Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପିତ, ଦେଲେ ପୁରସ୍କାର

ଭୁବନେଶ୍ବର: ଆଜି ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଜଳ ହେଉଛି ଅମୂଲ୍ୟ। ଆପଣ ମାନେ ଜଳର ଉଚିତ୍ ବ୍ୟବହାର କରନ୍ତୁ। ଜଳର ସଂରକ୍ଷଣ ଓ ପୁର୍ନବ୍ୟବହାର ପାଇଁ ଚେଷ୍ଟା କରନ୍ତୁ। ଫସଲର ବିବିଧକରଣ(diversification) କରନ୍ତୁ।

ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଚାଷ କରନ୍ତୁ। ଏହା ଦ୍ୱାରା ଅଧିକ ଅମଳ କରି ଆପଣମାନେ କୃଷି କ୍ଷେତ୍ରରେ ନିଜେ ସଫଳତା ପାଇବା ସହିତ ରାଜ୍ୟକୁ ଏ କ୍ଷେତ୍ରରେ ଅଗ୍ରଣୀ କରିପାରିବେ ବୋଲି ସେ କହିଥିଲେ ।

ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଣି ପଞ୍ଚାୟତ ଆମ ଚାଷୀ ଭାଇଭଉଣୀମାନଙ୍କୁ ପାଣି ଉପରେ ଅଧିକାର ଦେଇଛି। ଏହାର ସୁବିନିଯୋଗ ପାଇଁ ଦାୟିତ୍ୱ ମଧ୍ୟ ଦେଇଛି। ପାଣି ପଞ୍ଚାୟତ ଦ୍ୱାରା ସେମାନେ ପାଣିର ସଠିକ୍‌ ଉପଯୋଗ କରିବା ସହିତ ଏକାଠି ହୋଇ କାମ କରିବାର ଇଚ୍ଛା ଶକ୍ତି ଓ ଦକ୍ଷତା ମଧ୍ୟ ବଢିଛି। ପାଣି ପଞ୍ଚାୟତର ସୁବିନିଯୋଗରେ ଆଜି ରାଜ୍ୟର ଚାଷୀମାନେ ଭଲ ଫସଲ କରିପାରୁଛନ୍ତି ବୋଲି ସେ କହିଥିଲେ ।

ଚାଷୀଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥଲେ ଯେ ଆଜି ଓଡିଶାରେ ପ୍ରାୟ ୪୦ ହଜାର ପାଣି ପଞ୍ଚାୟତ ଗଠନ ହେଲାଣି। ଏବେ ଏହା ଆଉ ଏକ କାର୍ଯ୍ୟକ୍ରମ ନୁହେଁ, ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଏଥିରେ ମେଗା ଲିପ୍ଟକୁ ସାମିଲ କରାଯାଇଛି ଓ ମା’ମାନେ ଯେପରି ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଯୋଗ ଦେଇପାରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପାଣି ପଞ୍ଚାୟତରେ ମା’ମାନେ ବହୁତ ଭଲ କାମ କରୁଛନ୍ତି ବୋଲି କହି ସେ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି ମଧ୍ୟ କହିଥିଲେ ଯେ ଆମର ଚାଷୀଭାଇମାନେ ହେଉଛନ୍ତି ଆମର ଶକ୍ତି। ସେମାନଙ୍କ ଶକ୍ତି ବଢ଼ିଲେ ଓଡ଼ିଶାର ଶକ୍ତି ବଢିବ। ଚାଷୀ ମାନଙ୍କ ଉନ୍ନତି ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଚାଷୀମାନଙ୍କ ଜମିକୁ ପର୍ଯ୍ୟାପ୍ତ ପାଣି ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ।

ଜଳସମ୍ପଦ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ 5T ଉପକ୍ରମରେ ରାଜ୍ୟରେ ଜଳସେଚନ ପ୍ରକଳ୍ପ ଗୁଡିକରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି ଏବଂ ଠିକ୍‌ ସମୟରେ କାମ ଶେଷ କରାଯାଉଛି। କମାଣ୍ଡ ଏରିଆର ବିକାଶ ପାଇଁ ରାଜ୍ୟ ସରକାର ୬୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଆନ୍ତରିକତା ଯୋଗୁ ଆଜି ସବୁ କ୍ଷେତ୍ରରେ ରୂପାନ୍ତର ଆସିଛି। କୃଷି ଓ ଜଳସେଚନ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିଛି । ପାଣି ପଞ୍ଚାୟତ ଜରିଆରେ ଚାଷୀମାନେ ଜଳର ସଦୁପଯୋଗ କରି ଭଲ ଫସଲ କରିପାରୁଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସେମାନଙ୍କର ଅନୁଭୁତି ବର୍ଣ୍ଣନା କରି ଜଗତସିଂହପୁର ମା’ ବାଟମଙ୍ଗଳା ପାଣି ପଞ୍ଚାୟତର ସଭାପତି ଶ୍ରୀମତୀ ମମତା ଦାସ ଏବଂ ଗଞ୍ଜାମ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ପାଣି ପଞ୍ଚାୟତର ସଂପାଦକ ଶ୍ରୀ ମଦନ ମୋହନ ବିଶ୍ୱାଳ କହିଥିଲେ ଯେ ପାଣି ପଞ୍ଚାୟତ ଯୋଗୁ ଆମେ ପାଣିର ଉଚିତ ବ୍ୟବହାର କରିପାରୁଛୁ । ଏପରିକି ସ୍ୱଳ୍ପ ବୃଷ୍ଟି ସମୟରେ ଭଲ ଫସଲ କରିପାରୁଛୁ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପାଣି ପଞ୍ଚାୟତର ପ୍ରୋଟୋଟାଇପ୍‌ ର ଶୁଭାରମ୍ଭ କରିବା ସହିତ ସେଚ ସହଭାଗିତା ୨.୦ ଶୀର୍ଷକ ଏକ କଫି ଟେବଲ ପୁସ୍ତକ ଉନ୍‌ମୋଚନ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ କୃଷକ, ଶ୍ରେଷ୍ଠ ପାଣି ପଞ୍ଚାୟତ, ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ଶ୍ରେଷ୍ଠ ପ୍ରକଳ୍ପ ଓ ଶ୍ରେଷ୍ଠ ପ୍ରଶାସକଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ ଯେ ରାଜ୍ୟର ୫୦ଟି ଶ୍ରେଷ୍ଠ ପାଣି ପଞ୍ଚାୟତକୁ ୫୦ ହଜାର ଟଙ୍କା ଲେଖାଏଁ, ୩୦ଟି ଜିଲ୍ଲାର ୩୦ ଜଣ ଶ୍ରେଷ୍ଠ କୃଷକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଏବଂ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଯଥାକ୍ରମେ ୧୦ ହଜାର, ୭ ହଜାର ୫୦୦ ଏବଂ ୫ ହଜାର ଟଙ୍କା ଲେଖାଏଁ ପୁରସ୍କୃତ କରାଯାଇଥିଲା।

ଶ୍ରେଷ୍ଠ ପାଣି ପଞ୍ଚାୟତ ଭାବେ ଜଗତସିଂହପୁରର ମା’ ବାଟମଙ୍ଗଳା ପାଣି ପଞ୍ଚାୟତ, ଶ୍ରେଷ୍ଠ ଚାଷୀ ଭାବେ ମାଲକାନଗିରିର ପୂର୍ଣ୍ଣିମା ହାଲଦାର, ଶ୍ରେଷ୍ଠ ଛାତ୍ରୀ ଭାବେ କେନ୍ଦ୍ରାପଡାର ମନସ୍ୱୀ ଦାସ, ଶ୍ରେଷ୍ଠ ପ୍ରକଳ୍ପ ଭାବେ ପୋଟେରୁ ଜଳସେଚନ ପ୍ରକଳ୍ପ ଓ ଶ୍ରେଷ୍ଠ ଅଧିକାରୀ ଭାବେ ଚିକିଟି ମାଇନର ଜଳସେଚନ ପ୍ରକଳ୍ପର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁନୀତା ଜେନା ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଵାଗତ ଭାଷଣ ଦେଇ କହିଥିଲେ ଯେ ପାଣି ପଞ୍ଚାୟତ ଗୁଡିକ ରାଜ୍ୟରେ ୧୩ ହଜାର କିଲୋମିଟର Field Channel କରିପାରିଛନ୍ତି । ଏହା ଦ୍ୱାରା ୧୩ ଲକ୍ଷ ହେକ୍ଟର ଚାଷ ଜମିରେ ଶୃଙ୍ଖଳିତ ଜଳ ପରିଚାଳନା କରାଯାଇପାରୁଛି । ପାଣି ପଞ୍ଚାୟତ ପକ୍ଷ ପାଳନ ସମ୍ପର୍କରେ ସେ ବିସ୍ତୃତ ବିବରଣୀ ଦେଇଥିଲେ । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ପରିଷଦ କକ୍ଷ ରୁଷିକୁଲ୍ୟା ଭବନ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଛି। ଜିଲାପାଳ ଦୀବ୍ୟଜ୍ୟୋତି ପରିଡ଼ା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞଳି ସ୍ବାଇଁ, ଉପାଧ୍ୟକ୍ଷା ରାଜେଶ୍ଵରୀ ଦୋରା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତ୍ତି ଭାସନ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ ମୁକୁଲ ବେରୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ଵିଭୁଦତ୍ତ ପଣ୍ଡା ପ୍ରାରମ୍ଭିକ ଭାଷଣ ଦେଇ ଥିଲେ।

ଏହି ପାଣି ପକ୍ଷ ପାଳନ କାର୍ଯ୍ୟକ୍ରମରେ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ ସଦସ୍ୟ ଓ ଚାଷୀ ମାନେ ଭେଦଭାବ ନରଖି ମନ ମିଳାଇ କାମ କରିଲେ ଚାଷୀ କୁଳର ଉନ୍ନତି ସମ୍ଭବ ବୋଲି ଉପସ୍ଥିତ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଇତ୍ୟବସରରେ ବିଭିନ୍ନ ପ୍ରତିଯୋଗିତା ଯଥା ପ୍ରବନ୍ଧ,ବତ୍କ୍ରୁତା, ଚିତ୍ରାଙ୍କନ ଓ ସାଧାରଣ ଗ୍ୟାନ ପ୍ରତିଯୋଗିତାରେ ଭାଗ ନେଇ କ୍ରୁତି ହାସଲ କରିଥିବା ଜିଲ୍ଲା ସ୍ତରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ମାନଙ୍କୁ ଅତିଥି ମାନେ ମାନପତ୍ର ସହ ଅର୍ଥ ରାଶି ପ୍ରଦାନ କରିଥିଲେ। ବ୍ରହ୍ମପୁର ନିର୍ବାହୀ ଯନ୍ତ୍ରୀ ଇଂ ଜୟଦୀପ ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ, ଉଦଘାତଟିତ ହେଲା ବିଭିନ୍ନ ବିଭାଗର ୮ ଷ୍ଟଲ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ଯାଳୟ ପରିସରରେ ବିଭିନ୍ନ ବିଭାଗର ୮ ଗୋଟି ଷ୍ଟଲ ଯଥାକ୍ରମେ: ଜଳସଂପଦ ବିଭାଗ, ଉଦ୍ୟାନ ବିଭାଗ ଏବଂ କୃଷି ବିଭାଗ ଇତ୍ୟାଦି ଉଦଘାଟନ ହୋଇଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାନୀ ଗୁମାନସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବିଘ୍ନରାଜ ପୁରୋହିତ, ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗମ୍ବର ରାଉତ, ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ବେହେରା, ଏସଡିଓ ଅକ୍ଷୟ କୁମାର ବେହେରା, ସହକାରୀ ଯନ୍ତ୍ରୀ ଇଂ ସୁରେନ୍ଦ୍ର କୁମାର ସାହୁ ଏବଂ ପ୍ରଭାସ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ଜଳସେଚତନ ବିଭାଗଙ୍କ ତରଫରୁ ପାଣି ପଞ୍ଚାୟତ ପକ୍ଷ ପାଳନ ପାନ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ୨ ଟି ରଥର ଶୁଭାରମ୍ଭ ଉଦ୍ଦେଶ୍ୟରେ ଆଜି ସକାଳ ୧୦ ଘଟିକାରେ ପତାକା ଉତ୍ତୋଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଳସେଚତନ ବିଭାଜନର ଯନ୍ତ୍ରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତର ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ବିଭିନ୍ନ ଦିଗରୁ କୃଷକ, କୃଷି ଓ ଜଳସେଚତନ ଉପରେ ସମୀକ୍ଷା କରଯାଇଥିଲା। ମଞ୍ଚାସୀନ ସମସ୍ତ ବକ୍ତା କୃଷି ପାଇଁ ଜଳ ସଂରକ୍ଷଣ, ସୁଷମ ବଣ୍ଟନ ଓ ସଦୁପଯୋଗ ଉପରେ ଆଲୋକପାତ କରାଯାଇଥିଲା। ଏହି ଉପଲକ୍ଷେ ହୋଇଥିବା ପ୍ରତିଯୋଗୀତା: ଯଥା କୁଇଜ/ପ୍ରବନ୍ଧ/ଚିତ୍ରାଙ୍କନ/ଡିବେଟରେ ୧୨ ଜଣ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ରଥର ଉଦ୍ଦେଶ୍ୟ ହେଉଛି ଜିଲ୍ଲା ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର କରିବା। ଜଳସେଚତନର ସୁଚାରୁରୂପେ ପରିଚାଳନା ଏବଂ ସଠିକ ଭାବେ କିପରି ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ତାହା ସରକାରଙ୍କର ଏକ ସୁନ୍ଦର ପ୍ରୟାସ। ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୫୦ ଗୋଟି ପାଣି ପଞ୍ଚାୟତ ଗଠନ ହୋଇଛି। ସେଥିମଧ୍ୟରୁ ୫୨୧ ଟି ନିର୍ବାଚିତ ହୋଇ ସାରିଥିବା ବେଳେ ଅବଶିଷ୍ଟ ଖାଲିଥିବା ଖୋର୍ଦ୍ଧା ଡିଭିଜନ-୧୦, ପ୍ରାଚୀ ଡିଭିଜନ-୦୫, ମାଇନର ଇରିଗେସନ ଡିଭିଜନ ୧୪ ଟି ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି।

Categories
ଆଞ୍ଚଳିକ

ଜୁନାଗଡ: ପାଣି ପଞ୍ଚାୟତ ପକ୍ଷ ପାଳନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ଜଳସମ୍ପଦ ବିଭାଗ ପରିସରରେ ଠାରେ ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ସ୍ତରୀୟ ସମାରୋହ ଆୟୋଜିତ୍ ହୋଇଯାଇଛି। ଏହି ପାଣି ପଂଚାୟତ ପାଳନ ପକ୍ଷ ଅବସରରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଉପଖଣ୍ଡ ନମ୍ବର ୨, ଭବାନୀପାଟଣା ବ୍ଲକ ଓ କେସିଙ୍ଗା ବ୍ଲକ ୩୬ ଗୋଟି ପାଣି ପଞ୍ଚାୟତ ସଦସ୍ୟ ଉପସ୍ଥିତ ଥିଲେ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆକାଂକ୍ଷା ଖର୍ସେଲ (AEE), ଅଶୋାକ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ କୃଷି ଜ଼ିଲ୍ଲା ଅଧିକାରୀ ନାରାୟଣ ଉପାଧ୍ୟାୟ, ନିତ୍ୟାନନ୍ଦ ପ୍ରଧାନ (AE), ହିମାନଚଳ ବେହେରା (AE) ପ୍ରମୁଖ ଯୋଗଦାନ କରିଥିଲେ। ସଭାରେ ନୃସିଂହ ପ୍ରସାଦ ମହାନ୍ତି (AE) ସଭାପତିତ୍ଵ କରିଥଲେ। ଆଗାମୀ ଦିନ ରେ ୧୫୨୬୦ ହେକ୍ଟର ଜମିକୁ ପାଣି ଯୋଗଇଦେବାକୁ ଯୋଜନା ରହିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷର ଶୁଭାରମ୍ଭ

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଖୋର୍ଦ୍ଧା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ବେହେରାଙ୍କ ତରଫରୁ ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ୨ ଟି ରଥର ଶୁଭାରମ୍ଭ ଉଦ୍ଦେଶ୍ୟରେ ଆଜି ସକାଳ ୧୦ ଘଟିକାରେ ପତାକା ଉତ୍ତୋଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଳସେଚନ ବିଭାଜନର ଯନ୍ତ୍ରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନାଓ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ।

ଏହି ରଥର ଉଦ୍ଦେଶ୍ୟ ହେଉଛି ଜିଲ୍ଲା ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର କରିବା। ଜଳସେଚନର ସୁଚାରୁରୂପେ ପରିଚାଳନା ଏବଂ ସଠିକ ଭାବେ କିପରି ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ, ତାହା ସରକାରଙ୍କର ଏକ ସୁନ୍ଦର ପ୍ରୟାସ।

ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୫୦ ଗୋଟି ପାଣି ପଞ୍ଚାୟତ ଗଠନ ହୋଇଛି। ସେସବୁ ହେଲା: ଖୋର୍ଦ୍ଧା ଡିଭିଜନ-୨୨, ପ୍ରାଚୀ ଡିଭିଜନ-୧୫, ମାଇନର ଇରିଗେସନ ଡିଭିଜନ ୧୧୪, ଓଏଲଆଇସି, ଭୁବନେଶ୍ବର- ୩୩୯ ଟି ରହିଛି। ସେଥିମଧ୍ୟରୁ ୫୨୧ ଟି ନିର୍ବାଚିତ ହୋଇସାରିଛି। ଅବଶିଷ୍ଟ ଖାଲିଥିବା ଖୋର୍ଦ୍ଧା ଡିଭିଜନ-୧୦, ପ୍ରାଚୀ ଡିଭିଜନ-୦୫, ମାଇନର ଇରିଗେସନ ଡିଭିଜନ ୧୪ ଟି ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି।