Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ପାଣ୍ଠି ସଂଗ୍ରହ ଅଭିଯାନ: ଦାନ ଦେଇ ଶୁଭାରମ୍ଭ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଆଜିଠାରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଭିଯାନର ଶୁଭାରାମ୍ଭ କରିଛନ୍ତି। ସେ ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‍’ର ପ୍ରତିନିଧିମାନଙ୍କୁ ଭେଟି ପାଣ୍ଠି ସଂଗ୍ରହ ଅଭିଯାନର ଶୁଭାରାମ୍ଭ କରିଛନ୍ତି। ଦାନ ବାବଦକୁ ନିଜ ଆକାଉଣ୍ଟରୁ ମୋଟ ୫ ଲକ୍ଷ ୧୦୦ ଟଙ୍କାର ଚେକ ଦେଇଛନ୍ତି ରାଷ୍ଟ୍ରପତି। ତେବେ ସମଗ୍ର ଦେଶରେ ମନ୍ଦିର ନିର୍ମାଣ ଲାଗି ପାଣ୍ଠି ସଂଗ୍ରହ କରାଯିବ। ମୋଟ ୫୨,୫୦,୦୦ ଗାଁରେ ପାଣ୍ଠି ସଂଗ୍ରହ ଅଭିଯାନ ଚାଲିବ। ସଂଗୃହୀତ ଟଙ୍କା ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ୍‌ରେ ଜମା କରାଯିବ। ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଦାନକୁ ଚେକ୍‌ ଆକାରରେ ଗ୍ରହଣ କରାଯିବ। ଏହା ଆଜି ଠାରୁ ଆରମ୍ଭ ହୋଇ ଫେବ୍ରୁଆରି ୨୭ ତାରିଖ ଦିନ ପର୍ଯ୍ୟନ୍ତ ଏହି ପାଣ୍ଠି ସଂଗ୍ରହ ଅଭିଯାନ ଚାଲିବ।