Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ଧନୁ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି

ପୁରୀ: ଆଜି ପୌଷ ମାସ ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ପହିଲି ଭୋଗ ନୀତି ପାଇଁ ଆଜି ଶୀମନ୍ଦିରରେ ଭୋର ୩ଟାରୁ ଦ୍ୱାର ଫିଟାଯାଇ ନୀତି ଆରମ୍ଭ ହୋଇଛି। ବଲ୍ଭବ ସହିତ ବିରି ଓ ଗହମରେ ଗୃତପାକ ହୋଇଥିବା ବ୍ୟଞ୍ଜନ ଓ ପିଠା ଆଦିକୁ ପଞ୍ଚ ଉପଚାରରେ ଲାଗି କରାଯାଏ।

ଏହି ପହିଲି ଭୋଗରେ କାକରା, ଆରିଷା ଭଳି ଅନେକ ପ୍ରକାର ପିଠା ଭୋଗ କରାଯାଇଥାଏ। ଏହି ଧନୁମାସରେ ମୁଆଁ ଭୋଗ ମଧ୍ୟ କରାଯାଇଥାଏ। ଏହି ପହିଲି ଭୋଗ ନୀତି ପ୍ରାୟ ଏକ ମାସ ଚାଲିବା ପରେ ଆସନ୍ତା ମାସ ମକର ସଂକ୍ରାନ୍ତିରେ ଶେଷ ହେବ।

Categories
ଧର୍ମ ବିଶେଷ ଖବର

ହିନ୍ଦୁଧର୍ମରେ ଆଜି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଦିନ, ଏକାଥରେ ପଡୁଛି 4ଟି ପର୍ବ, ଜାଣନ୍ତୁ କଣ

ଭୁବନେଶ୍ବର: ଆଜି ହିନ୍ଦୁ ଧର୍ମରେ ଏକ ବଡ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ ଆଜି ଏକଥରେ ପଡୁଛି ଚାରିଟି ପର୍ବ। ଆଜି ହେଉଛି ଧନୁ ସଂକ୍ରାନ୍ତି, ଆଜି ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପହିଲି ଭୋଗ, ଆଜି ହେଉଛି ଶେଷ ଗୁରୁବାର ମାଣବସା, ଆଜି ହେଉଛି ଗୀତା ଜୟନ୍ତି। ସାଧାରଣତଃ ଧନୁ ସଂକ୍ରାନ୍ତିରେ ପହିଲି ଭୋଗ ଆରମ୍ଭ ହୋଇଥାଏ। ହେଲେ ଆଜି ସଂକ୍ରାନ୍ତିରେ ସଂଯୋଗବସତଃ ଶେଷ ଗୁରୁବାର ବା ଶେଷ ମାଣବସା ମଧ୍ୟ ପଡିଛି।

ଜାଣନ୍ତୁ ଆଜିର ଦିନର ଗୁରତ୍ବ ସହିତ କଣ କରିବା ଉଚିତ

ଧନୁ ସଂକ୍ରାନ୍ତି, ଧନୁ ମୁଆଁ ପୂଜା

ଆଜି ହେଉଛି ଧନୁ ସଂକ୍ରାନ୍ତି। ସବୁ ସଂକ୍ରାନ୍ତି ପରି ଏହି ସଂକ୍ରାନ୍ତିର ଗୁରୁତ୍ବ ଅଧିକ ରହିଛି। ଏହା ପ୍ରାୟତଃ ଡିସେମ୍ବର ୧୪ ବା ୧୫ ତାରିଖରେ ପଡ଼େ । ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି ଏ ସଂକ୍ରାନ୍ତିର ନାମ ମହୋଦରୀ । ଏ ମାସର ସଂକ୍ରାନ୍ତି ପୁରୁଷ ପଶୁ ଜାତି, ପୌଢା ବୟସ, ରକ୍ତବସ୍ତ୍ର ପରିଧାନ କରି ଗୋରଚନା ଲେପନ ଓ ବେଲପତ୍ର ଭୂଷିତ ହୋଇ ଦୁର୍ମୁଖାବସ୍ଥାରେ ସୀସା ଆସି, ପୂର୍ବ ଦିଗକୁ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଗମନ କରିବେ ।

ଏହି ସଂକ୍ରାନ୍ତିରେ ଧନୁ ମୁଆଁ ପୂଜା କରିବାର ବିଧି ରହିଛି। ପୁଷ ମାସରେ ଧାନ ଅମଳ ପରେ ‘ଉଖୁଡା’ବା ‘ମୁଆଁ’ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ । ଆଜି ଶିବ ଦର୍ଶନ କରି ବେଲପତ୍ର ସେବନ କରିବା ଧର୍ମିକ ଦୃଷ୍ଟିରୁ ଉଚିତ ବିବେଚନା କରାଯାଇଥାଏ।

ଶ୍ରୀମନ୍ଦିରରେ ପହିଲି ଭୋଗ

ଆଜିଠାରୁ ଅର୍ଥାତ ଧନୁ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ କରାଯାଇଥାଏ। ଶ୍ରୀଜଗନ୍ନାଥ ସଂସ୍କୃତି ଅନୁସାରେ ମା ଲକ୍ଷ୍ମୀ ଧନୁ ସଂକ୍ରାନ୍ତିରେ ବାପଘରକୁ ଗମନ କରିବେ। ଫଳରେ ପ୍ରଭୃଙ୍କୁ ତାଙ୍କ ମା ଯଶୋଦା ଖାଇବାକୁ ଦେବେ। ସେଥାପଇଁ ମାଆ ସକାଳୁ ରୋଷେଇ କରି ଜଗନ୍ନାଥଙ୍କୁ ଖାଇବା ପରଷି ଦେବେ। ଏହି ପହିଲି ଭୋଗ ଆସନ୍ତା ଜାନୁୟାରୀରେ ପଡୁଥିବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପାଳନ ହେବ।

ଏହିଦିନ ଶ୍ରୀମନ୍ଦିରରେ ଭୋରରୁ ମଙ୍ଗଳା ଆଳତି ସହ ବିଭିନ୍ନ ନିତି ସରିବା ପରେ ପ୍ରଭୃଙ୍କୁ ପହିଲି ଭୋଗ ଅର୍ପଣ କରାଯାଏ। ଏହି ପହିଲି ଭୋଗରେ ଶ୍ରୀଜୀଉ ମାନଙ୍କୁ ୨୩ ପ୍ରକାର ପିଠା ପ୍ରସ୍ତୁତ କରାଯାଇ ଭୋଗ ଲଗାଯାଇଥାଏ। ଏହି ଭୋଗରେ ବଡ଼ ଝିଲି, ଦରସୁଆ ବଡ଼ି, ନଳି, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଣ୍ଠା, ମଣ୍ଡା, ଓ ଖଇର ଚୂଳ ଆଦି ମହାପ୍ରଭୁଙ୍କୁ ଭୋଗ କରାଯାଇଥାଏ। ଧନୁ ସଂକ୍ରାନ୍ତିରୁ ମାସକ ପାଇଁ ଶ୍ରୀମନ୍ଦିର ଭୋରରୁ ଦର୍ଶନ ପାଇଁ ଖୋଲାଯାଇଥାଏ।

ଶେଷ ମାଣବସା ଗୁରୁବାର

ଆଜି ହେଉଛି ଶେଷ ଗୁରୁବାର ବା ଶେଷ ମାଣବସା। ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ଏହି ମାଣବସା ଆରମ୍ଭ ହୋଇଥାଏ। ବିଶେଷ କରି ଓଡିଶାରେ ଏହି ପର୍ବ ଘରେଘରେ ପାଳନ କରାଯାଇଥାଏ। ତେବେ କେତେକଙ୍କ କ୍ଷେତ୍ରରେ ପ୍ରଥମ ପାଳି କିମ୍ବା ଦ୍ବିତୀୟ ପାଳି ମାଣବସା କରି ନ ଥାନ୍ତି।

ହେଲେ ଶେଷ ପାଳିରେ ସମସ୍ତେ ଏହି ମାଣବସା କରିଥାନ୍ତି। ମୁଖ୍ୟତଃ ମା ଲକ୍ଷ୍ମୀଙ୍କୁ ଏହି ସମୟରେ ପୂଜା କରାଯାଇଥାଏ। ଏଥିସହିତ ଆଜି ପିଠାପଣା ଓ ଖିରୀ ପୂଜା କରାଯାଇଥାଏ। ଶେଷ ଗୁରୁବାର ହୋଇଥିବାରୁ ଯେଉଁ ମାଣକୁ ପୂଜା କରିବା ପାଇଁ ବାହାର କରାଯାଇଥାଏ ତାହାକୁ ପୁଣି ଆରବରଷ ପାଇଁ ସୁରକ୍ଷିତ ଭାବେ ରଖାଯାଇଥାଏ।

ଗୀତା ଜୟନ୍ତି

ଆଜି ହେଉଛି ପବିତ୍ର ଗୀତା ଜୟନ୍ତି। ମାର୍ଗଶିରମାସ ତ୍ରୟୋଦଶୀ ତିଥୀରେ ଏହି ଗୀତା ଜୟନ୍ତି ପାଳନ କରାଯାଇଥାଏ। ଏହିଦିନ ପ୍ରଭୃ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧ ଭୂମିରେ ବହୁ ଉପଦେଶ ଦେଇଥିଲେ। ଯାହା ମହାନ ଗ୍ରନ୍ଥ ଗୀତାର୍ ଲିପିବଦ୍ଧ ହୋଇରହିଛି। ଭଗବତ ଗୀତା ହେଉଛି ପ୍ରଭୃଶ୍ରୀକୃଷ୍ଣଙ୍କ ମୁଖ ନିସୃତ ବାଣୀ। ସେଥିପାଇଁ ଏହାକୁ ହିନ୍ଦୁଧର୍ମର ଏକ ପବିତ୍ର ଗ୍ରନ୍ଥଭାବେ ପୂଜା କରାଯାଇଥାଏ।

ଆଜିର ଦିନରେ ଗୀତାପାଠ ପରଂପରା ରହିଛି। ଘରେ କିମ୍ବା ମନ୍ଦିରରେ ଏହି ଗୀତାପାଠ କରାଯାଇଥାଏ। ଗୀତାପାଠ ଏବଂ ଗୀତା ଶ୍ରବଣ ଦ୍ବାରା ଆଜି ଶ୍ରୀକୃଷ୍ଣଙ୍କ ଆର୍ଶିବାଦ ମିଳିଥାଏ ବୋଲି ବିଶ୍ବାସ ମଧ୍ୟ ରହିଛି। ଏଥିସହିତ ଆଜି ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା ମଧ୍ୟ କରାଯାଇଥାଏ। ଆଜି ଅନେକ ଲୋକ ଉପବାସ ରହି ବ୍ରତ ପାଳନ ମଧ୍ୟ କରିଥାନ୍ତି। ଆଜି ଗରିବ ଲୋକଙ୍କୁ ବସ୍ତ୍ର ଦାନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ମଧ୍ୟ ରହିଛି।

Categories
ଆଜିର ଖବର ଧର୍ମ

ଜାଣନ୍ତୁ ଚଳିତ ଡିସେମ୍ବର ମାସରେ କଣ ରହିଛି ମୁଖ୍ୟ ପର୍ବପର୍ବାଣୀ

ଭୁବନେଶ୍ବର: ଡିସେମ୍ବର ହେଉଛି ଇଂରାଜୀ କ୍ୟାଲେଣ୍ଡରର ଶେଷ ମାସ। ଏହି ମାସଟି ବିଦାୟ ମାସ ବୋଲି କୁହାଯାଇଥାଏ। ତେବେ ଏହି ମାସରେ ମଧ୍ୟ ରହିଛି ବହୁ ପର୍ବପର୍ବାଣୀ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ମାସରେ କଣ ରହିଛି ପର୍ବାଣୀ ଆସନ୍ତୁ ଜାଣିବା।

ମାଣବସା ଗୁରୁବାର– ଡିସେମ୍ବର 2 ତାରିଖରେ ପଡୁଛି ଏହି ପର୍ବ। ଏହା ହେଉଛି ଓଡିଆ ଘରର ଏକ ବଡ ଲୋକପ୍ରିୟ ପର୍ବ। ପ୍ରତି ଗୁରୁବାରରେ ମା ଲକ୍ଷ୍ମୀଙ୍କ ମାଣବସା ପାଳନ କରାଯାଇଥାଏ।

ମହୋଦଧୀ ଅମାବାସ୍ୟା– ଡିସେମ୍ବର 4 ତାରିଖ ହେଉଛି ମହୋଦଧୀ ଅମବାସ୍ୟା। ଏହିଦିନ ସୂର୍ଯ୍ୟ ଗ୍ରହଣ ହେଉଥିଲେ ମଧ୍ୟ ଭାରତରେ ତାହା ଦୃଶ୍ୟମାନ ହେବ ନାହିଁ।

ଦେବଦୀପାବଳୀ ସମାପ୍ତ- ଡିସେମ୍ବର 5 ତାରିଖରେ ଦେବ ଦୀପାବଳି ଶେଷ ହେବ। ଏହା ସାରା ଭରତରେ ପାଳନ କରାଯାଉ ନ ଥିଲେ ମଧ୍ୟ ଦକ୍ଷିଣ ଭାରତରେ ଏହାର ପାଳନ ପରିଲକ୍ଷିତ ହୋଇଛି।

କୁରାଳ ପଞ୍ଚମୀ– ଡିସେମ୍ବର 8 ତାରିଖରେ ପଡୁଛି କୁରଳା ପଞ୍ଚମୀ

ଧନୁ ସଂକ୍ରାନ୍ତି- ଡିସେମ୍ବର 16 ତାରିଖରେ ପଡୁଛି ଧନୁ ସଂକ୍ରାନ୍ତି। ଏହା ଏକ ବଡ ସଂକ୍ରାନ୍ତି। କାରଣ ଏହିଦିନ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହେବ। ଏଥିସହିତ ଏହିଦିନ ଶେଷ ଗୁରୁବାର। ମାଣବସାର ଶେଷ ପାଳି।

ପଣ୍ଡୁ ପୂର୍ଣ୍ଣିମା- ଡିସେମ୍ବର 19 ତାରିଖରେ ପଡୁଛି ପୂର୍ଣ୍ଣିମା। ଏହି ପୂର୍ଣ୍ଣିମାକୁ ପଣ୍ଡୁ ପୂର୍ଣ୍ଣିମା ଭାବେ କୁହାଯାଇଥାଏ।  ଏହାର ପୂର୍ବଦିନ ଅର୍ଥାତ 18 ତାରିଖରେ ପଣ୍ଡୁ ଓଷା ଆରମ୍ଭ ହୋଇଥାଏ।

ଯୀଶୁଖ୍ରୀଷ୍ଟଙ୍କ ଜନ୍ମ- ଡିସେମ୍ବର 25 ତାରିଖ ହେଉଛି ଖ୍ରୀଷ୍ଟୀୟାନମାନଙ୍କର ସବୁଠାରୁ ବଡଦିନ। ଏହାକୁ ପ୍ରକୃତରେ ବଡଦିନ ବୋଲି କୁହାଯାଏ। କାରଣ ଏହିଦିନ ପ୍ରଭୃ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ।

ସଫଳା ଏକାଦଶୀ- ଡିସେମ୍ବର 30 ତାରିଖରେ ପଡୁଛି ସଫଳା ଏକାଦଶୀ। ଏହିଦିନ ଅନେକ ବିଷ୍ଣୁଦେବଙ୍କୁ ପୂଜା କରି ଉପବାସ ବ୍ରତ ପାଳନ କରିଥାନ୍ତି।

ବର୍ଷ ଶେଷ- ଡିସେମ୍ବର 31 ତାରିଖ ହେଉଛି 2021 ମସିହାରେ ଶେଷ ଦିନ। ଏହା ପରଦିନ ନୂଆ ବର୍ଷ 2022 ଆରମ୍ଭ ହେବ।