Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଫ୍ରାନ୍ସ ମହାକାଶଚାରୀ, ପାଇଲଟ୍ ତଥା ଅଭିନେତା ଥୋମାସ୍ ପେସ୍କେଟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁଲାଇ ୧୪ରେ ଫ୍ରାନ୍ସ ଏରୋସ୍ପେସ୍ ଇଞ୍ଜିନିୟର, ପାଇଲଟ୍‌, ୟୁରୋପୀୟ ସ୍ପେସ୍ ଏଜେନ୍ସି ମହାକାଶଚାରୀ ତଥା ଅଭିନେତା ଥୋମାସ ପେସ୍କେଟଙ୍କୁ ଭେଟିଛନ୍ତି।

ମହାକାଶ କ୍ଷେତ୍ରରେ ଭାରତର ଅଗ୍ରଗତି ବିଶେଷକରି ଷ୍ଟାର୍ଟଅପ୍ ଏବଂ ଘରୋଇ ସେକ୍ଟରର ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ପେସ୍କେଟଙ୍କ ସହ ଆଲୋଚନା କରିଥିଲେ। ମହାକାଶ ଅନୁସନ୍ଧାନରେ ସହଯୋଗକୁ ବିସ୍ତାର କରିବା ଏବଂ ଯୁବବର୍ଗଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବା ନିମନ୍ତେ ପେସ୍କେଟଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି।

ପେସ୍କେଟ ମଧ୍ୟ ଜଣେ ମହାକାଶଚାରୀଭାବେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ ଏବଂ ଭବିଷ୍ୟତରେ ମହାକାଶ କାର୍ଯ୍ୟକ୍ରମ ଓ ପ୍ରଯୁକ୍ତିବିଦ୍ୟା ଉପରେ ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ପାଇଲଟଙ୍କ ଜାତକରେ ନାହିଁ ମୁଖ୍ୟମନ୍ତ୍ରୀ ପଦ, ଗେହଲଟ ହିଁ ରହିବେ ମୁଖ୍ୟମନ୍ତ୍ରୀ’

ଜୟପୁର, ମଧ୍ୟ ପ୍ରଦେଶ ଭଳି ଠିକ୍ ରାଜସ୍ଥାନରେ ଯେଉଁଭଳି ଭାବେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା ଯାହାର କେନ୍ଦ୍ର ବିନ୍ଦୁ ସାଜିଥିଲେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ସମସ୍ତେ ଭାବୁଥିଲେ କିଛି ନା କିଛି ରାଜନୈତିକ ଓଲଟପାଲଟ ହେବ। କିନ୍ତୁ କିଏ ଜାଣିଥିଲା ଯେ, ପାଇଲଟଙ୍କ ଜାତକରେ ନାହିଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ। ଏକଥା ଆମେ କହୁନାହୁଁ, ଏହା କହିଛନ୍ତି ରାଜସ୍ଥାନ ଯୋଧପୁରର ଜଣେ ଜଣାଶୁଣା ଜ୍ୟୋତିଷକାର ନଟବରଲାଲ ପୁରୋହିତ।

ଜ୍ୟୋତିଷକାରଙ୍କ ଗଣନା କହିଛି ଅଶୋକ ଗେହଲଟ୍ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବେ। ସେ କହିଛନ୍ତି ଗେହଲଟଙ୍କ ଜାତକରେ ବର୍ତ୍ତମାନର ସମୟ ବହୁତ ଭଲ ରହିଛି ଓ ତାଙ୍କର ରାଜପକ୍ଷ ଯୋଗ ରହିଛି। ଯାହା ଫଳରେ ତାଙ୍କୁ କେହି ବି ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ପାରିବେ ନାହିଁ।

ଅନ୍ୟପକ୍ଷରେ ପାଇଲଟଙ୍କ ଜାତକରେ ସୂର୍ଯ୍ୟ ଓ ଶନିଙ୍କ ପ୍ରଭାବ ରହିଛି ଯାହା କି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ଦୂରେଇ ରଖୁଛି। ସେ କେବେ ବି ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ ବୋଲି ନଟବରଲାଲ ଭବିଷ୍ୟବାଣୀ ଶୁଣାଇଛନ୍ତି। ସେ ଆହୁରି ବି ଭବିଷ୍ୟବାଣୀ ଶୁଣାଇ କହିଛନ୍ତି ଯେ, ପାଇଲଟ କଂଗ୍ରେସ ଛାଡିବେ ନାହିଁ। ଏପଟେ କିନ୍ତୁ ଗେହଲଟ ସରକାର ପାଇଁ ସମସ୍ୟା ଲାଗି ରହିବ ବୋଲି ଜ୍ୟୋତିଷକାର କହିଛନ୍ତି।