Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିକୁ ପାଣ୍ଡିଆନଙ୍କ ବାରମ୍ବାର ଆକ୍ରମଣ, ଦମ ଅଛି ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଘୋଷଣା କର

ଭୁବନେଶ୍ବର: ଆଜି ବିଜୁଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ ମାରାଥନ ପ୍ରଚାର ଓ ରୋଡ ସୋ ଆରମ୍ଭ କରିଛନ୍ତି। ଉଭୟ ସ୍ଥାନରେ ରାସ୍ତାର ଦୁଇପାର୍ଶ୍ୱରେ ଉପସ୍ଥିତ ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଦେଇଥିଲେ। ଆରମ୍ଭରେ ଗୋପାଳପୁରର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରକୁ ଯାଇ ଶ୍ରୀ ପାଣ୍ଡିଆନ ବାବାଙ୍କ ଦର୍ଶନ କଲେ ଓ ଆଶୀର୍ବାଦ ନେଇଥିଲେ।

ଖଲ୍ଲିକୋଟରେ ଆୟୋଜିତ ନିର୍ବାଚନ ସଭାରେ ପ୍ରଥମେ ଖଲ୍ଲିକୋଟର ଦିବଙ୍ଗତ ରାଣୀମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ, ରାଣୀମା ଆମ ସମସ୍ତଙ୍କ ହୃଦୟରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ମଧ୍ୟ ରାଣୀମା’ଙ୍କୁ ବହୁତ ସମ୍ମାନ କରନ୍ତି, ରାଣୀମା ମୋ ପାଇଁ ଓ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ, ଖଲ୍ଲିକୋଟର ବିକାଶ ପାଇଁ ରାଣୀମା’ଙ୍କ ଅବଦାନ ଅତୁଳନୀୟ ଥିଲା।

ପରେ ସଭାରେ ବିରୋଧୀଦଳ ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରି କହିଥିଲେ ଯେ କିଛିଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ବିଜେପିକୁ ଯଦି ପଚାରିବେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଉତ୍ତର ଦେଇପାରିବେ ନାହିଁ, ଦମ୍‍ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ, ଦେଖିବେ ୧୦ ପ୍ରତିଶତ ଭୋଟ ବି ପାଇବେ ନାହିଁ ।

ସେ ଆହୁରି ମଧ୍ୟ କହିଥିଲେ ଦଶବର୍ଷ ହେଲା ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବାପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ଦଳର ମଧ୍ୟ ତାଙ୍କ ଉପରେ ଆସ୍ଥା ନାହିଁ, ତା’ହେଲେ ଲୋକ କେମିତି ଆସ୍ଥା ରଖିବେ ? ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ କହୁଛନ୍ତି ଯେ ଜୁନ ୪ରେ ଗଣତି ସରିବା ପରେ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରିବେ ନା ବିଜେପିର ହାଇକମାଣ୍ଡ ? ବିଜେପି ଯଦି ଶାସନକୁ ଆସେ, ତାହେଲେ ଓଡ଼ିଶା 24 ବର୍ଷ ପଛକୁ ପଳେଇବ। ଆଗରୁ କଂଗ୍ରେସ ଦଳ ବି ଥିଲା, ବନ୍ୟା, ବାତ୍ୟା ସବୁଥିରେ କେନ୍ଦ୍ରକୁ ପଚାରିବେ, ତେଣୁ ସେତେବେଳେ କିଛି କାମ ହୋଇପାରେନି। ମହାବାତ୍ୟା ସମୟରେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ବିପୁଳ ଧନ ଜୀବନ କ୍ଷୟ କ୍ଷତି ଘଟିଥିଲା।

ଜାତୀୟ ଦଳମାନେ ହାଇକମାଣ୍ଡ ଉପରେ ନିର୍ଭରଶୀଳ, ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ ହେଲେ, ସେମାନେ ଓଡ଼ିଶାବାସୀଙ୍କ ପ୍ରତି ନୁହେଁ, ବରଂ ହାଇକମାଣ୍ଡ ପ୍ରତି ଉତ୍ତରଦାୟୀ ରହିବେ, ସେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲରେ ଚାଲିବେ, କିନ୍ତୁ ଆମ ନବୀନବାବୁ ଆପଣମାନଙ୍କ ପାଖରେ ଉତ୍ତରଦାୟୀ, ତାଙ୍କ ରିମୋଟ ୪.୫୦ କୋଟି ଓଡ଼ିଶାବାସୀଙ୍କ ପାଖରେ ଅଛି। ଓଡ଼ିଶାର ବିକାଶ ଉପରେ ବିରୋଧୀଙ୍କ ମନ୍ତବ୍ୟ ଉପରେ ଟିପପ୍‍ଣୀ ଦେଇ କହିଥିଲେ ଯେ, ଓଡ଼ିଶା ବିକାଶ ଓ ରୂପାନ୍ତର ଆପଣମାନଙ୍କୁ ସମସ୍ତଙ୍କୁ ଦେଖାଯାଉଛି କିନ୍ତୁ ବିରୋଧୀଙ୍କୁ ଦେଖାଯାଉନାହିଁ।

ମୁଖ୍ୟମନ୍ତ୍ରୀଙ୍କୁ ଆପଣ କେତେମାତ୍ରାରେ ଭଲ ପାଆନ୍ତି, ଏତେ ସକାଳୁ ଏତେ ବଡ଼ ସମାବେଶ ଦେଖି ଜଣାପଡ଼ୁଛି, ଆପଣଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ହସ ଫୁଟେ। ଉପସ୍ଥିତ ଜନତାଙ୍କୁ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ପଚାରିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କୁ ଆପଣମାନେ ଭଲ ପାଉଛନ୍ତି କି ? ପ୍ରତ୍ୟୁତ୍ତରରେ ସମବେତ ଜନତା ଉଚ୍ଛ୍ୱସିତ ସ୍ୱରରେ ଜଣାଇଲେ ସମ୍ମତି, ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ। ସେ ଆହୁରି ମଧ୍ୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ନିଜ ପରିବାରର ସଦସ୍ୟ ବୋଲି ଭାବିଥାନ୍ତି, ୫ ବର୍ଷରେ ଥରେ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ, ଆପଣମାନଙ୍କର ଗୋଟିଏ ଗୋଟିଏ ଭୋଟ ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ଶକ୍ତି ଦେବ।

ଲୋକଙ୍କୁ ବିକାଶର ହିସାବ ଦେଇ ସେ କହିଥିଲେ ଯେ ହିଞ୍ଜିଳି-ଶେରଗଡ଼ର ଜଗନ୍ନାଥ ମନ୍ଦିର, ତାରାତାରିଣୀ, ସ୍ୱପ୍ନେଶ୍ୱର ଓ ଉଦୟନାଥ ମନ୍ଦିରର ଉନ୍ନତି ପାଇଁ ୧.୩୦ କୋଟି ଟଙ୍କା, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ୧୭୦ କୋଟି ଟଙ୍କା, ଏହି ପ୍ରକଳ୍ପ ଜରିଆରେ ୭୦୦୦ ଏକର ଜମିକୁ ଜଳସେଚନ ସୁବିଧା ମିଳିବ। ସେହିପରି ଶେରଗଡ଼ ଓ ପଥରପୁଙ୍ଗୀ ମେଗାଲିଫ୍ଟ ପାଇଁ ୬୦ କୋଟି ଟଙ୍କା, ୪୫ ଗୋଟି କ୍ଷୁଦ୍ର ଜଳସେଚନର ପ୍ରକଳ୍ପର ପୁନରୁଦ୍ଧାର ପାଇଁ ୧୪ କୋଟି ଟଙ୍କା ରେ ପ୍ରକଳ୍ପ କାର୍ଯ୍ୟ ଜାରିରହିଛି।

ଶେରଗଡ଼ କଲେଜକୁ କଟକ, ଭୁବନେଶ୍ୱରର ଅଗ୍ରଣୀ କଲେଜ ସହିତ ମୁଖ୍ୟମନ୍ତ୍ରୀ ସମକକ୍ଷ କରିଛନ୍ତି, ଆହୁରି ମଧ୍ୟ ଉଦୟପ୍ରତାପ ହାୟର ସେକେଣ୍ଡାରି ସ୍କୁଲ ଓ ଡିଗ୍ରୀ କଲେଜର ରୁପାନ୍ତରଣ କରିଛନ୍ତି, ପିତ୍ତଳ ହାୟର ସେକେଣ୍ଡାରି ସ୍କୁଲର ରୁପାନ୍ତରଣ ପାଇଁ ୫୦ ଲକ୍ଷ ଟଙ୍କା, କାଞ୍ଜିଆମା ହାଇସ୍କୁଲ, ପିତ୍ତଳ ଗାର୍ଲସ୍‍ ହାଇସ୍କୁଲ, ନରେନ୍ଦ୍ରପୁର ହାଇସ୍କୁଲ, ରାମଚନ୍ଦ୍ରପୁର ହାଇସ୍କୁଲ ଏବଂ ବ୍ରାହ୍ମଣସାହୀ ହାଇସ୍କୁଲର ରୁପାନ୍ତରଣ ପାଇଁ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କା ଇତ୍ୟାଦି ପିତ୍ତଳର ସ୍କୁଲ, କଲେଜ, ମନ୍ଦିର ଆଦି ଅନେକ ଅନୁଷ୍ଠାନର ରୂପାନ୍ତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଥିଲେ ଯେ ପୂର୍ବରୁ ୧୦୦ ଟଙ୍କା, ୩୦୦ ଟଙ୍କା, ୫୦୦ ଟଙ୍କା ଭତ୍ତା ଥିଲା ଏବେ ମଧୁବାବୁ ପେନ୍‍ସନ୍‍ ରେ ଓଡ଼ିଶାର ୫୦ ଲକ୍ଷ ପରିବାର ୧୦୦୦ ଟଙ୍କା ଭତ୍ତା ପାଉଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ତୋଫାନି ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ

ଭୁବନେଶ୍ବର: ନିର୍ବାଚନ ପ୍ରଚାରର ୧୧ ଦିନରେ ଆଜି ସକାଳେ ବୌଦ୍ଧ, ସୋନପୁର ଓ ବୀରମହାରାଜପୁର ପରେ ଅପରାହ୍ନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ତୋଫାନି ପ୍ରଚାର କରିଥିଲେ।

ନୟାଗଡର ଓଡଗାଁଠାରେ ଆୟୋଜିତ ନିର୍ବାଚନୀ ସଭାରେ ବିରୋଧୀ ବିଜେପି ଦଳକୁ ତୀବ୍ର କଟାକ୍ଷ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ବିଜେପି ଦଳ ଗତ ୧୦ ବର୍ଷ ଧରି କ୍ଷମତାରେ ରହି ଆସିଛନ୍ତି। ପୂର୍ବରୁ କେବେ ଚାଷୀ ମନେ ପଡୁ ନଥିଲେ। MSP କଥା ମନେ ପଡୁ ନଥିଲା। ଭତ୍ତା ମନେ ପଡୁ ନ ଥିଲା। ନିର୍ବାଚନ ଆସିଲେ ଚାଷୀ ମନେ ପଡନ୍ତି । ବୁଢାବୁଢୀ ମନେ ପଡନ୍ତି । ଚାହିଁ ଥିଲେ ପୂର୍ବରୁ ଭତ୍ତା ୩୦୦ ରୁ ୩୦୦୦ ଟଙ୍କା କରିପାରିଥାନ୍ତେ। MSP ଦୁଇ ଗୁଣ କରିପାରିଥାନ୍ତେ। ନିର୍ବାଚନ ଆସିଗଲା। ଏବେ ମନେ ପଡୁଛି । ସେମାନେ ଓଡିଶା ଲୋକଙ୍କୁ ବୋକା ଭାବନ୍ତୁ ନାହିଁ । ଓଡିଶା ଲୋକ ଉଚିତ୍‌ ଜବାବ ଦେବେ।

ସେ ଆହୁରି ମଧ୍ୟ କହିଥିଲେ ଯେ ନିର୍ବାଚନ ପ୍ରତିଶୃତି ଥିବା ୨ କୋଟି ଚାକିରୀ କୁଆଡେ ଗଲା। ଦରଦାମ ଆଜି ଆକାଶ ଛୁଆଁ। ଏଥିରେ ଲଗାମ ନାହିଁ। କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତା’ ଠାରୁ ଅଧିକ କରି ଦେଖାନ୍ତି।

ମୁଖ୍ୟମନ୍ତ୍ରୀ ନୟାଗଡର ବିକାଶ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଓଡଗାଁ ରଘୁନାଥ ମନ୍ଦିର ପାଇଁ ସାଢେ ୩ କୋଟି, ବସ୍‌ ଷ୍ଟାଣ୍ଡ ପାଇଁ ୧୧ କୋଟି, ଇନ୍‌ଡୋର ଷ୍ଟାଡିୟମ ପାଇଁ ୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ନୟାଗଡ ବିଧାନ ସଭା ପ୍ରାର୍ଥୀ ଅରୁଣ ସାହୁ ଓ ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ଯୋଡି ଶଙ୍ଖରେ ଆଶୀର୍ବାଦ କରି ନବୀନ ପଟ୍ଟନାୟକଙ୍କ ବିକାଶର ରଥକୁ ଆଗେଇ ନେବା ପାଇଁ ଶ୍ରୀ ପାଣ୍ଡିଆନ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ସେହିପରି କଣ୍ଟାମାଳରେ ଉପସ୍ଥିତ ବିପୁଳ ଜନସମାବେଶକୁ ଉଦ୍‌ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ନିର୍ବାଚନ ଆସିଲେ ନୂଆ ନୂଆ ଚେହେରା ଆସିବେ । ମିଠା ମିଠା କଥା କହିବ। ନିର୍ବାଚନ ସରିଗଲେ, ଖୋଜିଲେ ବି ପାଇବେ ନାହିଁ। ଓଡିଶାବାସୀଙ୍କ ପାଇଁ ଦିନରାତି କଠିନ ପରିଶ୍ରମ କରୁଥିବା ଆମ ମୁଖ୍ୟମନ୍ତ୍ରୀ ଅଳ୍ପ କଥା କହନ୍ତି, ଅଧିକା କାମ କରନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ ୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି। ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହିଧର ରଣାଙ୍କୁ ୪୦ ହଜାର ମାର୍ଜିନରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରନ୍ତୁ। ଆଉ ଯିଏ ବି କ୍ଷମତାକୁ ଆସିବେ ଓଡିଶା ବିକାଶର ରଥ ଅଟକି ଯିବ। ଆମେ ବିକାଶର ରଥକୁ ଅଟକିବାକୁ ଦେବା ନାହିଁ । ସମସ୍ତେ ମିଶି ଓଡିଶାକୁ ଆଗେଇ ନେବା।

ସେ ଆହୁରି ମଧ୍ୟ କହିଥିଲେ ଯେ ଗତ ୫ ଜୁଲାଇ ୨୦୨୩ ରେ କଣ୍ଟାମାଳ ଆସିଥିଲି। ସେଦିନର ମିଟିଙ୍ଗ୍ ଥିଲା ମୋ ପାଇଁ ସବୁଠାରୁ ସ୍ମରଣୀୟ । ସେଦିନର ମିଟିଙ୍ଗ୍ ଓ ଆପଣମାନଙ୍କର ଖଡଙ୍ଗ ବ୍ୟାରେଜ ସମ୍ପର୍କିତ ଦାବୀ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ତତ୍‌କ୍ଷଣାତ ମଞ୍ଜୁର କରିଥିଲେ ୨୦୦ କୋଟି ଟଙ୍କା। କଣ୍ଟାମାଳ, ମନମୁଣ୍ଡା ଓ ବାଉଁଶୁଣିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏନ୍‌ଏସି ମାନ୍ୟତା ପ୍ରଦାନ କରିଛନ୍ତି।

ଖଇରମାଳ ନଦୀଗର୍ଭ ଜଳାଶୟ ପାଇଁ ୯୨୫ କୋଟି ଟଙ୍କା, ବିରମୁଣ୍ଡା ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କା, ବିଭିନ୍ନ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଓ ମଠର ବିକାଶ ପାଇଁ ୬ କୋଟି ଟଙ୍କା, ତେଲ୍‌ ନଦୀ କୁଟାଯୋର ଠାରେ ହାଇ ଲେଭଲ ସେତୁ ପାଇଁ ୪୬ କୋଟି ଟଙ୍କା, ଖଣ୍ଡିକମ୍ପା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୨.୧୦ କୋଟି ଟଙ୍କା, ଭାଇବୋହୁ ଦେଢଶୁର ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୪୦ କୋଟି ଟଙ୍କା, କଣ୍ଟାମାଳର ୨୪ଟି ଗ୍ରାମ ପଞ୍ଚାୟତ ଓ ବୌଦ୍ଧର ୧୨ଟି ଗ୍ରାମ ପଞ୍ଚାୟତରେ ମେଗା ପାଇପ୍‌ ଜଳ ଯୋଗାଣ ପାଇଁ ୩୩୦ କୋଟି ଟଙ୍କାର କାମ ଏହି ନିର୍ବାଚନ ମଣ୍ଡଳୀରେ ଚାଲିଛି ।

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୪୫ ହଜାର ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇଥିବା ବେଳେ ପ୍ରାୟ ୬୦ ହଜାର ପରିବାର BSKYରେ ସାମିଲ ହୋଇଛନ୍ତି। କଣ୍ଟାମାଳର ମନୋଜ ପାତ୍ର ଓ ସଦାନନ୍ଦ କର୍ମୀ ଯଥାକ୍ରମେ ଚିକିତ୍ସା ପାଇଁ ୭.୫ ଲକ୍ଷ ଟଙ୍କା ଲେଖାଏଁ BSKY ଯୋଜନାରେ ପାଇ ଆରୋଗ୍ୟ ଲାଭ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଉଭୟ ସଭାରେ ନୟାଗଡରେ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ଏବଂ କଣ୍ଟାମାଳଠାରେ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହିଧର ରଣା ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି। କନ୍ଧମାଳ ନିର୍ବାଚନ ଅନ୍ତର୍ଗତ ଭଞ୍ଜନଗରରେ ଦଳୀୟ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଓ ବିକ୍ରମ କେଶରୀ ଆରୁଖଙ୍କ ପାଇଁ ଭୋଟ ମାଗିଥିବା ବେଳେ, ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଓ ସୋରଡା ବିଧାୟକ ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁଙ୍କ ସପକ୍ଷରେ ଡବଲ ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ।

ନିଜ ଭାଷଣରେ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସେମାନେ ସବୁ କଥାରେ ଓଡିଶାକୁ ବିରୋଧ କରୁଛନ୍ତି। ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି, ସେମାନେ ବିକାଶର ବିରୋଧୀ। ଓଡିଶାର ବିକାଶ ସବୁଆଡେ ଦିଶୁଛି। ସବୁ ଓଡିଶାବାସୀଙ୍କୁ ଦେଖାଯାଉଛି। କିନ୍ତୁ ବିରୋଧୀ ଙ୍କୁ କିଛି ଦେଖାଯାଉନାହିଁ। ଏଭଳି ବିରୋଧୀଙ୍କୁ ଉଚିତ ଜବାବ ଦେବେ ଆମର ଓଡିଆ ଭାଇଭଉଣୀ।

ବିରୋଧୀ ଦଳର ନେତାମାନେ ଓଡିଶାର ସବୁ ବିକାଶ କାମକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ମତ ଦେଇ ସେ କହିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି ସବୁ ସଶକ୍ତିକରଣ ଯୋଜନାକୁ ବନ୍ଦ କରିବାକୁ ବିଧିବଦ୍ଧ ଯୋଜନା ଚଲାଇଛନ୍ତି। ମା ମାନେ ଦୁବାଇ ଯାଉଥିଲେ। ତାଙ୍କର କଣ ଅସୁବିଧା ହେଲା ? ସେମାନଙ୍କ ଦୁବାଇ ଯିବା କାହିଁକି ବନ୍ଦ କଲେ?

ସଭାରେ ଲୋକଙ୍କ ବିଶାଳ ଉପସ୍ଥିତିକୁ ଲକ୍ଷ୍ୟ କରି ସେ କହିଲେ ଯେ, ବିରୋଧୀଙ୍କୁ ମୁଁ ଆହ୍ବାନ କରୁଛି, ସେମାନେ ଆସନ୍ତୁ, ଦେଖନ୍ତୁ ନବୀନ ବାବୁଙ୍କ ପ୍ରତି ଲୋକଙ୍କର କିପରି ଜନ ସମର୍ଥନ ଅଛି, କିପରି ଭଲ ପାଇବା ଅଛି । ଏତେ ଖରାରେ ମଧ୍ୟ ମା ମାନଙ୍କ ବିଶାଳ ଜନସମୁଦ୍ର ବିରୋଧୀଙ୍କ ନିଦ ହଜେଇ ଦେଇଛି ବୋଲି ସେ କହିଥିଲେ।

ସେ କହିଥିଲେ ଯେ ନବୀନ ସରକାର ହେଉଛି ସାଢେ ଚାରି କୋଟି ଓଡିଆଙ୍କ ସରକାର। ନବୀନ ସରକାର ହେଉଛି ମା ମାନଙ୍କ ସରକାର, ଯୁବପୀଢିର ସରକାର – ସମସ୍ତଙ୍କ ସରକାର। ୫୦ ହଜାର ମାର୍ଜିନ୍‌ରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଆହ୍ବାନ ଦେଇଥିଲେ।

ସଭାରେ ଅଭିମତ ରଖି ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ କହିଲେ ଯେ ଓଡିଆ ଅସ୍ମିତାର ପରିଚୟ ହେଉଛନ୍ତି ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ । ନବୀନ ପଟ୍ଟନାୟକ ଆଜି ମହାପ୍ରଭୁଙ୍କ ପୀଠ ଠାରୁ ଆରମ୍ଭ କରି ଗାଁ ଗହଳିର ସବୁ ଧର୍ମ ପୀଠର ରୂପାନ୍ତର କରିଛନ୍ତି। ଏ ହେଉଛି ଓଡିଶାର ଅସ୍ମିତାର ସୁରକ୍ଷା, ଆଉ କାହାର ଓଡିଆ ଅସ୍ମିତା ପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ।

ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏକି ସବୁବେଳେ ଆମକୁ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଥାନ୍ତି। ତାଙ୍କ ନିର୍ଦ୍ଦେଶରେ ମୁଁ ସବୁ ଜାଗାରେ ହିସାବ ଦେଉଛି। ଆପଣମାନଙ୍କୁ ମଧ୍ୟ ହିସାବ ଦେବି। ନିର୍ବାଚନ ପରେ ମଧ୍ୟ ହିସାବ ଦିଆଯିବ।

ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୬୦ କୋଟି ଟଙ୍କାର କାମ ଚାଲିଛି। ଜଗନ୍ନାଥ ମନ୍ଦିର, ମା ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧ କୋଟି ୮୦ ଲକ୍ଷ, ଧବଳେଶ୍ବର ମନ୍ଦିର ପାଇଁ ୧.୧୦ କୋଟି, ୧୨୦ଟି ମନ୍ଦିର, ମସ୍‌ଜିଦ, କମ୍ୟୁନିଟି ସେଣ୍ଟର ବିକାଶ ପାଇଁ ୫.୫୦ କୋଟି, ଋଷିକୂଲ୍ୟା ନଦୀର ନୂଆ ଗାଁ ଡିଷ୍ଟ୍ରିବ୍ୟୁଟାରି ପାଇଁ ୮୦ କୋଟି, ଢୋଲପିଟା ନଦୀଗର୍ଭ ଜଳାଶ୍ରୟ ପ୍ରକଳ୍ପ ପାଇଁ ୩୦.୬୦ କୋଟି, ଷୋଡକ ମାଇନର ଓ ସବ୍‌ ମାଇନର କେନାଲରେ କଂକ୍ରୀଟ ଲାଇନିଂ ପାଇଁ ୬ କୋଟି ଏବଂ ଭଞ୍ଜନଗର, ଜଗନ୍ନାଥପ୍ରସାଦ ବ୍ଲକ୍‌ର ୪୬ଟି ଗ୍ରାମପଞ୍ଚାୟତକୁ ମେଗା ପାଇପ ଜଳଯୋଗାଣ ପାଇଁ ୨୦୦୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ।

ସାନଖେମୁଣ୍ଡିରେ ୫୦ କୋଟି ଟଙ୍କାର କାମ ଚାଲିବା ସହିତ ଧରାକୋଟ ବ୍ଲକ୍‌ରେ ନୂଆ ଡିଗ୍ରୀ କଲେଜ ଓ ଜଗନ୍ନାଥ ମନ୍ଦିର ପାଇଁ ୨.୨୦ କୋଟି ଟଙ୍କା, ଧରାକୋଟ ବ୍ଲକ୍‌ରେ ଜାନିଭିଲି ବ୍ୟାରେଜ ପାଇଁ ୧୨୦ କୋଟି ଟଙ୍କା, ଘୋଡାହାଡ ଡ୍ୟାମରୁ ସାନଖେମୁଣ୍ଡି ବ୍ଲକ୍‌କୁ ମେଗା ପାନୀୟ ଜଳ ଯୋଗାଣ ପାଇଁ ୧୯୬.୨୯ କୋଟି ଟଙ୍କା, ଧରାକୋଟ ଜାନିଭିଲି ରାସ୍ତାରେ ଋଷିକୂଲ୍ୟା ନଦୀ ଉପରେ ହାଇଲେବୁଲ ସେତୁ ପାଇଁ ୨୬୨.୧୮ କୋଟି ଟଙ୍କା ଦିଆଯାଇଛି।

ସେହିପରି ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ୫୦ କୋଟି ଟଙ୍କାର କାମ ଚାଲିଥିବା ବେଳେ, ବୁଗୁଡା ବିରଞ୍ଚି ନାରାୟଣ ମନ୍ଦିର ପାଇଁ ୨.୫୦ କୋଟି, ମରଡା ଜଗନ୍ନାଥ ମନ୍ଦିର ପାଇଁ ୨ କୋଟି ଟଙ୍କା, ବୁଗୁଡା ବୁଦ୍ଧଖୋଲ ମନ୍ଦିର ପାଇଁ ୨ କୋଟି, ଶଙ୍କୁଲେଇ ମନ୍ଦିର ପାଇଁ ୧.୯୦ କୋଟି, ପୋଲସରା ଜଗନ୍ନାଥ ମନ୍ଦିର ପାଇଁ ୧.୨୦ କୋଟି, ଧନେଇ ନଦୀ ଉପରେ ନଦୀଗର୍ଭ ଜଳାଶୟ ପାଇଁ ୨୭.୨୦ କୋଟି ଟଙ୍କା ଏବଂ ମହାନଦୀରୁ ବୁଗୁଡା ଓ ପୋଲସରା ବ୍ଲକ୍‌କୁ ପାଇପ ପାଣି ସପ୍ଲାଇ ପାଇଁ ୨୦୦୦ କୋଟି ଟଙ୍କାର କାମ ଚାଲିଛି।

ସେହିଭଳି ସୋରଡା ନିର୍ବାଚନ ମଣ୍ଡଳୀ ପାଇଁ ୪୫ କୋଟି ଟଙ୍କାର କାମ ଚାଲିଥିବା ବେଳେ, ମା ଖୁଣ୍ଟେଶ୍ବରୀ ମନ୍ଦିର ପାଇଁ ୧.୯୦ କୋଟି, ବ୍ରାହ୍ଣଣଦେବୀ ମନ୍ଦିର ପାଇଁ ୧.୧୦ କୋଟି, ଲରୁଡୁ ମ୍ୟାରିଚର୍ଚ୍ଚ ପାଇଁ ୨୫ ଲକ୍ଷ ଟଙ୍କା ଏବଂ ବିଭିନ୍ନ ମଠ ମନ୍ଦିର, ମସ୍‌ଜିଦ ଓ ଅନ୍ୟାନ୍ୟ କମ୍ୟୁନିଟି ସେଣ୍ଟର ପାଇଁ ୭.୨୦ କୋଟି ଟଙ୍କାର କାମ ଚାଲିଛି।

ଭଞ୍ଜନଗରରେ ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ କହିଲେ ଯେ ଓଡିଆ ଅସ୍ମିତାର ପରିଚୟ ହେଉଛନ୍ତି ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ କହିଲେ ଯେ ନବୀନ ପଟ୍ଟନାୟକ ଆଜି ମହାପ୍ରଭୁଙ୍କ ପୀଠ ଠାରୁ ଆରମ୍ଭ କରି ଗାଁ ଗହଳିର ସବୁ ଧର୍ମ ପୀଠର ରୂପାନ୍ତର କରିଛନ୍ତି। ଏ ହେଉଛି ଓଡିଶାର ଅସ୍ମିତାର ସୁରକ୍ଷା, ଆଉ କାହାର ଓଡିଆ ଅସ୍ମିତା ପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ।

ଏକବିଁଶ ଶତାଦ୍ଦୀର ପରିଚୟ ହେଉଛି ବିକାଶ। ଓଡିଶାର ସର୍ବାଙ୍ଗୀନ ବିକାଶର ମଙ୍ଗ ଧରିଛନ୍ତି ନବୀନ ପଟ୍ଟନାୟକ। ନବୀନ ବାବୁଙ୍କ ବିକାଶ ରଥର ସାରଥୀ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ। ରଥୀ ସାରଥୀ ଯଦି ଏକାଠି ହେବେ, ଉଭୟଙ୍କ ଉଦ୍ଦେଶ୍ୟ ଯଦି ଏକ ହେବ, ତେବେ ଓଡିଶାର ବିକାଶ ଶିଖର ଛୁଇଁବ।

ନବୀନ ବାବୁଙ୍କ ସମୟରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ଓଡିଆ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ହେଲା, ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆରମ୍ଭ ହେଲା। ଓଡିଶାର ଭୌତ୍ତିକ, ସାଂସ୍କୃତିକ, ସାହିତ୍ୟିକ ବିକାଶ ପରେ, ଯୁବପୀଢିଙ୍କ ମାନସିକ ବିକାଶ ପାଇଁ 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ହୋଇଛି ବୋଲି ସେ କହିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ଇଞ୍ଜିନ କେବେ ବି ଫେଲ୍‌ ମାରିନି କି ମାରିବ ନାହିଁ, ମାଲକାନଗିରିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭୁବନେଶ୍ବର: ବିଜୁ ଜନତା ଦଳ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ବାନ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ ମାଝୀଙ୍କ ସହିତ ମାଲକାନଗିରି ବିଧାନସଭା ପ୍ରାର୍ଥୀ ଶ୍ରୀ ମାନସ ମାଡକାମି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପାଇଁ ଡବଲ ଶଙ୍ଖରେ ବଟନ ଦବାଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ଆରମ୍ଭରୁ ବିରୋଧୀ ଦଳ ଉପରେ ଜୋରଦାର ଆକ୍ରମଣ କରି ଘୋର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏ ବିଶାଳ ସମାବେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ସ୍ନେହ ଓ ଭଲ ପାଇବାର ପ୍ରତୀକ, ଏସବୁ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି। ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବେ, ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେବେ, ପୁଣି ଥରେ ଘର ଭିତରେ ବନ୍ଦ କରି ରଖିବେ, BSKY ବନ୍ଦ କରିଦେବେ। ଆପଣମାନେ ସତର୍କ ରୁହନ୍ତୁ।

ନବୀନ ଇଞ୍ଜିନ କେବେ ବି ଫେଲ୍‌ ମାରିନି କି ମାରିବ ନାହିଁ । ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା ସମାଧାନ କରିବ।

ମାଲକାନଗିରିରେ ସେ କହିଥିଲେ ଯେ ଏଠି ଆପଣଙ୍କ ଜଣେ ବିଧାୟକ ଅଛନ୍ତି, ଯାହାକୁ ଆପଣ ଦେଖିବାକୁ ପାଉ ନାହାନ୍ତି। ଏମିତି ଲୋକ ଆପଣଙ୍କ ଦରକାର, ନା ଆପଣଙ୍କ ସହିତ ଦିନରାତି ରହି ଆପଣଙ୍କ ସୁଖଦୁଃଖର ସାଥି ହେବ, ସେ ଲୋକ ଦରକାର । ଆପଣ ନିର୍ଣ୍ଣୟ କରନ୍ତୁ ।

ପଡୋଶୀ ଛତିଶଗଡର ଉଦାହରଣ ଦେଇ ସେ କହିଲେ ଯେ ଦେଖନ୍ତୁ ସେଠାରେ ବାରମ୍ବାର ଡବଲ ଇଞ୍ଜିନ ସିଙ୍ଗଲ ଇଞ୍ଜିନ ଚାଲିଛି, କିନ୍ତୁ ଶାନ୍ତି ନାହିଁ। ସବୁବେଳେ ବମ୍‌ ଫୁଟୁଛି। ନବୀନ ବାବୁଙ୍କ ନେତୃତ୍ବ ଓ କଠିନ ପରିଶ୍ରମରେ ମାଲକାନଗିରିରେ ଶାନ୍ତି ଫେରିଛି। ଶାନ୍ତି ଆସିଲେ ପ୍ରଗତି ଆସିବ ଉନ୍ନତି ଆସିବ। ପୁଞ୍ଜି ଆସିବ, ପିଲା ନିଯୁକ୍ତି ପାଇବେ ।

ମାଲକାନଗିରିର ଏକ ବିଶାଳ ଅଞ୍ଚଳ ଦିନେ କଟ୍‌ଅଫ୍‌ ଅଞ୍ଚଳ ଭାବେ ପରିଚିତ ଥିଲା । ଏବେ କିନ୍ତୁ ତାର ନୂଆ ପରିଚୟ ହୋଇଛି ସ୍ବାଭିମାନ ଅଞ୍ଚଳ। ଏଠାରେ ରୂପାନ୍ତର ଆସିଛି, ବିକାଶର ଧାରା ଜୋରଦାର ହୋଇଛି। ବିରୋଧୀ ଆଖି ଖୋଲି ଦେଖନ୍ତୁ, ବିକାଶ କିପରି ହୁଏ। ମାଲକାନଗିରି ହେଉଛି ତାର ସାକ୍ଷୀ। ଦିନ ଥିଲା ମାଲକାନଗିରିରେ ସାଇକେଲ ଖଣ୍ଡିଏ ଗଡୁ ନ ଥିଲା, ଆଜି ଉଡାଜାହାଜ ଉଡୁଛି।

ମୁଖ୍ୟମନ୍ତ୍ରୀ ତାଙ୍କ ବିଶାଳ ହୃଦୟରେ ଜନଜାତିମାନଙ୍କୁ ସବୁଠାରୁ ବଡ ସ୍ଥାନ ଦେଇଛନ୍ତି । ଜନଜାତି ମାନଙ୍କ ପାଇଁ ସବୁଠାରୁ ଅଧିକ ହଷ୍ଟେଲ ଓଡିଶାରେ ହିଁ ହୋଇଛି। ୫ ଲକ୍ଷରୁ ଅଧିକ ଜନଜାତି ଝିଅମାନେ ପାଠ ପଢି ବାପମାଙ୍କ ସ୍ବପ୍ନ ପୂରଣ କରୁଛନ୍ତି। ଜନଜାତି ଭାଷା, ସଂସ୍କୃତି, ପୂଜାସ୍ଥଳୀ, ଜାହିରାର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି।

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ସବୁଠୁ ବେଶି ଭଲ ପାଆନ୍ତି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ସବୁ ବଡ ବଡ ଯୋଜନା ସେ ମାଲକାନଗିରିରୁ ହିଁ ଆରମ୍ଭ କରିଛନ୍ତି, ଦୁଇ ଟଙ୍କିଆ ଚାଉଳ, ଟଙ୍କିକିଆ ଚାଉଳ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ଯୋଜନା – ସବୁକିଛି ମାଲକାନଗିରିରୁ ହିଁ ଆରମ୍ଭ ହୋଇଛି।

ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ତାଙ୍କ ନିର୍ଦ୍ଦେଶରେ ମୁଁ ଆଜି ଆପଣଙ୍କୁ ସବୁ କାମର ହିସାବ ଦେଉଛି।

ସେ କହିଥିଲେ ମାଲକାନଗିରି ନିର୍ବାଚନମଣ୍ଡଳୀରେ ୧୨୭ କୋଟି ଟଙ୍କାର କାମ ଚାଲିଛି।

ଲକ୍ଷ୍ମୀ ବସ୍‌ ଯୋଜନାରେ ଜିଲ୍ଲାର ୪.୫୦ ଲକ୍ଷ ଉପକାର ପାଇଛନ୍ତି। ଜିଲ୍ଲାର ସବୁ ହାଇସ୍କୁଲର 5T ରୂପାନ୍ତର କରାଯାଇଛି । ମଲ୍ଲିକେଶ୍ବର ମନ୍ଦିର ଓ ରାସ୍ତା ପାଇଁ ୨.୯୦ କୋଟି, ହରିଚାନ୍ଦ ଆଶ୍ରମ ପାଇଁ ୧.୨୮ କୋଟି, ନରନାରାୟଣ ଆଶ୍ରମ ପାଇଁ ଜମିପଟ୍ଟା ଦିଆଯିବା ସହିତ ୪୮ ଲକ୍ଷ ଟଙ୍କାର ବିକାଶ କାମ, ମନ୍ୟମକୁଣ୍ଡା ଗୁମ୍ଫା ବିକାଶ ପାଇଁ ୧ କୋଟି, ମା ଭରବୀ ମନ୍ଦିର ପାଇଁ ୫୦ ଲକ୍ଷ, ଅଲେଖ ମହିମା ଆଶ୍ରମ ପାଇଁ ୧୪ ଲକ୍ଷ, ସାଇ ମନ୍ଦିର ପାଇଁ ୪୦ ଲକ୍ଷ। ପୁରୁଣା ମାଲକାନଗିରିରୁ ମୋଟୁ ରାସ୍ତା ପାଇଁ ୧୬.୪୩ କୋଟି, ପୋଲୁରୁ ରୁ କୃଷ୍ଣପାଲି ରାସ୍ତା ପାଇଁ ୧୩ କୋଟି, ଭୁବନପାଲିରୁ କୁନାପାଲି ରାସ୍ତା ପାଇଁ ୯ କୋଟି, କୋଟାଗୁଡାରୁ ଆଲ୍‌ମା ରାସ୍ତା ପାଇଁ ୭.୬୦ ଲକ୍ଷ, ଏମ୍‌.ଭି-୬୧ରୁ କୁର୍ତ୍ତୀ ରାସ୍ତା ପାଇଁ ୫ କୋଟି, ମୁରଲିଗୁଡାରୁ ପେଟା ପର୍ଯ୍ୟନ୍ତ ୫ କୋଟି, ସତୀଗୁଡା ଡ୍ୟାମ ପାଇଁ ୨ କୋଟି ଟଙ୍କା।

ଚିତ୍ରକୋଣ୍ଡାରେ ବିକାଶର ଚିତ୍ର ଦେଖାଇ ସେ କହିଥିଲେ ଯେ ଚିତ୍ରକୋଣ୍ଡା ଓ କରୋକୁଣ୍ଡା ବ୍ଲକ୍‌ର ୧୮ଟି ପଞ୍ଚାୟତରେ ସେତୁ ଯୋଜନାରେ ୧୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଲୋକଙ୍କ ସାମାଜିକ ଓ ଆର୍ଥିକ ରୂପାନ୍ତର କାମ ଚାଲିଛି। ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ୪୦୦୦ କୋଟି ଟଙ୍କା। ଗୋବିନ୍ଧପାଲୀ ଜଗନ୍ନାଥ ମନ୍ଦିର, ଦାମଲଦେଇ ମନ୍ଦିର, ୧୦ଟି ମହିମା ଆଶ୍ରମ, ଶିବ ମନ୍ଦିର, ମା କାଣିବୁଢୀ ମନ୍ଦିର ଆଦି ସବୁ ମନ୍ଦିରର ଉନ୍ନତିକରଣ ପାଇଁ ୨.୧୦ କୋଟି ଟଙ୍କା ପ୍ରଦାନ କରାଯାଉଇଛି।

ସେହିପରି ଆଦିବାସୀ ସମାଜ ଭବନ ପାଇଁ ୫୦ ଲକ୍ଷ, ଚିତ୍ରକୋଣ୍ଡାରେ ୧୦୦ ଶଯ୍ୟାବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ ପାଇଁ ୫୦ କୋଟି, ମାଛକୁଣ୍ଡ ଉପରେ ସେତୁ ପାଇଁ ୩୫ କୋଟି, କାଳିଆଗଡ ନଳା ଉପରେ ସେତୁ ପାଇଁ ୧୬ କୋଟି, ମାଥିଲି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୫ କୋଟି ୫୦ ଲକ୍ଷ, ହନ୍ତାଳଗୁଡା ପର୍ଯ୍ୟଟନ ପାଇଁ ୭୬ ଲକ୍ଷ, ୨୬ଟି ଗ୍ରାମପଞ୍ଚାୟତରେ ପାଇପ ପାଣି ପାଇଁ ୩୨୦ କୋଟି ଟଙ୍କା ଏବଂ ବଡପଡା ଓ ପେପରମେଟଲାର ୨୪ଟି ଗାଁରେ ପାଇପ ପାଣି ପାଇଁ ୨୦ କୋଟି ଟଙ୍କା ଦିଆଯାଇଛି।

ଶେଷରେ ସେ ୯୫ ପ୍ରତିଶତ ଭୋଟ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ସେ ଅନୁରୋଧ କରିଥିଲେ । ଡବଲ ଶଙ୍ଖରେ ଭୋଟ ଦେଇ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନା ଡବଲ ନା ସିଙ୍ଗଲ, ଓଡିଶାରେ କେବଳ ନବୀନ ଇଂଜିନ ଚାଲିବ, ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ବର: ଖରା ଗରମ ଯେମିତି ବଢି ବଢି ଚାଲିଛି, ନିର୍ବାଚନ ପ୍ରଚାରର ଉତ୍ତାପ ମଧ୍ୟ ସେହିପରି ବଢି ବଢି ଚାଲିଛି। ଆଜି ତୃତୀୟ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଶ୍ରୀ ଲମ୍ବୋଦର ନିଆଲ ଓ ନୂଆପଡାରେ ବିଧାନସଭା ପ୍ରାର୍ଥୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡରେ ପୁଷ୍ପେନ୍ଦ୍ର ସିଂହଦେଓ ଓ ଜୁନାଗଡରେ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି।

ଖଡିଆଳ ରୋଡରୁ ନୂଆପଡା ପର୍ଯ୍ୟନ୍ତ ୧୨ କିଲୋମିଟର ଦୀର୍ଘ ଏକ ବିଶାଳ ରୋଡ ସୋରେ ଆସି ଶ୍ରୀ ପାଣ୍ଡିଆନ ନୂଆପଡା ରାଲିରେ ଯୋଗ ଦେଇଥିଲେ। ରାସ୍ତାରେ ହଜାର ହଜାର ଲୋକ ତାଙ୍କୁ ଉଚ୍ଛସିତ ସମ୍ମାନ ଦେଇଥିଲେ।

ସଭାରେ ପାଣ୍ଡିଆନ କହିଥିଲେ ଯେ ଆପଣଙ୍କ ଏପରି ଜୋସ୍‌ ଏହି ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜୁଛି। ସେମାନେ ଆତ୍ମବିଶ୍ବାସ ହରାଉଛନ୍ତି। ସେମାନେ ବାରମ୍ବାର ଡବଲ ଇଞ୍ଜିନ କଥା କହୁଛନ୍ତି । କିନ୍ତୁ ଡବଲ ଇଞ୍ଜିନ ଯଦି ଏତେ ଭଲ, ପଡୋଶୀ ରାଜ୍ୟ ଛତିଶଗଡରେ ତାଙ୍କ ଇଞ୍ଜିନ ବାରମ୍ବାର ବଦଳୁଛି କାହିଁକି ? ତେଣୁ ନା ଡବଲ, ନା ସିଙ୍ଗଲ ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ହିଁ ଚାଲିବ। ନବୀନ ବାବୁଙ୍କ ଇଞ୍ଜିନ ସବୁଠାରୁ ମଜବୁତ।

ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଲେ ଆପଣଙ୍କ MP ୫ ବର୍ଷରେ କଣ କରିଛନ୍ତି ? ନୂଆପଡା-ଭବାନୀପାଟଣା NH ଦେଖିଲେ ଜଣାପଡୁଛି ତାଙ୍କ ଦକ୍ଷତା। ଆଜି ପର୍ଯ୍ୟନ୍ତ ସେହି ଦୁଇ ଲେନ୍‌ ଅଛି। ରାସ୍ତା ଅବସ୍ଥା ବି ବହୁତ ଖରାପ । ଆପଣଙ୍କ ନୂଆପଡାର ଅନେକ ପଞ୍ଚାୟତରେ ମୋବାଇଲ ନେଟ୍‌ୱାର୍କ ନାହିଁ। ଏହା ହେଉଛି ଆପଣଙ୍କ MPଙ୍କ କାମ। ଆପଣ ନବୀନ ବାବୁଙ୍କ ବିଜୁ ଏକ୍‌ସପ୍ରେସ ୱେ ଦେଖନ୍ତୁ, କେନ୍ଦ୍ର ସରକାରଙ୍କ NH ଦେଖନ୍ତୁ, ଫରକ ନିଜେ ଜାଣି ପାରିବେ। ଧର୍ମଗଡରେ ଯେଉଁଠି ବିଲପଡିଆ ଥିଲା, ଆଜି ତାହା ବିଜୁ ଏକ୍‌ସପ୍ରେସ ୱେ ହୋଇ ଆପଣଙ୍କ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିଛି।

ମୁଖ୍ୟମନ୍ତ୍ରୀ ଆମକୁ ଆପଣଙ୍କ ଦରଖାସ୍ତ ଉପରେ କଣ କାମ ହୋଇଛି, ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେ ହିସାବ ଦେବାକୁ ବାଧ୍ୟ । ଆପଣଙ୍କ ଦରଖାସ୍ତ ଉପରେ ୭ ଦିନ, ୧୦ ଦିନ, ୧୫ ଦିନ ଭିତରେ ନିଷ୍ପତ୍ତି ହୋଇଛି। ଜନତାଙ୍କ ପାଇଁ କଣ କରିଛୁ, ତାକୁ ଜଣାଇବା ଦରକାର। ଆଉ ଆମେ ନିଶ୍ଚୟ ଜଣାଇବୁ। କୋଭିଡ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ନୂଆପଡା ଆସିଥିଲି, ହସ୍‌ପିଟାଲର ଉନ୍ନତି କଥା ବୁଝିକରି ଯାଇଥିଲି ।

ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଅଛି। ଆପଣଙ୍କ ଖୁସିରେ ସେ ଖୁସି। ୫୦ ହଜାର ପୋଲିସ କେସ୍‌ ରଦ୍‌ କରିବାକୁ ସେ ନିର୍ଦ୍ଦେଶ ଦେଇ ଆପଣଙ୍କ ଅସୁବିଧା ଦୂର କରିଛନ୍ତି। ଆପଣଙ୍କ ଭାଷା, ସଂସ୍କୃତି, ପୂଜାସ୍ଥଳୀର ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।

ନୂଆପଡାରେ ବିକାଶର ହିସାବ ଦେଇ ସେ କହିଲେ ଯେ ନୂଆପଡା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି । ନୂଆପଡାରେ ଯୋଗେଶ୍ବର ମନ୍ଦିର ପାଇଁ ୪ କୋଟି, ସୁନାଦେଇ ମନ୍ଦିର ପାଇଁ ୨.୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । କୋନାବିରା ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୪୨ କୋଟି, ଆଉ ୫ଟି ମେଗା ଲିଫ୍ଟ ପାଇଁ ୧୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଘାଟିପଡାରୁ ସିନାପଲ୍ଲୀ ବିଜୁ ଏକସ୍‌ପ୍ରେସ୍‌ ୱେ ୨୦୮ କୋଟି ଟଙ୍କାରେ କରାଯାଇଛି । ୧୦ ହଜାର ପିଲାଙ୍କ ପାଇଁ ୯୩ଟି ଟ୍ରାଇବାଲ ହଷ୍ଟେଲ କରାଯାଇଛି ।

ନୂଆପଡାର ୩୧୦୦ ମିଶନ ଶକ୍ତି ଗ୍ରୁପକୁ ୧୩୦ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୮୪ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି । ୧୨ କୋଟି ଟଙ୍କା ବିନିଯୋଗରେ ନୂଆପଡା ଓ ଖଡିଆଳ ଠାରେ ବହୁମୁଖୀ ଇଣ୍ଡୋର ହଲ୍‌ କରାଯାଇଛି । ଜିଲ୍ଲାର ୪୨,୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ୬.୩ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏଥିସହିତ ଜିଲ୍ଲାରେ ୩୬ଟି ଆମ ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି ବୋଲି ସେ କହିଥିଲେ ।

ଧର୍ମଗଡରେ ବିକାଶ କାମର ହିସାବ ଦେଇ ସେ କହିଲେ ଯେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ୧୧୦ କୋଟି ଟଙ୍କାର କାମ ହେଉଛି। ମା ଭଣ୍ଡାରଘରଣୀ ମନ୍ଦିର ପାଇଁ ୧ କୋଟି ୧୦ ଲକ୍ଷ, ବୁଢାରାଜା ମନ୍ଦିର ପାଇଁ ୭୫ ଲକ୍ଷ, କରକ ଜଳପ୍ରପାତ ପାଇଁ ୧୫ ଲକ୍ଷ, କୋକସରା ବ୍ଲକ୍‌ରେ ମେଗା ପାଇପ ପାଣି ପ୍ରକଳ୍ପ ପାଇଁ ୧୫୦ କୋଟି ଓ କଲମପୁରରେ ମେଗା ପାଇପ ପାଣି ପ୍ରକଳ୍ପ ପାଇଁ ୫୩ କୋଟି, ଆପଣଙ୍କ ୩୨ଟି ପବିତ୍ର ପୀଠସ୍ଥଳୀର ଉନ୍ନତି ପାଇଁ ୧.୨୦ କୋଟି ଟଙ୍କା । ଧର୍ମଗଡର ୨୨୬୦ ମିଶନ ଶକ୍ତି ଗୋଷ୍ଠୀ ପାଇଁ ୫୮ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି। ଧର୍ମଗଡର BSKYରେ ୯୦,୫୦୦ ହିତାଧିକାରୀ ସାମିଲ ହୋଇଛନ୍ତି । ୬୩୫୦ ଜଣ ୩୦ କୋଟିରୁ ଅଧିକ ଟଙ୍କାର ସ୍ବାସ୍ଥ୍ୟ ସୁବିଧା ପାଇଛନ୍ତି।

ସେହିପରି ଜୁନାଗଡର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ଏଠାରେ ୨୨୫ କୋଟି ଟଙ୍କାର କାମ ଚାଲିଛି । ଗତ ବର୍ଷ ମଇ ମାସରେ ମୁଁ ଏଠାକୁ ଆସିଥିଲି । ଆପଣଙ୍କ ଦରଖାସ୍ତ ଉପରେ ବହୁତ କାମ ହୋଇଛି । ମା ଲଙ୍କେଶ୍ବରୀ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ, ୧୦୯ଟି ମଠ ମନ୍ଦିର, ଚର୍ଚ୍ଚ, ମସଜିଦ, ଗୁରୁଦ୍ବାର ଆଦି ପାଇଁ ୧୧.୫୦ କୋଟି, ଉପର ଇନ୍ଦ୍ରାବତୀ ଦକ୍ଷିଣପଟ ମେନ୍‌ କେନାଲ ପାଇଁ ୧୫୦ କୋଟି, ଜୁନାଗଡରେ ମେଗା ପାଇପ ପାଣି ପାଇଁ ୧୯୦ କୋଟି, ଗୋଲମୁଣ୍ଡାରେ ମେଗା ପାଇପ ପାଣି ପାଇଁ ୧୭୮ କୋଟି ଟଙ୍କାର କାମ ଚାଲିଛି। ଜୁନାଗଡର ୨୦୦୦ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୪୮ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି ।

ଏଠାରେ ୯୦ ହଜାର ହିତାଧିକାରୀ BSKYରେ ସାମିଲ ହୋଇଛନ୍ତି। ଚିଚେଇଗୁଡା ପଞ୍ଚାୟତର ମାଧବୀ ନାଏକ ନାମକ ଜଣେ ମହିଳାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସେହିପରି କୁହୁରା ପଞ୍ଚାୟତର ଦେବରାଜ ସାହୁଙ୍କୁ ସର୍ଜରୀ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ସେ କହିଥିଲେ । ଏହି ସବୁ ସଭାରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଏବଂ ନୂଆପଡା ଜୁନାଗଡ଼ ଓ ଧର୍ମଗଡ ର ବିଧାୟକ ପ୍ରାର୍ଥୀ ମାନେ ମଧ୍ୟ ଉଦବୋଧନ ଦେଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଡାବୁଗାଁ ଓ ନବରଙ୍ଗପୁରରେ ପାଣ୍ଡିଆନଙ୍କ ଶଙ୍ଖନାଦ, ବିଶାଳ ଜନସମୁଦ୍ର ଦେଖି ବିରୋଧୀ ବାଚାଳ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାନସଭା ପ୍ରାର୍ଥୀ ମନୋହର ରନ୍ଧାରୀ ଓ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି।

୯୦ ପ୍ରତିଶତ ଭୋଟିଂ କରି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଥିଲେ। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଛି। ସେମାନେ ଆତ୍ମବିଶ୍ବାସ ହରେଇ ବସିଲେଣି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ସ୍ନେହ ଶ୍ରଦ୍ଧା ଦେଖି ବିରୋଧୀ ବାଚାଳ ହେଲେଣି।

ବିରୋଧୀଙ୍କୁ ନିଶାଣ କରି ସେ କହିଲେ ଯେ ଦିନେ ନ ଶୋଇଲେ ମୁଣ୍ଡ ବିନ୍ଧେ, ଦୁଇ-ତିନି ଦିନ ନିଦ ନ ହେଲେ ମୁଣ୍ଡ ବୁଲାଇବା ଆରମ୍ଭ କରେ। କିନ୍ତୁ ବର୍ଷେ ଦି ବର୍ଷ ନ ଶୋଇଲେ ଜାଣିଛନ୍ତି କଣ ହୁଏ ? ବାଚାଳାମୀ ଆରମ୍ଭ ହୁଏ । ପଞ୍ଚାୟତ ନିର୍ବାଚନରେ ଆମେ ସବୁ ଜିଲ୍ଲାରେ ଜିତିଲୁ। ସେବେଠାରୁ ବିରୋଧୀଙ୍କ ଆଖିରେ ନିଦ ନାହିଁ। ତେଣୁ ସେମାନେ ବାଚାଳ ହୋଇ ମିଛ ଗପୁଛନ୍ତି, ଏଣୁତେଣୁ ଗପୁଛନ୍ତି ।

ସେ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟ। ତାଙ୍କ ହୃଦୟରେ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଆପଣମାନଙ୍କୁ ସେ ବହୁତ ଭଲ ପାଆନ୍ତି। ତାଙ୍କର ଦୃଢ ବିଶ୍ବାସ ଯେ ଜନଜାତି ସଶକ୍ତ ହେଲେ ଓଡିଶା ସଶକ୍ତ ହେବ। ତେଣୁ ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆପଣଙ୍କ ଭାଷା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ କରାଯାଉଛି। ଏ କଥା କେଉଁ ରାଜ୍ୟ ବି ଚିନ୍ତା କରିନାହିଁ।

ମୁଖ୍ୟମନ୍ତ୍ରୀ ଜାଣନ୍ତି ଯେ ପରିବାରର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ଆପଣଙ୍କ ପିଲା ଡାକ୍ତର, ଇଞ୍ଜିନିୟର, ଅଫିସର ହେଲେ ଆପଣଙ୍କର ଉନ୍ନତି ହେବ, ଆପଣଙ୍କ ପରିବାରର ଉନ୍ନତି ହେବ, ଓଡିଶା ତଥା ଦେଶର ଉନ୍ନତି ହେବ। ତେଣୁ ସେ ସ୍କୁଲ କଲେଜ ହଷ୍ଟେଲ କରି ଶିକ୍ଷାର ବିକାଶ କରୁଛନ୍ତି। ଓଡିଶାରେ ଦେଶର ସବୁଠାରୁ ଅଧିକ ହଷ୍ଟେଲ ନିର୍ମାଣ କରାଯାଇଛି।

5T ଜରିଆରେ ସ୍କୁଲ କଲେଜର ରୂପାନ୍ତରଣ ହୋଇଛି। ଜନଜାତି ପିଲାଙ୍କୁ ଡବଲ ସ୍କଲାରସିପ୍‌ ମିଳୁଛି। ପୋଷ୍ଟ ମାଟ୍ରିକ ଏବଂ ନୂଆ-ଓ। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦୁଇଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି। ଅନ୍ବେଷା ହଷ୍ଟେଲରେ ଜନଜାତି ପିଲାମାନେ ଇଂରାଜୀରେ କଥା ହେଉଛନ୍ତି। ବହୁତ ଛୋଟ ଛୋଟ କେସ୍‌ରେ ଆପଣମାନେ କୋର୍ଟ କଚେରୀ ଦୌଡି ଦୌଡି ବହୁତ ହଇରାଣ ହୁଅନ୍ତି। ତେଣୁ ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍‌ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଥିଲେ ଯେ ସବୁ ଧର୍ମର ବିଶ୍ବାସକୁ ମୁଖ୍ୟମନ୍ତ୍ରୀ ସମ୍ମାନ ଦିଅନ୍ତି। ସମସ୍ତଙ୍କ ବିକାଶ ଚାହାନ୍ତି, ସେଥିପାଇଁ ମନ୍ଦିର ମସଜିଦ ଚର୍ଚ୍ଚ ଅଲେଖ ମହିମା ପୀଠ, ଗୁରୁଦ୍ବାର ଆଦି ସବୁ ଧର୍ମପୀଠର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ସବୁ ସମାଜର ଭଲ ହେଉ, ଏହା ତାଙ୍କର ଉଦ୍ଦେଶ୍ୟ।

ବିରୋଧୀ ଦଳକୁ ଟାର୍ଗେଟ କରି ସେ ପୁଣି କହିଲେ ଯେ ଭୋଟ ପରେ ବିରୋଧୀଙ୍କ ଦେଖା ମିଳିବ ନାହିଁ। ବଡ ବଡ କଥା କହି ପଳେଇବେ। କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପୂରଣ କରୁଛନ୍ତି। କାମର ଗୋଟି ଗୋଟି ହିସାବ ଦେଉଛନ୍ତି। ଆମେ ସମସ୍ତେ ହିସାବ ଦେଉଛୁ। ନବରଙ୍ଗପୁରର ବିକାଶ ପାଇଁ ୧୯୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ସେ କହିଥିଲେ । ଡାବୁଗାଁ ରେ ୭୦ କୋଟି ଟଙ୍କାର କାମ ଚାଲିଛି।

ଡାବୁଗାଁ ନିର୍ବାଚନମଣ୍ଡଳୀରେ ଚାଲୁଥିବା ବିକାଶ କାମର ହିସାବ ଦେଇ ସେ କହିଲେ ଯେ କୋଷାଗୁମୁଡା ଭାୟା ମୋଟିଗାଁ ଓ କୋଟାଗାଁ ଦେଇ ମଧ୍ୟପ୍ରଦେଶ ସୀମା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉନ୍ନତିକରମ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପାପଡାହାଣ୍ଡି- କୁଡିଗାଁ-କୋଷାଗୁମୁଡା ରାସ୍ତା ପାଇଁ ୪୫ କୋଟି ଟଙ୍କା।

ଡାବୁଗାଁ-ଉମରହାଣ୍ଡି ରାସ୍ତାରେ ଅଙ୍ଗୀ ନଦୀ ଉପରେ ସେତୁ ପାଇଁ ୯.୬୦ କୋଟି ଟଙ୍କା। PWD ରୋଡ-ଏକୋରୀ ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ ପାଇଁ ୮.୬୦ କୋଟି ଟଙ୍କା। ବିଭିନ୍ନ ମଠ ମନ୍ଦିର, ପୂଜାସ୍ଥଳୀ ଓ ଧାର୍ମୀକ ଅନୁଷ୍ଠାନର ସଂରକ୍ଷଣ ଓ ସୁରକ୍ଷା ପାଇଁ ୩.୭୦ କୋଟି ଟଙ୍କା। ଡାବୁଗାଁର ୮୦ ହଜାର ହିତାଧିକାରୀ BSKYରେ ସାମିଲ ହୋଇଛନ୍ତି। ମେଡେନାର ରାଜୁ ଖାଁ ୫ ଲକ୍ଷ ଓ ଖୁଟୁବାଇର ବିମଳା ମେହେଟା ୫ ଲକ୍ଷ ଟଙ୍କା ଜରିଆରେ ଉପକୃତ ହୋଇଛନ୍ତି।

ସେହିପରି ନବରଙ୍ଗପୁରରେ କାମର ହିସାବ ଦେଇ ସେ କହିଲେ ଯେ ତେନ୍ତୁଳିଖୁଣ୍ଟି ଓ କୋଷାଗୁମୁଡାରେ ଦୁଇଟି ସରକାରୀ କଲେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ନନ୍ଦାହାଣ୍ଡିରେ ମେଗାଲିଫ୍ଟ ଜରିଆରେ ଜଳସେଚନ ସୁବିଧାର ବିକାଶ କାମ ଚାଲିଛି। କୋଡିଙ୍ଗା-ଚନ୍ଦାହାଣ୍ଡି ରାସ୍ତା ପାଇଁ ୪୪ କୋଟି । ପୋଦଲଗୁଡା-ଦୁଲୁଘାଟି ରାସ୍ତା ପାଇଁ ୪୫ କୋଟି । ମଙ୍ଗଳଦୋରା ଜଳପ୍ରପାତର ବିକାଶ ପାଇଁ ୩.୨୦ କୋଟି। ମଣ୍ଡାଡୁଙ୍ଗୁରୀ ଶିବ ମନ୍ଦିର ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଉମରକୋଟ ଓ ଝରିଗାଁରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ଜୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ବହୁସଂଖ୍ୟାରେ ଆସି ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ । ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।

ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ତାଙ୍କର ରାଗ ହେଉଛି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ କାହିଁକି ଏତେ ସୁବିଧା ଦେଉଛନ୍ତି। ମା ମାନଙ୍କୁ କାହିଁକି ଏତେ ସୁବିଧା ଦେ ଉଛନ୍ତି। ତେଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ। ତାଙ୍କୁ ଅନୁରୋଧ ସେ ମା ମାନଙ୍କୁ ବାରମ୍ବାର ଅପମାନିତ ନ କରନ୍ତୁ, ମା ମାନେ ତାଙ୍କୁ ଉଚିତ ଜବାବ ଦେବେ।
ଆପଣମାନେ ତାଙ୍କୁ ପ୍ରଶ୍ନ ପଚାରନ୍ତୁ, ସେମାନେ ଉତ୍ତର ଦେଇପାରିବେ ନାହିଁ।

ସେ କହିଲେ ଯେ କେନ୍ଦ୍ରମନ୍ତ୍ରୀ ବଡ ବଡ କଥା କହୁଛନ୍ତି। କିନ୍ତୁ ୫ ବର୍ଷ ହେଲା ଶିକ୍ଷାମନ୍ତ୍ରୀ ହେଲେଣି, ଆପଣଙ୍କ ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଲେ ନାହିଁ। ସେ ଚାହିଁଥିଲେ ନବରଙ୍ଗପୁରରେ ତିନି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ। କିନ୍ତୁ ହୋଇପାରିଲା ନାହିଁ। ଓଡିଶା ସରକାର 5-Tରେ ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି।

ସେ କହିଲେ ଯେ ବିକାଶ ପାଇଁ ଶାନ୍ତି ଦରକାର। ଶାନ୍ତି ଥିଲେ ପ୍ରଗତୀ ଆସେ। ଆମ ମୁଖ୍ୟମନ୍ତ୍ରୀ ଓଡିଶାରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି, ତେଣୁ ବିକାଶ ହେଉଛି। ପଡୋଶୀ ରାଜ୍ୟ ଛତିଶଗଡ କଥା ଉଠାଇ ସେ କହିଲେ ଦେଖନ୍ତୁ, ସେଠାରେ ବାରମ୍ବାର ସରକାର ବଦଳୁଛି,କିନ୍ତୁ ଶାନ୍ତି ନାହିଁ ।

ଆମ ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ବହୁତ ଭଲ ପାଆନ୍ତି, ସମ୍ମାନ କରନ୍ତି,ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ କୋଉ ରାଜ୍ୟ ବି ଚିନ୍ତା କରିନାହିଁ । ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏଥିରେ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ କରାଯାଉଛି।

ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍‌ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ଆପଣାନେ ଆଉ ହଇରାଣ ହେବେ ନାହିଁ। କୋର୍ଟ କଚେରୀ ଦୌଡିବାକୁ ପଡିବ ନାହିଁ।

ଜୀବିକା ପାଇଁ ଜଙ୍ଗଲ ଉପରେ ଆପଣମାନେ ନିର୍ଭର କରନ୍ତି। ଆପଣ ସଂଗ୍ରହ କରିଥିବା ଜିନିଷକୁ କମ୍‌ ଦାମରେ ବିକନ୍ତି। କିଛି ଲାଭ ପାଆନ୍ତି ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ କରିଛନ୍ତି ଲାଭ ଯୋଜନା। ଏଥିରେ ସରକାର ଆପଣଙ୍କ ଜିନିଷ ଠିକ୍‌ ଦାମ ଦେଇ କିଣିନେବେ। ଆପଣଙ୍କୁ ଆଉ କେହି ଠକି ପାରିବେ ନାହିଁ।

ସେ କହିଲେ ଯେ ପିଲାମାନେ ହେଉଛନ୍ତି ଆମ ଭବିଷ୍ୟତ। ତେଣୁ ଜନଜାତି ପିଲାଙ୍କ ପାଠ ପଢିବା ପାଇଁ ମୁଖ୍ୟମନ୍ତ୍ରୀ ହଷ୍ଟେଲ କରିଛନ୍ତି । ସାରା ଭାରତରେ ସବୁଠାରୁ ଅଧିକ ହଷ୍ଟେଲ ସେ ଓଡିଶାରେ କରିଛନ୍ତି । 5-T ସ୍କୁଲ ରୂପାନ୍ତରରେ ୮୫୦୦ ସ୍କୁଲର ରୂପାନ୍ତର କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୪ଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି।

ଆମ କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କ ଅନୁରୋଧରେ ଆମେ ଯେଉଁ ସବୁ କାମ ପାଇଁ ପଦକ୍ଷେପ ନେଇଛୁ, ସେ ସବୁ କାମର ହିସାବ ଦେବା ପାଇଁ ଆସିଛି।

ଉମରକୋଟର ବିକାଶର ହିସାବ ଦେଇ ସେ କହିଲେ ଯେ ଏଠାରେ ୨୧୨ କୋଟି ଟଙ୍କାର କାମ ଚାଲିଛି । ମା ପେଣ୍ଡ୍ରାଣୀ ମନ୍ଦିର କାମ ଶେଷ ହୋଇଛି। ପୋଡାଗଡ ଶିବ ମନ୍ଦିର ଓ ଐତିହ୍ୟ ସ୍ଥଳ ପାଇଁ ୩ କୋଟି ଟଙ୍କାର କାମ ଚାଲିଛି। ଉମରକୋଟରେ ଡାଇଲିସିସ୍‌ ସେଣ୍ଟର ଖୋଲିଛି । ୫୦ କୋଟିରେ ୫ ଟି ରାସ୍ତା କାମ ଚାଲିଛି । BSKYରେ ଉମରକୋଟର ସିପ୍ରା ସାନା ପାଇଲେ ୭ ଲକ୍ଷ ୨୦ ହଜାର, ପ୍ରଦୀପ ପଟ୍ଟନାୟକ ପାଇଲେ ୪ ଲକ୍ଷ ଟଙ୍କା ।

ଝରିଗାଁରେ ସେ କହିଲେ ଯେ ମୁଁ ଯେତେବେଳ ଆସିଥିଲି, ସେତେବେଳେ ବର୍ଷା ହେଉଥିଲା । ତାସତ୍ତ୍ବେ ବି ଆପଣମାନେ ବହୁ ସଂଖ୍ୟାରେ ଆସି ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ। ସତୀଘାଟ, ମାଲଗାଁରେ ଜଳସେଚନ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହୋଇଛି । ଝରିଗାଁ ପାଇଁ ଡିଗ୍ରୀ କଲେଜ ମଞ୍ଜୁର ହୋଇଛି।

ଚନ୍ଦାହାଣ୍ଡି ଝରିଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି । ଝରିଗାଁରୁ ମେଦେନା ରାସ୍ତା ପାଇଁ ୪୫ କୋଟି, ଉମରକୋଟ-ଚନ୍ଦାହାଣ୍ଡି ମାଲଗାଁ ରାସ୍ତା ପାଇଁ ୬୧ କୋଟି, ଭୈରଘୁମର ଜଳପ୍ରପାତ ଠାରେ ପର୍ଯ୍ୟଟନ ପାଇଁ ୩ କୋଟି ୨୫ ଲକ୍ଷ, ଚନ୍ଦନଧାରା ଜଳପ୍ରପାତରେ ପର୍ଯ୍ୟଟନର ବିକାଶ ପାଇଁ ୩ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।