Categories
ଆଜିର ଖବର ରାଜ୍ୟ ଖବର

ଆସୁଛି ଆଉ ଏକ ପଶ୍ଚିମାଝଡ଼, ଏହି ତାରିଖରୁ ଓଡିଶାରେ ପୁଣି ବର୍ଷା

ଭୁବନେଶ୍ବର:  ଗୋଟିଏ ଯିବା ପରେ ପୁଣି ଆସୁଛି ଆଉ ଏକ ପଶ୍ଚିମାଝଡ଼। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସତର୍କ କରାଇଛି। ଏହାଦ୍ବାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୬ ତାରିଖରୁ ପଶ୍ଚିମା ଝଡ-ପ୍ରଭାବ ପଡିବ। ଫଳରେ ଝଡବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

ଏଥିସହିତ ବିଜୁଳି ଘଡଘଡି ସହ ବର୍ଷା ଏବଂ ଝଡ-ପବନ ହେବ। ଘଣ୍ଟା ପ୍ରତି ୩୦ ରୁ ୪୦ କିମି ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ସେହିପରି ୨୭ ତାରିଖରୁ ବର୍ଷାର ପରିମାଣ ବଢିବ। ୨୭ ତାରିଖରେ ୧୧ଟି ଉପକୂଳ ଜିଲ୍ଲା ପ୍ରଭାବିତ ହେବ। ସେହିପରି ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ଝଡ ପବନ ଏବଂ ବିଜୁଳି ଘଡଘଡି ଜାରି ରହିବ ।

Categories
ଆଜିର ଖବର ରାଜ୍ୟ ଖବର

ଆସୁଛି ପଶ୍ଚିମା ଝଡ !! ପାଣିପାଗ ନେଇ ଆସିଲା ଆଉ ଏକ ବଡ ସୂଚନା

ଭୁବନେଶ୍ବର: ପାଣିପାଗ ନେଇ ଆସିଲା ଆଉ ଏକ ବଡ ସୂଚନା। ଆଜି ସକାଳୁ ଏହି ସୂଚନା ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ପ୍ରଦାନ କରାଯାଇଛି। ତାହା ହେଲା ଯେ ଆସୁଥିବା ପଶ୍ଚିମାଝଡ ଯୋଗୁଁ କେବଳ ଝଡ ବର୍ଷା ହେବା ନାହିଁ, ପବନ ମଧ୍ୟ ପ୍ରବାହିତ ହେବ। ପବନ ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ କିମି ସମ୍ଭାବନା ରହିଛି ବୋଲି ବିଭାଗ କହିଛି।

ପଶ୍ଚିମା-ଝଡ଼ ସହ ଜଡିତ ବାୟୁମଣ୍ଡଳର ମଧ୍ୟ ଭାଗରେ ଥିବା ଟ୍ରଫ ଲାଇନ ସହ ବଙ୍ଗୋପସାଗର ଅଞ୍ଚଳରୁ ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟବାଷ୍ପପୂର୍ଣ୍ଣ ପୂର୍ବାଳୀ ବାୟୁ ସଂସ୍ପର୍ଶରେ ପାରସ୍ପରିକ କ୍ରିୟା ଯୋଗୁ ୧୬ ଏବଂ ୧୭ ତାରିଖରେ ବିଜୁଳି ଘଡଘଡି ସହ ଝଡ଼ବର୍ଷା ହେବ।

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ନୂଆ ସୂଚନା, ଆସୁଛି ପଶ୍ଚିମା-ଝଡ !!!

ଭୁବନେଶ୍ବର: ପାଣିପାଗ ନେଇ ଆସିଛି ଏକ ବଡ ସୂଚନା। ତାହା ହେଲା ବର୍ତ୍ତମାନର ପାଣିପାଗ ସ୍ଥିତି ଅନୁସାରେ ଓଡିଶାର ପ୍ରବେଶ କରୁଛି ପଶ୍ଚିମା ଝଡ। ଏହାଦ୍ବାରା ୧୭ ତାରିଖ ବେଳକୁ ରାଜ୍ୟର ନଅଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।

ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଢେଙ୍କାନାଳ ଜିଲ୍ଲା। ଏଥିସହିତ ଆଉ କେତକ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ବଡ ଖବର, ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ହେବ ବର୍ଷା

ଭୁବନେଶ୍ବର: ପାଣିପାଗ ସଂପର୍କିତ ଏକ ବଡ ଖବର ପଦାକୁ ଆସିଛି। ତାହା ହେଲା ଯେ, ଓଡିଶାରେ ଦୁଇଦିନ ଧରି ବର୍ଷା ଲାଗି ରହିବ। ଏହାର କାରଣରେ କୁହାଯାଇଛି ଯେ, ରାଜ୍ୟକୁ ପୁଣି ଥରେ ପଶ୍ଚିମା ଝଡ ପ୍ରବେଶ କରୁଛି। ଏହା ପୁଣି ଆସନ୍ତା ୨୪ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ କହିଛି।

ଏହି ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୪  ତାରିଖ ଏବଂ ୨୫ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି। କେବଳ ୨୫ ତାରିଖରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ପାଗ ଶୁଖିଲା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆରମ୍ଭ ହେଲା ପଶ୍ଚିମା ଝଡ, ସାତୋଟି ଜିଲ୍ଲାରେ ଲାଗି ରହିଛି ବର୍ଷା

ଭୁବନେଶ୍ବର: ରାଜ୍ୟରେ ପଶ୍ଚିମା ଝଡ ଅନୁଭୂତ ହେଉଛି। ଫଳରେ ଏହାର ପ୍ରଭାବରେ ରାଜ୍ୟର ସାତୋଟି ଜିଲ୍ଲାରେ ବର୍ଷା ହେଉଛି। ସେହି ଜିଲ୍ଲାଗୁଡିକ ହେଲା ବଲାଙ୍ଗୀର, ସୋନପୁର, ନୂଆପଡା, ବରଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲା। ପାଣିପାଗ ବିଭାଗ ଅନୁସାରେ ଏହି ଜିଲ୍ଲାଗୁଡିକରେ ଗତକାଲି ରାତିରୁ ବର୍ଷା ଲାଗିରହିଛି।