Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ-ବାଂଲାଦେଶ ଲଢେଇ: ବର୍ଷାକୁ ନେଇ ପାଣିପାଗ ବିଭାଗ ଜାରି କଲା ଅପଡେଟ

ନୂଆଦିଲ୍ଲୀ: ଆଜି ଭାରତୀୟ ଦଳ ଏହାର ଚତୁର୍ଥ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆ ବାଂଲାଦେଶର ଆହ୍ଵାନର ସମ୍ମୁଖୀନ ହେବ। ପୁଣେରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। କିନ୍ତୁ ବର୍ଷା ହେତୁ ଭାରତ-ବାଂଲାଦେଶ ମ୍ୟାଚ୍ ଧୋଇଯିବ କି? ଭାରତ-ବାଂଲାଦେଶ ମ୍ୟାଚ୍ ଦିନ ବର୍ଷା ହେବ କି? ତେବେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି।

ପୁଣେରେ ବର୍ଷା ହେବ କି?:

ପାଣିପାଗ ବିଭାଗ ଅନୁଯାୟୀ ଗୁରୁବାର ଦିନ ପୁଣେରେ ବର୍ଷା ହେବ ନାହିଁ। ଭାରତ-ବାଂଲାଦେଶ ମ୍ୟାଚ୍ ଦିନ ପୁଣେରେ ଖରା ହେବ। ଘଣ୍ଟା ପ୍ରତି ୨-୧୦ କିଲୋମିଟର ବେଗରେ ପବନ ବହିବ। କିନ୍ତୁ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ତେବେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ଏକ ଖୁସି ଖବର। ଭାରତ-ବାଂଲାଦେଶ ମ୍ୟାଚ୍ ଦିନ ପୁଣେରେ ବର୍ଷା ହୋଇପାରେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ପାଣିପାଗ ବିଭାଗ ଅନୁଯାୟୀ ଗୁରୁବାର ପୁଣେରେ ବର୍ଷା ହେବାର ସମ୍ଭାବନା ନାହିଁ।

ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିବାକୁ ଟିମ୍ ଇଣ୍ଡିଆର ସୁଯୋଗ ଅଛି କି?:

ଏହି ଟୁର୍ଣ୍ଣାମେଣ୍ଟର କ୍ରମାଗତ ଚତୁର୍ଥ ବିଜୟ ପଞ୍ଜିକରଣ କରିବା ଉଦ୍ଦେଶ୍ୟରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ପଡ଼ିଆକୁ ଓହ୍ଳାଇବ। ଏଥି ସହିତ ଯଦି ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଜିତିବାରେ ସଫଳ ହୁଏ, ତେବେ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିବାର ସୁଯୋଗ ମିଳିବ। ବର୍ତ୍ତମାନ ପଏଣ୍ଟ ଟେବୁଲରେ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଟିମ୍ ଇଣ୍ଡିଆ ୩ ଟି ମ୍ୟାଚ୍ ଖେଳି ସମସ୍ତ ତିନୋଟି ମ୍ୟାଚ୍ ଜିତିଛି। ୪ ଟି ମ୍ୟାଚ୍ ପରେ ୮ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ଦଳ ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛି। ପଏଣ୍ଟ ଟେବୁଲରେ ଶାକିବ ଅଲ ହାସନଙ୍କ ନେତୃତ୍ୱରେ ବାଂଲାଦେଶ ଦଳ ଷଷ୍ଠ ସ୍ଥାନରେ ରହିଛି।

ବାଂଲାଦେଶ ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି, କିନ୍ତୁ ଇଂଲଣ୍ଡ ବିପକ୍ଷରେ ୧୩୭ ରନରେ ହାରିଛି। ଏହା ପରେ ନ୍ୟୁଜିଲ୍ୟାଣ୍ଡ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରିଛି।

Categories
ଆଞ୍ଚଳିକ

ସମ୍ଭାବ୍ୟ ବାତ୍ୟାକୁ ନେଇ ବାଣପୁର ପ୍ରଶାସନ ତପ୍ତର: ପ୍ରତ୍ୟେକ ପଞ୍ଚାୟତ ପାଇଁ ନିଯୁକ୍ତ କଲା ନୋଡାଲ ଅଫିସର

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତା ୭ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ପାଣିପାଗ ବିଭାଗର ଆକଳନକୁ ନଜରରେ ରଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରଶାସନ ତପ୍ତର ହୋଇ ଉଠିଛି। ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ, ତୁମୁରାପୁଟ ଓ ଭେଟେଶ୍ୱର ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ବିଡ଼ିଓ ଶୀତଲ ଅଗ୍ରୱାଲ, ଜିପିଇଓ ମମତା ମଞ୍ଜରୀ ଚିନ୍ନାରା, ବିଧାୟକଙ୍କ ପ୍ରତିନିଧି ମନୋଜ ପ୍ରଧାନ ଓ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ବୁଲି ସେଠାରେ ବିଦ୍ୟୁତ, ପାଣି ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ବାବଦରେ ତନଖି କରିଛନ୍ତି।

ଅନୁରୂପ ଭାବେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଅପରାହ୍ନରେ କୁଲେଇ ଓ ମୋରାମରୀ ପଞ୍ଚାୟତ ଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପରଖିଛନ୍ତି।  ବ୍ଲକରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇ ପ୍ରତ୍ୟେକ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଥିବାର ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ସୂଚନା ଦେଇଛନ୍ତି।

ତତସହିତ ଓଡ୍ରାଫ ଟିମକୁ ମଧ୍ୟ ସଜାଗ ରଖି ପରିସ୍ଥିତି ଉପରେ ନଜର ରଖାଯାଇଥିବାର ଜଣାପଡ଼ିଛି।

Categories
Cyclone ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଗାମୀ ୧୨ଘଣ୍ଟା ମଧ୍ୟରେ ବାତ୍ୟା ! ବନ୍ଦରଗୁଡିକରେ ବିପଦ ସଂକେତ, ଆଜି ରାତିରୁ ବର୍ଷା

ଭୁବନେଶ୍ବର: ଆଗାମୀ ୧୨ଘଣ୍ଟା ମଧ୍ୟରେ ବାତ୍ୟା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଅବପାତ ଗତ ୬ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୭କିମି ବେଗରେ ଗତିକରୁଛି।

ଏହା ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଆଗାମୀ ୧୨ଘଣ୍ଟା ଯାଏଁ ନିଜ ଗତିର ଦିଗ ବଜାୟ ରଖିବା ସହ ପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ସେଥିପାଇଁ ରାଜ୍ୟ ବନ୍ଦର ଗୁଡିକ ପାଇଁ  ବିପଦ ସଂକେତ -୩ ନମ୍ବର ଜାରୀ କରାଯାଇଛି। ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି।

ଆଜି ରାତିରୁ ଉପକୂଳରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଦୀପାବଳିରେ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଉତ୍ତର-ଉପକୂଳରେ ସାମାନ୍ୟ ଅଧିକ ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ: ପାଣିପାଗ ବିଭାଗ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ। ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବା ନେଇ ପ୍ରକାଶ ପାଇଥିବା ଖବରକୁ ଭାରତୀୟ ପାଣିପାଗ ବିଭାଗ ଅଧୀନ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଖଣ୍ଡନ କରାଯାଇଛି।

ସମ୍ପୃକ୍ତ ଖବରରେ ‘ଆଇଏମଡିର ଆକଳନ’’ ସମ୍ଭାବ୍ୟ ବାତ୍ୟା ‘‘ଓଡ଼ିଶାରେ ସ୍ଥଳଭାଗ’’ ଛୁଇଁବ ବୋଲି ଯାହା ଦର୍ଶାଯାଇଛି ତାହା ତଥ୍ୟ ଆଧାରିତ ନୁହେଁ। ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଆଜି ସୁଦ୍ଧା କୌଣସି ଆକଳନ କରାଯାଇନାହିଁ ବୋଲି ବିଭାଗ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟାକୁ ନେଇ ଅପଡେଟ ଜାରି କଲା ପାଣିପାଗ ବିଭାଗ: ଆଜି ଅପରାହ୍ନରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସୁଛି। ଅପରାହ୍ନ ୪ ଟାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏସଆରସି ଦାୟିତ୍ଵରେ ଥିବା ସତ୍ୟବ୍ରତ ସାହୁଙ୍କ ନେତୃତ୍ଵରେ ଏହି ବୈଠକ ବସିବ। ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ସତ୍ୟବ୍ରତ ସାହୁ ଆଲୋଚନା କରିବେ।

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଟ୍ବିଟ ମାଧ୍ୟମରେ ଆଜି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ଅପଡେଟ ଜାରି କରିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା। ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି। ଏଥି ସହ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସତର୍କ କରାଇଲା ପାଣିପାଗ ବିଭାଗ: ଏହି ଜିଲ୍ଲାଗୁଡିକରେ ଘଡଘଡି ସହ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବର୍ଷା ପରିମାଣ ବଢିବ। ଆଜି ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ପରିମାଣ ବଢିବ। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେହିଭଳି ପାଣିପାଗ ବିଭାଗ କିଛି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ଅନୁଗୁଳ, କୋରାପୁଟ ଓ ମାଲକାନଗିରିରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ରାଜ୍ୟରେ ପୁଣି ବର୍ଷା: ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର:ଜିଠାରୁ ରାଜ୍ୟରେ ପୁଣି ବର୍ଷା ହେବା ସମ୍ଭାବନା ରହିଛି। ସେଥିପାଇଁ ୮ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲା ଗୁଡିକ ହେଲା- ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା। ଏହି ସବୁ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାସହ ଆଉ ୨୦ ଜିଲ୍ଲାକୁ ବିଜୁଳି ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ଉତ୍ତର ଓଡ଼ିଶାର ସମସ୍ତ ୧୫ଟି ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା, ପାଞ୍ଚୋଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଆସିଛି ଏକ ବଡ ଖବର। ତାହା ହେଲା ବର୍ତ୍ତମାନ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଏହା ଆସନ୍ତା ସାତ ତାରିଖରେ ଉତ୍ତରପଶ୍ଚିମ ଦିଗ ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି ଜଣାପଡିଛି।

ଏପରି ମୌସମୀ ବାୟୁର ଗତି ଏବଂ ଲଘୁଚାପ କ୍ଷେତ୍ର ସମ୍ଭାବନକୁ ଦେଖି ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ଛଅ ତାରିଖରୁ ଦଶ ତାରିଖ ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ସେଥିପାଇଁ ସାତ ତାରିଖରେ ପାଞ୍ଚୋଟି ଜିଲ୍ଲାକୁ ସତର୍କ ରହିବା ପାଇଁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଂଗପୁର, ରାୟଗଡା ଏବଂ ଗଜପତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ଆସନ୍ତା ୨୭ ମଇରେ ପ୍ରବେଶ କରିବ ମୌସୁମୀ , ପାଣିପାଗ ବିଭାଗ ଦେଲା ସୂଚନା

ଭୁବନେଶ୍ବର: ଚଳିତ ବର୍ଷ ୨୭ ମଇ ରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବ। ଏ ନେଇ ଆକଳନ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ। ବିଭାଗ କହିଛି ଯେ, ଏହା ସ୍ୱାଭାବିକ ତାରିଖ ଠାରୁ ପୂର୍ବରୁ ଛୁଇଁବା ନେଇ ଆକଳନ ଜାରି କରାଯାଇଛି। ତେବେ ଏହି ଆକଳନ ରେ ମଡେଲ ଜନିତ ତ୍ରୁଟି ୪ ଦିନ ଆଗ/ପଛ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଦ କହିଛି।

ପୂର୍ବରୁ ପାଣିପାଗ ବିଭାଗ କହିଥିଲା ଯେ, ଚଳିତ ବର୍ଷ ମୌସୁମୀ ବାୟୁ ଶିଘ୍ର ପ୍ରବେଶ କରିବ। କାରଣ ମୌସୁମୀ ପୂର୍ବରୁ ଏକ ଲଘୁଚାପ ତଥା ବାତ୍ୟା ଏହାକୁ ଡାକିବାରେ ସାହାଯ୍ୟ କରିଛି। ମୌସୁମୀ ଆସିବା ପାଇଁ ରାସ୍ତା ପରିଷ୍କାର ହୋଇଯାଇଛି। ଫଳରେ ଚଳିତ ବର୍ଷ ସ୍ବାଭାବିକ ତାରିଖ ପୂର୍ବରୁ କେରଳ ଛୁଇଁବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ତିନୋଟି ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା, ପାଣିପାଗ ବିଭାଗ

ଭୁବନେଶ୍ବର:  ପାରାଦ୍ୱୀପ ରାଡ଼ାର ରୁ ମିଳୁଥିବା ତଥ୍ୟ ଅନୁଯାୟୀ ଆଗାମୀ ୨ ଘଣ୍ଟା ମଧ୍ୟରେ ଯାଜପୁର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାରେ କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି। ତେବେ ଅନ୍ୟ କେତେକ ଜିଲ୍ଲାରେ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି। ଓଡିଶାର ଅନ୍ୟ ଜିଲ୍ଲାଗୁଡିକରେ ପାଗ ସ୍ବାଭାବିକ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଝଡବର୍ଷା ନେଇ ସତର୍କ ସୂଚନା: ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଆଜି ଏବଂ ଆସନ୍ତାକାଲି ଝଡବର୍ଷା ହେବା ଅନୁମାନ କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ସହ ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଜି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି।

ସେହିଭଳି ଆସନ୍ତାକାଲି ୯ ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ୪୦ ଡିଗ୍ରୀ ଉପରେ ୧୪ ଟି ଜିଲ୍ଲା

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏପ୍ରିଲ ମାସ ପୂର୍ବରୁ ଅସହ୍ୟ ତାତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜି ରାଜ୍ୟରେ ୧୪ ଟି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସର୍ବାଧିକ ଉତ୍ତପ୍ତ ସହର ଭାବେ ଟିଟିଲାଗଡର ତାପମାତ୍ରା ୪୨.୨ ଡିଗ୍ରୀ ଥିବା ବେଳେ ଝାରସୁଗୁଡାରେ ୪୨.୨ ଡିଗ୍ରୀ,  ବାରିପଦାରେ ୪୨ ଡିଗ୍ରୀ, ବଲାଙ୍ଗିରରେ ୪୧.୫ ଡିଗ୍ରୀ, ସମ୍ବଲପୁରରେ ୪୧.୨ ଡିଗ୍ରୀ, ଅନୁଗୁଳରେ ୪୧.୧ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୦.୮ ଡିଗ୍ରୀ, ଭୁବନେଶ୍ବରରେ ୪୦.୫ ଡିଗ୍ରୀ, ତାଳଚେରରେ ୪୦.୩ ଡିଗ୍ରୀ, ନୟାଗଡରେ ୪୦.୩ ଡିଗ୍ରୀ, ବା‌ଲେଶ୍ବରରେ ୪୦ ଡିଗ୍ରୀ ଏବଂ କଟକରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତର ପୂର୍ବାନୁମାନ: ଆସନ୍ତା ୨୧ ତାରିଖ ଯାଏଁ ଏହି ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଯାଏଁ ୧୭ ଟି ଜିଲ୍ଲାରେ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେଣୁ ବଜ୍ରପାତର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକରେ ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ, ଭଦ୍ରକ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କେନ୍ଦ୍ରାପଡା, ମୟୁରଭଂଜ, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ତାପମାତ୍ରା ବଢିବ: ସତର୍କ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର: ଏବର୍ଷ ତାପମାତ୍ରା ବଢିବ। ସ୍ଵାଭାବିକ ତାପମାତ୍ରା ଠାରୁ ଚଳିତ ବର୍ଷ ତାପମାତ୍ରାରେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ମାର୍ଚ୍ଚ ମାସଠାରୁ ମେ’ ମାସ ପର୍ଯ୍ୟନ୍ତ ଦିନର ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଭାରତୀୟ ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଦେଇଛି। ପାଣିପାଗ ବିଭାଗ ଅନୁଯାୟୀ ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁରରେ ପ୍ରବଳ ଖରା ଅନୁଭୂତ ହେବ।

ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ ପାଇଁ ମଧ୍ୟ ଆଇଏମଡ଼ି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅଂଶୁଘାତର ସମ୍ଭାବନା ଥିବାରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ତିନି ଧରି ଜାରି ରହିବ ଶୀତ ଲହରୀ: ଏହି ଜିଲ୍ଲାଗୁଡିକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ତଳେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଥିଲା। କିନ୍ତୁ ଗତ ତିନି ଧରି ପୁନର୍ବାର ତାପମାତ୍ରାରେ ହ୍ରାସ ହୋଇ ଶୀତ ଲହରୀ ଜାରି ରହିଛି। ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଶୀତର ପ୍ରଭାବ ଦେଖାଯିବ ବୋଲି ପାଣିପାଗ ସୂଚନା ଦେଇଛି। ହେଲେ ରାଜ୍ୟର ୮ ଟି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଅନୁଭବ ହେବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଶୀତ ଲହରୀ ପ୍ରଭାବିତ ହେବା ସହ ରାତ୍ରିର ପାରଦ ୧୦ ଡିଗ୍ରି ତଳକୁ ଖସି ଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରିଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଉତ୍ତରା ଥଣ୍ଡା ପବନର ପ୍ରବାହ ମୁଖ୍ୟତଃ ଆଭ୍ୟନ୍ତର ଓଡ଼ିଶାରେ ଅଧିକ ରହିଥିବାରୁ ସେଠାରେ ଶୀତ ଲହରି ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସୁଛି ବାତ୍ୟା, 24 ଘଣ୍ଟା ମଧ୍ୟରେ ବଙ୍ଗୋପ ସାଗରରେ ହୋଇପାରେ ସୃଷ୍ଟି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ବର, ଆସନ୍ତା 24 ଘଣ୍ଟା ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଏ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି। ବିଭାଗର କହିବା ଅନୁସାରେ ବଙ୍ଗୋବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ତାହା ଲଘୁଚାପରେ ପରିଣତ ହୋଇ ଆହୁରି ଘନିଭୂତ ହେବାରେ ଲାଗିଛି। ଫଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ତାମିଲନାଡୁ ଏବଂ ପୁଡୁଚେରୀ ସରକାରଙ୍କୁ ସତର୍କ ରହିବା ପାଇଁ ସୂଚନା ଜାରୀ କରିଛି। ନାଭାଲ ସାମୁଦ୍ରିକ ବିଭାଗ ମଧ୍ୟ ଏ ନେଇ ସୂଚନା ଜାରୀ କରିଛି।

Categories
ଆଜିର ଖବର ରାଜ୍ୟ ଖବର

4 ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର : ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆସନ୍ତା 24 ଘଣ୍ଟାରେ ଅଧିକ ଘନୀଭୂତ ହେବ । ଘନୀଭୂତ ହୋଇ ଆସନ୍ତା 24 ଘଣ୍ଟାରେ ଗଭୀର ଅବପାତ ରୂପ ନେବ । ଗଭୀର ଅବପାତରେ ପରିଣତ ହୋଇ ଉତ୍ତର –ଉତ୍ତରପୂର୍ବରେ ଗତି କରିବ। ସାଗର ଦ୍ବୀପପୁଞ୍ଜ ଓ ବାଂଲାଦେଶ ଖେପୁପଡା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବାବେଳେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିପାଇଁ ଚାରୋଟି ଜିଲ୍ଲା ପାଇଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଚାରି ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପାଇଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ଏହି ଚାରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଏହି ସମସ୍ତ ଜିଲ୍ଲାଗୁଡିକ ପାଇଁ ଆସନ୍ତକାଲି ସକାଳ 8.30 ଯାଏଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଘଣ୍ଟାକୁ 30ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ତଳିଆ ଅଞ୍ଚଳରେ ପାଣି ଜମିବା ସହିତ କଚ୍ଚାଘର ପ୍ରତି ବିପଦ ରହିଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

12ଟା 30 ଯାଏଁ ଟୁଇନ୍‌ ସିଟିରେ ପ୍ରବଳ ବର୍ଷା : ସତର୍କ ରହିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ବର : ଆଜି ସକାଳ 6ଟା 30ରୁ 7ଟା 30 ମଧ୍ୟରେ ଉତ୍ତର ଆନ୍ଧ୍ର କାକିନଡା ନିକଟରେ ଗଭୀର ଅବପାତ ସ୍ଥଳ ଭାଗ ଛୁଇଁଥିବାବେଳେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ଭୁବନେଶ୍ବରରେ ମଧ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି। ଟୁଇନ୍‌ ସିଟିରେ 12ଟା 30 ଯାଏଁ ପ୍ରବଳ ବର୍ଷା ହେବା ଏନେଇ ସତର୍କ ରହବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏହି ସମୟରେ ଘଣ୍ଟା ପ୍ରତି 2/3 ସେମି ପର୍ଯ୍ୟନ୍ତ ବର୍ଷିବ । ରାସ୍ତା ଅଳ୍ପ ଦୃଶ୍ୟମାନ ହେବ, ଟ୍ରାଫିକ୍‌ ସମସ୍ୟା ଉପୁଜିପାରେ ବୋଲି ଏହି ସମୟରେ ଯେତେ ଦୂର ସମ୍ଭବ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପ୍ରବଳ ବର୍ଷିବ, ବଙ୍ଗୋପ ସାଗରରେ ଗୋଟିଏ ଘୂର୍ଣ୍ଣି ବଳୟ ସହ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ବର, ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣ ବଳୟ ସୃଷ୍ଟି ହୋଇଛି, ଯାହା ଫଳେରେ ଆଜିଠାରୁ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ଏହି ବର୍ଷାର ପ୍ରକୋପ ବଢିପାରେ ବୋଲି ପୂର୍ବାନୁମାନ କରାଯାଇଛି। କାରଣ ପଶ୍ଚିମ କେନ୍ଦୀୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣି ପ୍ରଦାନ କରାଯାଇଛି। ଏଥିସହିତ ଏସଆରସି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 9 ତାରିଖ ଯାଏଁ ବର୍ଷା ଲାଗି ରହିବ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଏସ୍‌ଆରସି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ଓଡ଼ିଶାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେବା ସହ ପାଗ କୋହଲା ରହିଛି। ଆସନ୍ତା 9ତାରିଖ ଯାଏଁ ବର୍ଷା ଲାଗି ରହିବ । ଆସନ୍ତା ଦୁଇରୁ ତିନ ଦିନ ପର୍ଯ୍ୟନ୍ତ କୋହଲା ପାଗରୁ ନିସ୍ତାର ମିଳିବ ନାହିଁ। ଆସନ୍ତା 10 ତାରିଖ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଛାଡ଼ି ପାଗ ଶୁଖିଲା ରହିବା ସମ୍ଭାବନା ରହିଛି।  ଏହାପରେ ଶୀତ ବଢିବ ବୋଲି ସମ୍ଭାବନା ରହିଛି ।  ଆଜି ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ବର୍ଷା ହେବା ସମ୍ଭାବନା ରହିଛି । 30ରୁ 40 କିମି ବେଗରେ ପବନ ବହିବ । ବର୍ଷା ସହ  କୁଆପଥର ପଡ଼ିବା ସମ୍ଭାବନା  ରହିଛି । ଜଗତସିଂହପୁର, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତା 24ଘଣ୍ଟାରେ ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସେହିପରି ବର୍ଷା ଓ ଘଡଘଡିକୁ ନେଇ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସ୍‌ଆରସି ଚିଠି ଦେଇଛନ୍ତି ।