Categories
ଆଜିର ଖବର ରାଜ୍ୟ ଖବର

ରଣପୁର ମହୋତ୍ସବ ଅର୍ଜୁନ-୨୦୨୪: ଦର୍ଶକଙ୍କ ମନ ମୋହିଲା ପାଇକ ଆଖଡା ଓ ପଶୁ ନୃତ୍ୟ 

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିୟମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନ-୨୦୨୪ ର ଚତୁର୍ଥ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ଖୋର୍ଦ୍ଧା ପାଇକ ଆଖଡା ଓ ଗଞ୍ଜାମ ପଶୁ ନୃତ୍ୟ ମନ ମୋହି ଥିଲା। ତେବେ ଏହି ପରିପ୍ରେକ୍ଷୀରେ ସଂନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ।

ଏଥିରେ ମୂଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତମେଶ ଚନ୍ଦ୍ର ବେହେରା, ମୂଖ୍ୟ ବକ୍ତା ଭାବେ ନୟାଗଡ ଉପଜିଲ୍ଲାପାଳ ଶକ୍ତକାନ୍ତ ରାୟ, ସମ୍ମାନୀତ ଅତିଥି ଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ରଞ୍ଜନ କୁମାର ଦାଶ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ରଣପୁର ବାର ଆସୋସିଏସନର ସଭାପତି ଗିରିଜାକାନ୍ତ ମହାପାତ୍ର, ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନାମୟୀ ଦଳବେହେରା, ରଣପୁର ମହୋତ୍ସବ କମିଟି କୋଷାଧ୍ୟକ୍ଷ ତଥା ସମାଜସେବୀ ଲିଙ୍ଗରାଜ ନାୟକ ପ୍ରମୂଖ ମଂଚାସୀନ ଥିଲେ। ସଙ୍ଗୀତ କଳା ବିଦ୍ୟାନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିଦ୍ଦେର୍ଶନାରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ଭରପୂର ଦର୍ଶକଙ୍କ ଗହଣରେ ଲୋକମାନେ ଚତୁର୍ଥ ସଂନ୍ଧ୍ୟାର ମଜା ଉଠାଇ ଥିଲେ। ଜିଲ୍ଲା୍ସ ସାଂସ୍କୃତିକ ଦଳ ତରଫରୁ ଆସିଥିବା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ, ସୁନ୍ଦରଗଡ ସାଂସ୍କୃତିକ କଳା ଏକାଡେମୀ ତରଫରୁ ଆସିଥିବା ଓଡିଶୀ ଅଭିନୟ, ପୁରୀ ଶିଳ୍ପୀ ଏଟଂରଟେନ୍‌ମେଂଟର ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ, ଗଞ୍ଜାମର ପଶୁ ନୃତ୍ୟ ଏବଂ ଖୋର୍ଦ୍ଧା ବରୁଣେଇ ପାଇକ ଆଖଡା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଏହି ସାଂସ୍କୃତିକ ମଂଚ କାର୍ଯ୍ୟ ପରିଚାଳନା କରିଥିଲେ।

ପୂର୍ବାହ୍ଣରେ ବିଭିନ୍ନ କବିମାନଙ୍କୁ ନେଇ ଏକ କବି ସମ୍ମିଳନୀ କରାଯାଇଥିଲା। ଅପରାହ୍ଣ ଏକ କୁଇଜ ପ୍ରତଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା ପୋଲିସ ବିଭାଗ ଓ ଦମକଳ ବାହିନୀ ବିଭାଗ ପକ୍ଷରୁ ବ୍ୟାପକ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। ମହୋତ୍ସବ ଅବସରରେ ସ୍କୁଲ ଛକ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦୋକାନ ବଜାର ପଡିଥିବା ଦେଖିବାକୁ ମିଳିଛି। ହଜାର ହଜାର ଲୋକଙ୍କ ଭିଡ ମଧ୍ୟ ଜମିଥିବା ଦେଖିବାକୁ ମିଳିଛି। ଦୋକାନ ବଜାର ଓ ଦୋଲି ପଡିଥିବା ସ୍ଥାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନିଳାମ୍ବୁ ମହୋତ୍ସବ ୨୦୨୩ ଉଦଯାପନୀ ଦିବସରେ ଚିତ୍ତାକର୍ଷକ ଥିଲା ପାଇକ ଆଖଡା ବେଶ  

ରଣପୁର/ଟାଙ୍ଗୀ: ଖୋର୍ଦ୍ଧା ଜିଳ୍ଲା ଟାଗିଂ ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବଳରାମ ଦେବ ବିଦ୍ୟାପୀଠ ଖେଳପଡିଆରେ ନିଳାମ୍ବୁ ମହୋତ୍ସବର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ସଂନ୍ଧ୍ୟାରେ ଟାଗିଂ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ ଅତିଥି ଭାବରେ ମଂଚରେ ଉପସ୍ଥିତ ଥିଲେ। ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲୀପ କୁମାର ଶ୍ରୀଚନ୍ଦନ, ଟାଗିଂ ତହସିଲଦାର ଜନ୍ମେଜୟ ସାହୁ, ପ୍ରମୁଖ ଯୋଗ ଦେଇଥିବା ବେଳେ ମହୋତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଗିଂ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିସ୍ନା ମାନଧାତା, ସାମ୍ବାଦିକ ସଂଘର ସଂମ୍ପାଦକ ମନୋଜ ପଟ୍ଟନାୟକ, ସଂଘର ପ୍ରବକ୍ତା ସରୋଜ ପାଇକରାୟ, ସଂଘର ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ଶ୍ୟାମସୁନ୍ଦର ପଟ୍ଟନାୟକ, ସଂଘର ସହ ସଂମ୍ପାଦକ ବିକ୍ରମ କେଶରୀ ସାହୁ, ଉପସଭାପତି ମନୋଜ କୁମାର ନାୟୁଡୁ, ଆଇନ ପରାମର୍ଶଦାତା ସଂନ୍ଦିପନୀ ମିଶ୍ର, କୋଷାଧ୍ୟକ୍ଷ ଲଛମନ ନାୟକ ମଂଚରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

ମଂଚରେ ଉପସ୍ଥିତ ଥିବା ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତୋରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଅଂଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ମଂଚ ଉପରେ ଅତିଥି ମାନେ ମାନପତ୍ର ଓ ଉତ୍ତୋରୀୟ ଦେଇ ସମ୍ମାନିତ କରିଥିଲେ।

ଉଦଯାପନୀ ସଂନ୍ଧ୍ୟାରେ ରଗାଂରଗଂ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅର୍କେଷ୍ଟ୍ରା ସଗିଂତ ସା ରେ ଗା ମା ପା ପକ୍ଷରୁ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଚାନ୍ଦପୁର ଶିଶୁମନ୍ଦିର ଛାତ୍ରଛାତ୍ରୀଙ୍କ ନୃତ୍ୟ, ଚାନ୍ଦପୁର କଳିଙ୍ଗ ଡ୍ୟାନ୍ସ ଗ୍ରୃପ ପକ୍ଷରୁ ନୃତ୍ୟ ପରିବେଷଣ, ଚାନ୍ଦପୁର ଏଜି ମିଶନ ଶିକ୍ଷାନୁଷ୍ଠାନ ପକ୍ଷରୁ ନୃତ୍ୟ, ମାଉଣ୍ଟ ଲିଟ୍ରା, ଶଙ୍କର ଡ୍ୟାନ୍ସ ଏକାଡେମୀ, ନଟରାଜ ଡ୍ୟାନ୍ସ ଏକାଡେମୀ କଳାକାରଙ୍କ ନୃତ୍ୟ, ଆରାଧନା ପ୍ରିନ୍ସ ଡ୍ୟାନ୍ସ ଗୃପ କଳାକାରଙ୍କ ନୃତ୍ୟ, ଚାନ୍ଦପୁର ବିଣାପାଣୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ଭୂବନେଶ୍ୱର ଆରାଧନା ଡ୍ୟାନ୍ସ ଏକାଡେମୀ କଳାକାର ମାନଙ୍କ ଦ୍ୱାରା ଗୋଟିପୁଅ ନୃତ୍ୟ ଓ ମା ମଗଂଳା ପାଇକ ଆଖଡା ବେଶ ଚିତାକର୍ଷକ ଥିଲା।ଉଦଯାପନୀ ଦିବସର ଶିତୁଆ ସଂନ୍ଧ୍ୟାରେ ଦର୍ଶକ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ବେଶ ଚିତ୍ତାକର୍ଷକ ଥିଲା ଦର୍ଶନ ମାନେ ବେଶ ଉପଭୋଗ କରିଥିଲେ।

ଉଦଯାପନୀ ଦିବସରେ ସାମ୍ବାଦିକ କମଳ ଲୋଚନ ପାଇକରାୟ, ରାକେଶ କୁମାର ଜଗଦେବ, ସୁଶୀଲ କୁମାର ରଣା, ରଜନୀକାନ୍ତ ମିଶ୍ର, ରାକେଶ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ ବେହେରା, ଦୁର୍ଗା ପ୍ରସାଦ ଦାଶ, ଅନନ୍ତ କୁମାର ପ୍ରଧାନ, ଜୟନ୍ତ ସୁବୁଦ୍ଧି, ହିମାଂଶୁ ଭୂଷଣ ଚମ୍ପତିରାୟ, ଶୁଶିଲ କୁମାର ରଣା, ବିଭୁତି ଭୁଷଣ ଦାଶ, ରାମଚନ୍ଦ୍ର ପରିଡା, ବାଲୁଙ୍କେଶ୍ୱର ବେହେରା,ଅଜୟ ସେଠୀ, ସୂର୍ଯ୍ୟକାନ୍ତ ସାହୁ, ପ୍ରଶାନ୍ତ କୁମାର ବେହେରା, ଚନ୍ଦ୍ରଶେଖର ଦାଶ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।

ଟାଗିଂ ମଦରଟେରେସା ଯୁବକ ସଂଘ, ରଘୁନାଥ ଦେବ ଯୁବକ ସଂଘ, ଟାଙ୍ଗୀ ଯୁବକ ମାନେ ସହଯୋଗ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ସତ୍ୟନାରାୟଣ ମହାପାତ୍ର।

ମହୋତ୍ସବ ପଡିଆରେ ଆକର୍ଷଣୀୟ ଦୋଳି, ମହୋତ୍ସବ ପଡିଆରେ ବିଭିନ୍ନ ସରକାରୀ ଓ ବେସରକାରୀ ଷ୍ଟଲ ପଡିଥିବା ବେଳେ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟର ପସରା ମେଲିଥିଲା।ଦର୍ଶକ ମାନେ ମହୋତ୍ସବରେ ବୁଲାବୁଲି କରି ସାସ୍କୃତିକ କାର୍ଯ୍ୟକ୍ରମ କୁ ବେଶ ଉପଭୋଗ କରିଥିଲେ। ସୁରକ୍ଷା ନିମନ୍ତେ ଟାଗିଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରଣପୁର କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦ୍ଵିତୀୟ ଦିନରେ ରଣପୁର ମହୋତ୍ସବ ‘ଅର୍ଜୁନ’: ମନ ମୋହିଲା ପାଇକ ଆଖଡ଼ା

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି।  ଭରପୁର ଦର୍ଶକଙ୍କ ଗହଣରେ ଲୋକମାନେ ଦ୍ଵିତୀୟ ସନ୍ଧ୍ୟାର ମଜା ଉଠାଇ ଥିଲେ। ଆସାମ ବିହୁ, ୱେଷ୍ଟ ବେଙ୍ଗଲୀ ମୟୂରୀ ନୃତ୍ୟ ଓ ପାଇକ ଆଖଡ଼ା ହଜାର ହଜାର ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ମୁଖ୍ୟ ବକ୍ତା ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ନୟାଗଡ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ବରିଷ୍ଠ ଆଇନିଜୀବି ଗିରିଜାକାନ୍ତ ମହାପାତ୍ର, ରଣପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ମହୋତ୍ସବ କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣଚନ୍ଦ୍ର ରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ। ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ ପ୍ରତି ଯୋଗିତା କରାଯାଇଥିଲା। ଏହି କୁଇଜ ପ୍ରତିଯୋଗିତାକୁ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର, ଚିତ୍ତରଞ୍ଜନ ଦାଶ, ପ୍ରଭାତ କୁମାର ପଣ୍ଡା, ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ସଭାକାର୍ଯ୍ୟ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେଗୁଡିକ ମଧ୍ୟରେ କଟକର ନଟରାଜ ଡ୍ୟାନ୍ସ ଏକାଡେମୀ, ଆସାମବିହୁ, ୱେଷ୍ଟ ବେଙ୍ଗଲୀ ମୟୂରୀ, ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଓ ଶକ୍ତି ଏଣ୍ଟରଟେନମେଣ୍ଟ ଦ୍ୱାରା ପରିବେଶିତ ହୋଇଥିବା ପାଶ୍ଚାତ୍ୟ ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା।

ସତ୍ୟ ନାରାୟଣ ମହାପାତ୍ର ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ମହୋତ୍ସବ କମିଟିର ସଂଯୋଜକ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକ, ରଞ୍ଜନ ଦାଶ, ଜ୍ୟୋତି ରଞ୍ଜନ ଦାଶ, ଦୀପକ ସିଠ ଓ କାଉନସିଲରମାନେ ଉପସ୍ଥିତ ଥିଲେ। ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପାଇକ ଦିବସରେ ‘ପାଇକ ଆଖଡ଼ା’କୁ ରାଜ୍ୟ କ୍ରୀଡ଼ାର ଦାବି ଜଣାଇଲା ପାଇକ ମହାସଂଘ

ଭୂବନେଶ୍ୱର: ରାଜ୍ୟ ସରକାର ମାର୍ଚ୍ଚ ୨୯ ତାରିଖକୁ ‘ପାଇକ ବିଦ୍ରୋହ ଦିବସ’ ଭାବେ ଘୋଷଣା କରିବା ସହିତ ରାଜ୍ୟବ୍ୟାପୀ ପାଳନ କରିବା ଏବଂ ଖୁବ୍ ଶୀଘ୍ର ‘ପାଇକ ଆଖଡ଼ା’କୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବାକୁ ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଦାବି କରିଛନ୍ତି।

ପାଇକ ଦିବସ ପାଳନ ଅବସରରେ ‘ବକ୍ସି ଜଗବନ୍ଧୁ’ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପାଇକ ଦିବସ ପାଳିତ ହୋଇଯାଇଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାରଙ୍କ ରାଜନୈତିକ ମନୋଭାବ ପାଇଁ ଆଜି ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇବାରୁ ବଞ୍ôଚତ ହୋଇଛି। ନିଜ ମାତୃଭୂମିର ସୁରକ୍ଷା ପାଇଁ ଯେଉଁ ପାଇକ ଢାଲ, ତରବାରୀ ଗର୍ଜି ଉଠିଥିଲା, ଠିକ୍ ଆଜି ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ସହିତ ‘ପାଇକ ରେଜିମେଣ୍ଟ’ ଗଠନ ଦାବିରେ ଆଉ ଏକ ପାଇକ ବିଦ୍ରୋହକୁ ପାଇକ ମହାସଂଘ ଆହ୍ୱାନ କରୁଛି। ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ପାଇକ ବା କ୍ଷତ୍ରିୟର ଧର୍ମ। ରଣରଙ୍କା ପାଇକମାନେ ନିଜ ମାତୃଭୂମିର ସୁରକ୍ଷା ପାଇଁ ଇଂରେଜ ବିରୁଦ୍ଧରେ ରଣହୁଙ୍କାର ଡ଼ାକରା ଦେଇଥିଲେ।

ପରନ୍ତୁ ଆଜି କିଛି ଅଣପାଇକ, ଚିଟ୍‌ଫଣ୍ଡ ଦଲାଲ, ଜମି ଦଲାଲ ଯେଉଁମାନଙ୍କ ପୂର୍ବପୁରୁଷ ଇଂରେଜମାନଙ୍କ ସହିତ ସାମିଲ୍ ହୋଇ ପାଇକ ବୀରମାନଙ୍କୁ ଇଂରେଜ ହାତରେ ଧରାଇ ଦେଇଥିଲେ, ସେହିମାନେ ଆଜି ନିଜର ରାଜନୈତିକ ସ୍ୱାର୍ଥ ପାଇଁ ପାଇକମାନଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦି ପୁଣି ପାଇକମାନଙ୍କୁ ପଶାପାଲିରେ ବାଜି ଲଗାଇବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କୁ ନିଖିଳ ଓଡିଶା ପାଇକ ମହାସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ମା’କୁ ଭଲପାଅ, ମାଟିକୁ ଭଲପାଅ, ଏହି ବାର୍ତ୍ତା ପ୍ରଦାନ କରିଛି ମହାସଂଘ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପଦେଷ୍ଟା ବିଭୂତ ଭୂଷଣ ସ୍ୱାଇଁ, ମୁଖପାତ୍ର ରାଜୀବ ନୟନ ରଥ, ଇଂ. ଶିବ ପ୍ରସାଦ ମିଶ୍ର, କାକଟପୁର ପାଇକ ସର୍ଦ୍ଦାର ସୁଧାକର ନାୟକ ପମୁଖ ଉପସ୍ଥିତ ଥିଲେ।