Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

‘ପିଓକେ’କୁ ଫେରାଇ ଆଣିବାର ସମୟ ଆସିଛି: ପାକିସ୍ଥାନ ସେନା ମୁଖ୍ୟଙ୍କ ବିବୃତ୍ତିରେ କଂଗ୍ରେସ ନେତା ହରିଶ ରାୱତ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପୋକ୍) ଉପରେ ପାକିସ୍ତାନର ନୂତନ ସେନା ମୁଖ୍ୟ ଅସୀମ ମୁନୀରଙ୍କ ବିବୃତ୍ତିରେ ରବିବାର କଂଗ୍ରେସ ନେତା ହରିଶ ରାୱତ ଏକ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ‘ପିଓକେ’ କୁ ଫେରାଇ ଆଣିବାର ସମୟ ଆସିଛି। ବର୍ତ୍ତମାନ ପାକିସ୍ତାନ ଏକ ଦୁର୍ବଳ ସ୍ଥିତିରେ ଅଛି ଏବଂ ତେଣୁ ଏହା ସଠିକ ସମୟ, ଯେତେବେଳେ ପାକିସ୍ତାନ ଠାରୁ ଆମେ PoK ଆଣିପାରିବା।

ହରିଶ ରାୱତ କହିଛନ୍ତି ଯେ, ‘ପିଓକେ’କୁ ପାକିସ୍ତାନର ବେଆଇନ ଦଖଲରୁ ମୁକ୍ତ କରିବା ଆମର ଦାୟିତ୍ଵ। କଂଗ୍ରେସ ସରକାର ସମୟରେ ଆମେ ସଂସଦରେ ଏକ ସଂକଳ୍ପ ପାରିତ କରିଥିଲୁ। ବର୍ତ୍ତମାନ ମୋଦୀ ସରକାର ଏହାକୁ ମଧ୍ୟ ନିଜ କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ କରିବା ଉଚିତ୍।

ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ଉତ୍ତର ସେନା କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଏକ ବଡ ବିବୃତ୍ତି ଦେଇଥିଲେ। ସେ କହିଥିଲେ ଯେ, ଆମେ ପିଓକେ’କୁ ଫେରାଇଆଣିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ଏବଂ ସରକାରଙ୍କ ଆଦେଶକୁ ଅପେକ୍ଷା କରିଛୁ। ଏହା ପରେ ପାକିସ୍ଥାନର ନବ ନିଯୁକ୍ତ ସେନା ମୁଖ୍ୟ ସୟଦ ଅସୀମ ମୁନୀର ମଧ୍ୟ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ପଡୋଶୀ ଦେଶ ଆକ୍ରମଣ କରେ, ତେବେ ସେନା ଏହାର “ମାତୃଭୂମି” ରକ୍ଷା କରିବ ଏବଂ ଶତ୍ରୁ ସହିତ ଲଢିବ।

ପାକ୍ ସେନା ମୁଖ୍ୟଙ୍କ ଦ୍ଵାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ପାକିସ୍ତାନର ସଶସ୍ତ୍ର ବାହିନୀ କେବଳ ଆମ ମାତୃଭୂମିର ରକ୍ଷା କରିବାକୁ ପ୍ରସ୍ତୁତ ନୁହଁନ୍ତି ବରଂ ଶତ୍ରୁ ସହିତ ଲଢିବାକୁ ମଧ୍ୟ ପ୍ରସ୍ତୁତ।