Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନବୀନଙ୍କ ଦୁଆର ଆଗରେ ଶୁଭିଲା.. ପାଣ୍ଡିଆନ ହଟାଅ….. ବିଜେଡି ବଞ୍ଚାଅ.. ପାଣ୍ଡିଆନ ଗୋ ବ୍ୟାକ୍..

ଭୁବନେଶ୍ବର: ଆଜି ନବୀନ ନିବାସରେ ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। ତାହା ହେଲା ଯେ, ଯେଉଁ ନିବାସରେ ଯିଏ ରାଜା ଥିଲେ, ସେହିଠାରେ ତାଙ୍କୁ ହଟାଇବା ପାଇଁ ସ୍ଲୋଗାନ ଦିଆଯାଇଛି। ଖୁବ ଜୋରରେ ଶୁଭିଲା ଯେ, ପାଣ୍ଡିଆନ ହଟାଅ… ବିଜେଡି ବଞ୍ଚାଅ.., ପାଣ୍ଡିଆନ ଗୋ ବ୍ୟାକ…। ଯାହାର ନାମ ନେବାକୁ କର୍ମିମାନେ ଭୟ କରୁଥିଲେ ସେହି ସ୍ଥାନରୁ ତାଙ୍କର ବିରୋଧ ଆରମ୍ଭ ହୋଇଯାଇଛି।

ଆଜି ନବୀନ ନିବାସକୁ ଆସିଥିଲେ ସାଂସଦ ମୁନ୍ନା ଖାଁ। ୱାକଫ ବିଲକୁ ନେଇ କାହିକି ବିଜେଡି ଏପରି ନିଷ୍ପତି ନେଲା ସେ ବିଷୟରେ ଅଭିଯୋଗ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ। ସେ ନବୀନଙ୍କୁ ସାକ୍ଷାତ କରି ଏହି ଅଭିଯୋଗ କରିବା ସହିତ ଅନ୍ୟମାନେ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ।

ତେବେ ନବୀନଙ୍କ ସାକ୍ଷାତ କରି ସେ ଫେରିଯିବା ପରେ ଅନ୍ୟମାନେ ନବୀନଙ୍କ ଦୁଆର ଆଗରେ ପାଣ୍ଡିଆନ ହଟାଅ… ବିଜେଡି ବଞ୍ଚାଅ…ପାଣ୍ଡିଆନ ଗୋ ବ୍ୟାକ.. ସ୍ଲୋଗାନ ଦିଆଯାଇଥିଲା। ଯାହାକୁ ନେଇ ନବୀନ ନିବାସର ପରିବେଷ ଭିନ୍ନ ପ୍ରକାରର ହୋଇପଡିଥିଲା। ବାରମ୍ବାର ଏପରି ସ୍ଲାଗନ ଦେବା ପରେ ସମସ୍ତେ ନବୀନ ନିବାସରୁ ବାହାରି ଯାଇଥିଲେ। ଏହି ସମୟରେ ସେଠାରେ ବିଜେଡି ନେତା ଲେନିନ ମହାନ୍ତି ଉପସ୍ଥିତି ଥିଲେ ମଧ୍ୟ କିଛି କହିପାରି ନ ଥିଲେ।