେ ଆକର୍ଷଣୀୟ ଦୋଳି, ମହୋତ୍ସବ ପଡିଆରେ ବିଭିନ୍ନ ସରକାରୀ ଓ ବେସରକାରୀ ଷ୍ଟଲ ପଡିଥିବା ବେଳେ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟର ପସରା ମେଲିଥିଲା। ଦର୍ଶକ ମାନେ ମହୋତ୍ସବରେ ସାସ୍କୃତିକ କାର୍ଯ୍ୟକ୍ରମ କୁ ବେଶ ଉପଭୋଗ କରିଥିଲେ।