Categories
ବିଶେଷ ଖବର

ବର୍ତ୍ତମାନ ସଞ୍ଜୟ ସିଂଙ୍କ ପରେ ଇଡି ରାଡାରରେ ମମତାଙ୍କ ମନ୍ତ୍ରୀ, ନିଯୁକ୍ତି ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ରଥିନ ଘୋଷଙ୍କ ଘରେ ଚଢାଉ କରିଛି। ମଧ୍ୟମଗ୍ରାମ ପୌରପାଳିକାରେ ନିଯୁକ୍ତି ଦୁର୍ନୀତି ମାମଲାରେ ଏହି ଚଢାଉ କରାଯାଉଛି। ପଶ୍ଚିମବଙ୍ଗରେ ଇଡିର ଏହି ଚଢାଉ ଏଭଳି ସମୟରେ ଘଟିଛି, ଯେତେବେଳେ ଆଜି ସକାଳୁ ଡିଏମକେ ସାଂସଦ ଏସ ଜଗତରକ୍ଷକନଙ୍କ ଘରେ ଆୟକର ବିଭାଗ ଚଢାଉ କରୁଛି। ଗତ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଇଡି ଚଢାଉ କରୁଛି।

ଡିଏମକେ ସାଂସଦ ଏସ ଗତରକ୍ଷକନଙ୍କ ଉପରେ କର ଚୋରୀ ଅଭିଯୋଗ ହୋଇଛି। ଏହି କାରଣରୁ ତାଙ୍କ ଠିକଣାରେ ଚଢାଉ କରାଯାଉଛି। ଏଥି ସହିତ ବୁଧବାର ଦିନ ଇଡି ଆମ୍ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଗିରଫ କରିଛି। ବୁଧବାର ସକାଳେ ସଞ୍ଜୟ ସିଂଙ୍କ ସରକାରୀ ବାସଭବନରେ ଇଡି ଅଧିକାରୀମାନେ ଚଢାଉ କରିଥିଲେ। ଏହା ପରେ ଦିନସାରା ପଚରାଉଚରା ଜାରି ରହିଥିଲା ​​ଏବଂ ପରେ ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଥିଲା।

ବଙ୍ଗଳାରେ କେତୋଟି ସ୍ଥାନରେ ଚଢାଉ କରାଯାଉଛି?:

ବଙ୍ଗଳା ସରକାରୀ ମନ୍ତ୍ରୀ ରଥିନ ଘୋଷଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଇଡି ଚଢାଉ କରୁଛି। ଗଣମାଧ୍ୟମ ଅନୁଯାୟୀ, ରାଜଧାନୀ କୋଲକାତା ଏବଂ ଉତ୍ତର ୨୪ ପରଗାନା ଜିଲ୍ଲା ସମେତ ୧୨ ଟି ସ୍ଥାନରେ ଇଡି ର ଚଢାଉ ଜାରି ରହିଛି। ଅର୍ଥ ହେରଫେର ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଘରେ ଚଢାଉ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଚଢାଉରେ ଟିଏମସି କିମ୍ବା ରଥିନ ଘୋଷଙ୍କଠାରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ।

ରଥୀନ ଘୋଷଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି?

ମମତା ସରକାରରେ ଖାଦ୍ୟ ମନ୍ତ୍ରୀ ରଥିନ ଘୋଷ ମଧ୍ୟମଗ୍ରାମ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ରହିଛନ୍ତି। ସରକାରୀ ଚାକିରି ପାଇଁ ଅଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି କରାଯାଇଥିବା ତାଙ୍କ ଉପରେ ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ଲାଞ୍ଚ ଦିଆଯାଇଥିଲା। ଏହି କାରଣରୁ ଘୋଷ ଏବଂ ତାଙ୍କ ସହଯୋଗୀମାନେ ଚାକିରି ବଦଳରେ ପ୍ରାର୍ଥୀଙ୍କଠାରୁ ଲାଞ୍ଚ ନେଇଛନ୍ତି କି ନାହିଁ ଅଭିଯୋଗର ଅନୁସନ୍ଧାନ କରାଯାଉଛି। ବର୍ତ୍ତମାନ ତଲାସୀ ଚାଲିଛି ଏବଂ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଢାଉ ପୂର୍ବରୁ ୮୦ ରୁ ୯୦ ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଯାଇଥିଲା। ଏହା ପରେ ଅଧିକାରୀମାନେ ସକାଳ ୬ ଟାରେ ମନ୍ତ୍ରୀଙ୍କ ଘରେ ଚଢାଉ ଆରମ୍ଭ କରିଥିଲେ। ମୋଟ ଉପରେ ୧୩ ଟି ସ୍ଥାନରେ ଚଢାଉ ଚାଲିଛି। ପ୍ରତ୍ୟେକ ସ୍ଥାନରେ ୭ ରୁ ୮ ଅଧିକାରୀ ଏବଂ CRPF କର୍ମଚାରୀ ଉପସ୍ଥିତ ଅଛନ୍ତି। ଇଡି ଅଧିକାରୀଙ୍କ ସୁରକ୍ଷା ପାଇଁ CRPF ଯବାନଙ୍କୁ ନିୟୋଜିତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା, ​​କେନ୍ଦ୍ରୀୟ ବାହିନୀ ନିୟୋଜନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ଠାରୁ ମମତା ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଏକ ବଡ଼ ଝଟକା ଲାଗିଛି। ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କଲିକତା ହାଇକୋର୍ଟ ୪୮ ଘଣ୍ଟା ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି।

ବଙ୍ଗଳା ସରକାରଙ୍କ ପରାମର୍ଶଦାତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ, ଜୁନ୍ ୧୩ ତାରିଖରେ ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କ ସହ ସୁରକ୍ଷା ସମ୍ପର୍କରେ ଏକ ମୂଲ୍ୟାଙ୍କନ କରୁଛନ୍ତି, କିନ୍ତୁ ଜୁନ୍ ୧୫ ତାରିଖରେ ହାଇକୋର୍ଟ ୪୮ ଘଣ୍ଟା ମଧ୍ୟରେ ପାରାମିଲିଟାରୀ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯେତେବେଳେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ କୋର୍ଟ ପଚାରିଥିଲେ, ରାଜ୍ୟ ସରକାରଙ୍କ ପରାମର୍ଶଦାତା କହିଛନ୍ତି ଯେ, ଜୁଲାଇ ୮ ତାରିଖରେ ନିର୍ବାଚନ ହେବ। ନାମାଙ୍କନ ପ୍ରତ୍ୟାହାର ପାଇଁ ଆଜି ହେଉଛି ଶେଷ ତାରିଖ, ସେଠାରେ ୧୮୯ ଟି ସମ୍ବେଦନଶୀଳ ବୁଥ୍ ଅଛି। ସୁରକ୍ଷା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ସୁପ୍ରିମକୋର୍ଟ ଏହାର ମନ୍ତବ୍ୟରେ କହିଛନ୍ତି ଯେ, ୨୦୧୩ ଏବଂ ୨୦୧୮ ନିର୍ବାଚନରେ ​​ହିଂସାର ପୁରୁଣା ଇତିହାସ ଥିବାରୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ହିଂସା ପରିବେଶରେ ନିର୍ବାଚନ କରାଯାଇପାରିବ ନାହିଁ। ନିର୍ବାଚନ ନିରପେକ୍ଷ ଏବଂ ମୁକ୍ତ ହେବା ଉଚିତ୍। ଯଦି ଲୋକଙ୍କର ନାମାଙ୍କନପତ୍ର ଦାଖଲ କରିବାର ସ୍ଵାଧୀନତା ନାହିଁ, ସେମାନଙ୍କୁ ହତ୍ୟା କରାଯାଉଛି, ତେବେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପ୍ରଶ୍ନ ଉଠିନାହିଁ।

Categories
DurgaPuja2021 ଆଜିର ଖବର ଜାତୀୟ ଖବର

ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲା ପଶ୍ଚିମବଙ୍ଗ ସରକାର

କୋଲକୋତା: ପଶ୍ଚିମବଙ୍ଗ ସରକାର ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦୂର୍ଗା ମଣ୍ଡପକୁ ସବୁ ଦିଗରୁ ଖୋଲା ରଖିବା ଉଚିତ ବୋଲି କୁହାଯାଇଛି। କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁମୋଦିତ ନୁହେଁ। ପର୍ବ ସମୟରେ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାର ଯତ୍ନ ନେବା ଆବଶ୍ୟକ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି।

ନିର୍ଦ୍ଦେଶାବଳୀରେ କ’ଣ କୁହାଯାଇଛି?:

– ପେଣ୍ଡାଲର ଚତୁଃପାର୍ଶ୍ଵ ଖୋଲା ରହିବ
– ପେଣ୍ଡାଲ ଭିତରେ ସାମାଜିକ ଦୂରତା ରହିବ
– ଅଲଗା ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ରହିବ
– ପେଣ୍ଡାଲରେ ମାସ୍କ ଏବଂ ହାତ ସାନିଟାଇଜେସନ୍ ବ୍ୟବସ୍ଥା ବାଧ୍ୟତାମୂଳକ
– ପର୍ଯ୍ୟାପ୍ତ ସଂଖ୍ୟକ ସ୍ୱେଚ୍ଛାସେବୀ ରହିବେ
– ପ୍ରସାଦ ବଣ୍ଟନ ଏବଂ ସିନ୍ଦୁର ଖେଳ କମ ସଂଖ୍ୟକ ଲୋକଙ୍କୁ ନେଇ କରାଯିବ
– ପେଣ୍ଡାଲ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁମତି ନାହିଁ
– ଜନସଚେତନତା ପାଇଁ ସୋସିଆଲ ମିଡିଆ ବ୍ୟବହାର କରାଯିବ

ତେବେ ପଶ୍ଚିମବଙ୍ଗର ମହାଳୟ ଅବସରରେ ବୁଧବାର ଦିନ ଲକ୍ଷ ଲକ୍ଷ ଲୋକଙ୍କ ତର୍ପଣ ପରେ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। କୋଭିଡ -୧୯ ମହାମାରୀ ମଧ୍ୟରେ ସାରା ରାଜ୍ୟରେ ଲୋକମାନେ ହୁଗୁଲି ସମେତ ବିଭିନ୍ନ ନଦୀ ଓ ଜଳ କୂଳରେ ସେମାନଙ୍କ ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସକାଳେ ‘ମହିଷାସୁର ମର୍ଦ୍ଦିନୀ ସ୍ତୋତ୍ର’ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥିଲା। ଆକାଶବାଣୀରେ ମହିଷାସୁର ମର୍ଦ୍ଦିନୀ ସ୍ତୋତ୍ରର ପ୍ରସାରଣ ୧୯୩୦ ଦଶକରେ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ଏହା ମହାଳୟ ସକାଳେ ପ୍ରସାରିତ ହୋଇଆସୁଛି। ଏହି ସ୍ତୋତ୍ର ଦେବୀ ଦୁର୍ଗାଙ୍କୁ ସମର୍ପିତ।

କୌଣସି ଅଘଟଣକୁ ଏଡାଇବା ପାଇଁ ହୁଗଲି ନଦୀ କୂଳରେ ନଦୀ ଟ୍ରାଫିକ ପୋଲିସ ତୀକ୍ଷ୍ଣ ନଜର ରଖିଛି। କୋଲକାତାର ୧୮ ଘାଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛନ୍ତି, ଯେଉଁଠାରେ ଲୋକମାନେ ତର୍ପଣ ଦେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଳପନ ନେଲେ ଅବସର: ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଲେ ମମତା

କଲିକତା: କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ବିବାଦ ମଧ୍ୟରେ ରାଜ୍ୟର ମୁଖ୍ୟ ସଚିବ ଅଳପନ ବନ୍ଦୋପାଧ୍ୟାୟ ଅବସର ଘୋଷଣା କରିଛନ୍ତି। ହେଲେ ଅଳପନଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ସେ ଆଗାମୀ ତିନି ବର୍ଷ ପାଇଁ ମାମାତାଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ।

ଉଲ୍ଲେଖ ଯୋଗ୍ୟ ଯେ, ବାତ୍ୟା ୟାଶ୍ କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପଶ୍ଚିମବଙ୍ଗର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ହୋଇଥିଲା। ହେଲେ ମମତା ବାନାର୍ଜୀ ଏବଂ ମୁଖ୍ୟ ସଚିବ ବନ୍ଦୋପାଧ୍ୟାୟ ଯୋଗୁଁ ୩୦ ମିନିଟ ଅପେକ୍ଷା କରିବାକୁ ପଡିଥିଲା ବୋଲି କେନ୍ଦ୍ର ସରକାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ମମତା ବାନାର୍ଜୀ ବାତ୍ୟା ସମ୍ବଦ୍ଧୀୟ କାଗଜପତ୍ର ଦେଇ ବୈଠକରୁ ବିଦାୟ ନେଇଥିଲେ। ଏହାପରେ କେନ୍ଦ୍ର ପକ୍ଷରୁ ବନ୍ଦୋପାଧ୍ୟାୟକୁ କାର୍ଯ୍ୟ ମୁକ୍ତ କରାଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ନିଯୁକ୍ତ ହେବା ପାଇଁ ଚିଠି ଦିଆଯାଇଥିଲା। କିନ୍ତୁ ତାଙ୍କୁ କାର୍ଯମୁକ୍ତ କରିବା ପାଇଁ ମମତା ସରକାର ମନା କରିଦେଇଥିଲା।