Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଗିରଫ ହେବେ ପାକିସ୍ଥାନ ପ୍ରଧାନମନ୍ତ୍ରୀ: ଅର୍ଥ ହେରଫେର ମାମଲାରେ ଏଫଆଇଆର ରୁଜ୍ଜୁ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ ପୁଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ହାମଜା ଶାହାବାଜ ଗିରଫ ହୋଇପାରନ୍ତି। ଅର୍ଥ ହେରଫେର ମାମଲାରେ ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (FAI) ଏଫ୍ଆଇଆର୍ ଦାଖଲ କରିଛି। ବର୍ତ୍ତମାନ ୧୪ ବିଲିୟନ ମନି ଲଣ୍ଡରିଂ ମାମଲାରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ ପୁଅଙ୍କୁ ଗିରଫ କରାଯାଇପାରେ। ଅଧିକ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ତାଙ୍କ ପୁଅ ହାମଜା ଶାହାବାଜଙ୍କୁ ଗିରଫ କରିବାକୁ FIA କୋର୍ଟକୁ ଅନୁରୋଧ କରିଛି। ତେବେ କୋର୍ଟ ତାଙ୍କ ଅଗ୍ରୀମ ଜାମିନକୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ: ନେଇଥିଲେ ଚାଇନା ଟୀକା

ନୂଆଦିଲ୍ଲୀ: ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଇମ୍ରାନଙ୍କ ସ୍ଵତନ୍ତ୍ର ସହକାରୀ ( ସ୍ୱାସ୍ଥ୍ୟ ସେବା) ଫେଜଲ ସୁଲତାନ ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ଆଇସୋଲେସନରେ ଅଛନ୍ତି।

ହେଲେ ଇମ୍ରାନ ଖାନ ସିନୋଭାକ ଏବଂ ସିନୋଫାର୍ମ ନାମକ ଚାଇନିଜ କରୋନା ଟୀକା ନେଇଥିଲେ। କରୋନା ଟିକା ନେବା ପରେ ମଧ୍ୟ ଇମ୍ରାନ କରୋନାରେ ସଂକ୍ରମଣ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂକ୍ରମଣ ହେଲା ପରେ ତାଙ୍କର ସମସ୍ତ ଅଧିକାରୀ ଏବଂ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଇସିସିର ଅନଲାଇନ୍ ଭୋଟିଂ: ବିରାଟ କୋହିଲି ଏବଂ ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କଡା ଟକ୍କର

ନୂଆଦିଲ୍ଲୀ: ଆଇସିସି ଦ୍ଵାରା ଶ୍ରେଷ୍ଠ ଖେଳାଳି ଚୟନ ଲାଗି ଏକ ଭୋଟିଂ ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହିଲି ଏବଂ ପାକିସ୍ଥାନର ପୂର୍ବତନ ଅଧିନାୟକ ତଥା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ଏଇ ଭୋଟିଂରେ ଉଭୟଙ୍କ ମଧ୍ୟରେ  ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ କଡା ଟକ୍କର ହୋଇଥିଲା। ଶେଷରେ ଇମ୍ରାନ ଖାଁ ମାତ୍ର ୧ ପ୍ରତିଶତ ଭୋଟରେ କୋହଲିଙ୍କ ଠାରୁ ଅଗ୍ରଣୀ ହୋଇଥିଲେ। ଆଇସିସି ଦ୍ଵାରା କରାଯାଇଥିବା ଏହି ଭୋଟିଂରେ ସର୍ବମୋଟ ୫ ଲକ୍ଷ ୩୬ ହଜାର ଭୋଟ ପଡିଥିଲା। ଯେଉଁଥିରେ ଇମ୍ରାନ ଖାଁ ଙ୍କୁ ୪୭.୩ ପ୍ରତିଶତ ଭୋଟ ମିଳିଥିବା ବେଳେ ବିରାଟଙ୍କୁ ୪୬.୨ ପ୍ରତିଶତ ଭୋଟ ମିଳିଥିଲା।