Categories
ଆଜିର ଖବର ରାଜ୍ୟ ଖବର

ଗ୍ରୀଷ୍ମ ମୁକାବିଲା ପାଇଁ ପ୍ରସ୍ତୁତି: ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହରାଞ୍ଚଳ ମାନଙ୍କରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି. ସମୀକ୍ଷା ସମୟରେ ମନ୍ତ୍ରୀ ଡଃ ମହାପାତ୍ର ପାନୀୟ ଜଳର ଯେପରି ଅଭାବ ଦେଖା ନଦିଏ, ଅଚଳାବସ୍ଥାରେ ଥିବା ନଳକୂପ ଗୁଡିକୁ ସଚଳ କରିବା ଓ ୨୪x୭ ନିୟନ୍ତ୍ରଣକକ୍ଷ କାର୍ଯ୍ୟକାରୀ କରିବା ସହ ଲୋକଙ୍କ ଅଭିଯୋଗ ତୁରନ୍ତ ସମାଧାନ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ପାଇଁ ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ କଡାକଡି ଭାବେ କାର୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଅସାଧାରଣ ବର୍ଷା ଏବଂ ଅନିୟମିତ ଜଳବାୟୁ ଯୋଗୁଁ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଏହା ବ୍ୟତୀତ, ବଡ ବଡ କୋଠା ,ପ୍ରଶସ୍ତ ରାସ୍ତା ଏବଂ ସୌରତାପ ଶକ୍ତି ଶୋଷଣ କରୁଥିବା ଭିତ୍ତିଭୂମି ଯୋଗୁଁ ସହରାଞ୍ଚଳବାସୀ ଗ୍ରୀଷ୍ମ ଋତୁରେ ଅଧିକ ତାପମାତ୍ରା ଅନୁଭବ କରୁଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ଏକ ବିସ୍ତୃତ ଏସ ଓ ପି ଜାରି କରି ଏହାକୁ କଡା କଡ଼ି ପାଳନ କରିବା ଏବଂ ସମସ୍ତ ପୌରାଞ୍ଚଳ ଦ୍ୱାରା ଆବଶ୍ୟକ ପଦକ୍ଷେପ ନେବା ସମ୍ପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ବିସ୍ତୃତ ସୂଚନା ଦେଇଥିଲେ।

ସମସ୍ତ ସହରାଞ୍ଚଳରେ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ଆବଶ୍ୟକ। ଏହି ଉଦ୍ଦେଶ୍ୟରେ, ଜଳ ଯୋଗାଣ ପାଇପଲାଇନଗୁଡ଼ିକୁ ସଠିକ୍ କାର୍ଯ୍ୟକ୍ଷମ ଅବସ୍ଥାରେ ରଖାଯିବା ଉଚିତ ଏବଂ ଏହାର ଯେକୌଣସି ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ସମାଧାନ କରାଯିବା ଆବଶ୍ୟକ ବୋଲି ଏଥିରେ କୁହା ଯାଇଛି। ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବା , ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ଆବଶ୍ୟକ ସ୍ଥାନରେ ଟ୍ୟାଙ୍କର ନିୟୋଜିତ କରାଯିବା ଉଚିତ। ଆବଶ୍ୟକ ହେଲେ ଅତିରିକ୍ତ ସଂଖ୍ୟକ ଟ୍ୟାଙ୍କର ନିଯୁକ୍ତି ଭିତ୍ତିରେ ବ୍ୟବସ୍ଥା କରାଯାଇପାରେ।

ସମସ୍ତ ନଳକୂପ / ହ୍ୟାଣ୍ଡ ପମ୍ପଗୁଡ଼ିକୁ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବାକୁ ପଡିବ ଏବଂ ଏଗୁଡ଼ିକର ମରାମତି ପାଇଁ ଯନ୍ତ୍ରାଂଶ ପ୍ରସ୍ତୁତ ରଖିବାକୁ ପଡିବ। ନିୟନ୍ତ୍ରଣ କକ୍ଷଗୁଡ଼ିକ ଯଥାରୀତି ଖୋଲାଯିବା ଉଚିତ ଏବଂ ଜଳ ଅଭାବ ସମ୍ପର୍କରେ ପ୍ରାପ୍ତ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଦାୟୀ ଅଧିକାରୀମାନଙ୍କ ଦ୍ୱାରା ପରିଚାଳିତ ହେବ।

ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି ହୋଇଥିବା ଗ୍ରୀଷ୍ମ ଲହରୀ ସତର୍କତାକୁ ନିୟମିତ ଭାବରେ ଟ୍ରାକ୍ କରାଯିବା ଉଚିତ ଏବଂ ଆବଶ୍ୟକ ହେଲେ, ଏପରି ସୂଚନା ପାଇଁ ଭାରତୀୟ ପାଣିପାଗ ବିଭାଗ / ରାଜ୍ୟ ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରାଯାଇପାରିବ।

ପୌରାଞ୍ଚଳ ଗୁଡ଼ିକ ସ୍ଵେଛାସେବୀ ସଂଗଠନ ଗୁଡିକ ମାଧ୍ୟମରେ ରାସ୍ତା କଡ଼, ଛକ, ସରକାରୀ କାର୍ଯ୍ୟାଳୟ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ବଜାର ଇତ୍ୟାଦି ରଣନୈତିକ ସ୍ଥାନରେ ଅଧିକ ଜଳ କିଓସ୍କ – ପାନୀୟ ଜଳ ବିତରଣ କେନ୍ଦ୍ର ଅର୍ଥାତ୍ ପାନୀୟ ଜଳ ବଣ୍ଟନ କେନ୍ଦ୍ର ଖୋଲିବା ଆରମ୍ଭ କରିବା ଉଚିତ। ଏପରି ଜଳ କିଓସ୍କରେ ଯୋଗାଇ ଦିଆଯାଇଥିବା ପାଣି ପୋର୍ଟେବଲ୍ ଗୁଣବତ୍ତାର ହେବା ଉଚିତ ଏବଂ ଲମ୍ବା ହ୍ୟାଣ୍ଡେଲ୍ ଡିସପେନ୍ସର ବ୍ୟବହାର ଏବଂ ପ୍ରତିଦିନ ପାଣି ପରିବର୍ତ୍ତନ ସହିତ ଉପଯୁକ୍ତ ପରିମଳ ବ୍ୟବସ୍ଥା ବଜାୟ ରଖିବା ଉଚିତ।

କେବଳ ଆତ୍ମପ୍ରଚାର ପାଇଁ ଏପରି କାମ କରୁଥିବା ଏବଂ ପ୍ରାରମ୍ଭିକ ଦିନ ପରେ ଏହାକୁ ବନ୍ଦ କରୁଥିବା ସଂସ୍ଥାଗୁଡ଼ିକୁ ବାଦ୍‍ ଦିଆଯିବା ଉଚିତ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ମ୍ୟୁନିସିପାଲିଟି କଠିନ ବର୍ଜ୍ୟ, ବଗିଚା/ଗଛର ଅବଶିଷ୍ଟାଂଶ ପୋଡ଼ିବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ପରିବାର ସମ୍ମୁଖରେ ଗୋଟିଏ ପାତ୍ର ପାଣି ରଖିବା ପାଇଁ ପର୍ଯ୍ୟାପ୍ତ ସଚେତନତା ସୃଷ୍ଟି କରାଯାଇପାରେ ଯାହା ଭଲ ପରିଷ୍କାରକତା ପାଇଁ ବିକଳ୍ପ ଦିନରେ ପରିବର୍ତ୍ତନ କରାଯିବା ଉଚିତ।ରାସ୍ତା ପାର୍ଶ୍ୱରୁ ନିୟମ ଅନୁଯାୟୀ ସଫା କରାଯିବା ଆବଶ୍ୟକ। ଉଡ଼ୁଥିବା ଧୂଳିକୁ ବନ୍ଦ କରିବା ପାଇଁ, ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ।

ନିର୍ମାଣ ସଂସ୍ଥା ଏବଂ ପରିବାରକୁ କାର୍ଯ୍ୟ କରିବା ସମୟରେ ଢାଙ୍କି କିମ୍ବା ମାଟି/ଧୂଳି ଏଡାଇବା ପାଇଁ ସେମାନଙ୍କର ନିର୍ମାଣ କ୍ଷେତ୍ରକୁ ଘୋଡାଇ ରଖିବାକୁ ସତର୍କ କରାଯିବା ଉଚିତ ଏବଂ ଖୋଲା ଅଂଶରେ ପାଣି ସିଞ୍ଚନ କରିବାକୁ କୁହାଯାଇଛି। ସେମାନେ ତୁରନ୍ତ ଢାଙ୍କି ଏବଂ ଭଙ୍ଗା ସାମଗ୍ରୀର ନିରାପଦ ନିଷ୍କାସନ ନିଶ୍ଚିତ କରିବା ଉଚିତ ନଚେତ୍ ସେମାନଙ୍କୁ ଦଣ୍ଡିତ କରାଯିବା ଉଚିତ।

ବାଲି, ଇଟା, ସିମେଣ୍ଟ ଏବଂ ଅଳିଆ ପରି ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଯାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ତାରପୋଲିନ୍ ସିଟ୍ ଦ୍ୱାରା ଆଚ୍ଛାଦିତ କରାଯିବା ଉଚିତ ଏବଂ ସେମାନଙ୍କର ଗତି ସୀମିତ କରାଯିବା ଉଚିତ। ରାସ୍ତା ପାଖରେ ଥିବା ମାଟି ସ୍ତରକୁ ଧାତୁ ସ୍ତର ଅପେକ୍ଷା ନିମ୍ନ ସ୍ତରରେ ରଖାଯିବା ଉଚିତ ଯାହା ଫଳରେ ବର୍ଷା ପାଣି କିମ୍ବା ଯାନବାହାନ ଚଳାଚଳ ଦ୍ୱାରା ତାହା ପୁଣି ରାସ୍ତାରେ ନ ଆସିବ।

ରାସ୍ତାପାର୍ଶ୍ୱ ହୋଟେଲ ଏବଂ ଖାଦ୍ୟ ଦୋକାନଗୁଡ଼ିକ ଦ୍ୱାରା ପୋଡ଼ି ଯାଇଥିବା ଜାଳେଣିରୁ ଉତ୍ପନ୍ନ ହେଉଥିବା ପାଉଁଶ ରାସ୍ତାରେ ଗଦା ହେଉଛି ଯାହା ଧୂଳି ପ୍ରଦୂଷଣ ଏବଂ ତାପମାତ୍ରା ବୃଦ୍ଧି କରୁଛି। ସମସ୍ତ ସହରାଞ୍ଚଳରେ କୋଇଲା କିମ୍ବା କୋଇଲା ବ୍ରିକେଟ ବ୍ୟବହାର ନିଷେଧ କରାଯିବା ଉଚିତ।

ସହରାଞ୍ଚଳ ଏବଂ ଏହାର ଆଖପାଖରେ ଥିବା ସମସ୍ତ ଜଳାଶୟଗୁଡ଼ିକୁ ପୁନରୁଦ୍ଧାର, ପୁନରୁଦ୍ଧାର ଏବଂ ମରାମତି କରାଯିବା ଉଚିତ ଏବଂ ଏହାକୁ ବ୍ୟବହାରଯୋଗ୍ୟ କରିବା ଏବଂ ଜନସାଧାରଣଙ୍କ ପାଇଁ ପ୍ରବେଶ ବୃଦ୍ଧି କରିବା ପାଇଁ ପ୍ରଦୂଷଣ ମୁକ୍ତ କରାଯିବା ଉଚିତ।

ସହରାଞ୍ଚଳ ପରିବେଶର ଉନ୍ନତି ସମ୍ବନ୍ଧୀୟ ସମସ୍ତ ପରିବେଶଗତ ଆଇନ/ନିୟମ, ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯିବା ଉଚିତ ଏବଂ ପୋଲିସ, ଜଙ୍ଗଲ, ସ୍ୱାସ୍ଥ୍ୟ ବିଭାଗ ଇତ୍ୟାଦି ସମ୍ପୃକ୍ତ କର୍ତ୍ତୃପକ୍ଷମାନେ ସେମାନଙ୍କ ନିଜ ନିଜ କାମ ପରିଚାଳନା କରିବାକୁ ପରାମର୍ଶ ଦିଆଯାଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଉକ୍ତ ବୈଠକରେ ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଅତିରିକ୍ତ ଶାସନ ସଚିବ ରବିନ୍ଦ୍ର ସାହୁ , ସମସ୍ତ ମୁନିସପାଲ କର୍ପୋରେସନର କମିଶନର ,ମୁନିସିପାଲିଟି ଓ ଏନ୍ ଏ ସିର କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ସହିତ ଅନ୍ୟାନ୍ୟ ସମ୍ପୃକ୍ତ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ “ଆଜାଦି କି ଅମୃତ ମହୋତ୍ସବ” ପାଳନ କରୁଥିବାବେଳେ ‘ଜଳ ଜୀବନ ମିଶନ’ (ଜେଜେଏମ୍) ୧୦କୋଟି ଗ୍ରାମୀଣ ପରିବାରକୁ ପାଇପ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେଇ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି।

୨୦୧୯ ଅଗଷ୍ଟ ୧୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍କିଲ୍ଲା ଉପରୁ ଏହି ଜଳଜୀବନ ମିଶନର ଆରମ୍ଭ ବିଷୟ ଘୋଷଣା କରିଥିଲେ। ସେତେବେଳେ ଦେଶର ଗ୍ରାମାଞ୍ଚଳରେ ମାତ୍ର ୩. ୨୩କୋଟି (୧୬.୯୦%) ପରିବାରକୁ ଟ୍ୟାପ୍ ଜଳର ସୁବିଧା ମିଳୁଥିଲା। ଯୋଜନା ଆରମ୍ଭର ତିନିବର୍ଷ ମଧ୍ୟରେ ଏବେ ୨୦୨୨ ଅଗଷ୍ଟ ୧୯ସୁଦ୍ଧା ୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ନିରାପଦ ଓ ସ୍ୱଚ୍ଛ ପାନୀୟ ଜଳଯୋଗାଇ ଦେବା ସମ୍ଭବ ହୋଇଛି।

ଆଜିର ତାରିଖ ସୁଦ୍ଧା ଗୋଆ, ତେଲଙ୍ଗାନା ଓ ହରିଆଣା ରାଜ୍ୟ ଏବଂ ପୁଡୁଚେରୀ, ଦାଦ୍ରା ଓ ନଗର ହାବେଳୀ, ଡାମନ ଓ ଡିଉ ଏବଂ ଅଣ୍ଡାମାନ ନିକୋବର କେନ୍ଦ୍ରଶାସିତ ଅଞ୍ଚଳରେ ଶତ ପ୍ରତିଶତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି।
ଏହା ବ୍ୟତୀତ ପଞ୍ଜାବରେ ଏହି ଜଳ ଯୋଗାଣ ୯୯.୯୩%, ଗୁଜରାଟରେ ୯୭.୦୩%, ବିହାରରେ ୯୫. ୫୧%, ହିମାଚଳ ପ୍ରଦେଶରେ ୯୪.୮୮%ରେ ପହଞ୍ôଚ ଶତ ପ୍ରତିଶତ ଲକ୍ଷ୍ୟ ହାସଲର ନିକଟତର ହୋଇଛି।

୨୦୨୨ ଅଗଷ୍ଟ ସାତ ତାରିଖରେ ଗୋଆ, ଦାଦ୍ରା ଓ ନଗର ହାବେଳି, ଡାମନ ଓ ଡିଉରେ ସବୁ ଗ୍ରାମୀଣ ପରିବାରକୁ ଟ୍ୟାପ ଜଳ ଯୋଗାଇ ଦିଆଯାଇ “ହର ଘର୍ ଜଲ୍” ଯୋଜନାର ପ୍ରଥମ ସଫଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଗ୍ରାମସଭା ଜରିଆରେ ଏସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସବୁ ଗ୍ରାମାଞ୍ଚଳ ପରିବାର ଟ୍ୟାପ୍ ଯୋଗେ ନିୟମିତ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାନୀୟ ଜଳ ପାଉଛନ୍ତି।

ଜଳଜୀବନ ମିଶନର ଲକ୍ଷ୍ୟ ହେଲା ଦେଶର ସବୁ ଗ୍ରାମୀଣ ପରିବାରକୁ ପର୍ଯ୍ୟାପ୍ତ ପରିମାଣର ନିରାପଦ ପାନୀୟ ଜଳ ଦୈନିକ ପାଇପ୍ ଯୋଗେ ଯୋଗାଇ ଦେବା। ଏହା ଏକ ଦୀର୍ଘ ମିଆଦି ଯୋଜନା ଏବଂ ସବୁ ଗ୍ରାମାଞ୍ଚଳ ଲୋକେ ଯେପରି ନିରାପଦ ଓ ସ୍ୱଚ୍ଛ ପାନୀୟ ଜଳ ନିୟମିତଭାବେ ପାଆନ୍ତି ତାହାକୁ ନିଶ୍ଚିତ କରିବାକୁ ସରକାର ଉଦ୍ୟମ କରୁଛନ୍ତି। କରୋନା ମହାମାରୀ ସମେତ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଓ ଅସୁବିଧା ସତ୍ତ୍ୱେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି କାମ ନିରନ୍ତର ଚାଲିଛି। ବଣ, ଜଙ୍ଗଲ, ଅଗମ୍ୟ ଇଲାକା, ପାହାଡ ପର୍ବତ ଓ ପ୍ରତିକୂଳ ପାଗକୁ ଖାତିର ନ କରି ଏହି ମିଶନ ତାହାର ଲକ୍ଷ୍ୟ ପଥରେ ଆଗେଇ ଚାଲିଛି, ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ। ଯେଉଁଠି ଯୋଗାଯୋଗ ଓ ଗମନାଗମନର ସୁବିଧା ନାହିଁ ସେଠାରେ ହାତୀ, ଘୋଡା, ଓଟ, ଗଧ, ହେଲିକପ୍ଟର ଓ ଡଙ୍ଗା ସାହାଯ୍ୟରେ ପାଇପ୍ ଏବଂ ଅନ୍ୟାନ୍ୟ ଉପକରଣକୁ ପରିବହନ କରାଯାଉଛି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ନିରନ୍ତର ଉଦ୍ୟମ ଫଳରେ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଦେଶର ୮.୬୭ ଲକ୍ଷ (୮୪.୩୫%) ସ୍କୁଲ ଓ ୮.୯୬(୮୦.୩୪%) ଅଙ୍ଗନବାଡି କେନ୍ଦ୍ରକୁ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ ଦେଶର ୧୧୭ ଆକାଂକ୍ଷୀ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବା ବେଳକୁ ମାତ୍ର ୨୪. ୩୨ଲକ୍ଷ (୭.୫୭%) ପରିବାର ପାଖରେ ପାଇପ୍ ଜଳ ସୁବିଧା ଥିଲା। ଏବେ ସେ ସଂଖ୍ୟା ୧. ୫୪କୋଟି (୪୮.୦୦%)ରେ ପହଞ୍ôଚଛି। ତେଲଙ୍ଗାନାର ତିନିଟି ଆକାଂକ୍ଷୀ ଜିଲ୍ଲା ଯଥା ଆସିଫାବାଦ୍, ଭୂପଲପାଲି ଓ କୋଠଗୁଡେମ୍ ଏବଂ ପଞ୍ଜାବର ମୋଗା, ହରିଆଣାର ମେ ୱାଟ, ହିମାଚଳ ପ୍ରଦେଶର ଚାମ୍ବା ଆଦି ଆକାଂକ୍ଷୀ ଜିଲ୍ଲାରେ ଶତ ପ୍ରତିଶତ ଗ୍ରାମୀଣ ପରିବାର ଏବେ ଟ୍ୟାପ୍ ଯୋଗେ ପାନୀୟ ଜଳ ପାଉଛନ୍ତି।

ଜଳଜୀବନ ମିଶନ ଦ୍ୱାରା ଗ୍ରାମାଞ୍ଚଳ ଜନତାଙ୍କ ସାମାଜିକ -ଆର୍ଥିକ ସ୍ଥିତି ଉପରେ ପ୍ରକାଣ୍ଡ ଅନୁକୂଳ ପ୍ରଭାବ ପଡିଛି। ଏହାଦ୍ୱାରା ଲୋକେ ବିଶେଷକରି ପରିବାରର ମହିଳା ଓ ଝିଅମାନେ ଦୈନିକ ପାନୀୟ ଜଳ ସଂଗ୍ରହର ଜଞ୍ଜାଳରୁ ମୁକ୍ତ ହୋଇଛନ୍ତି। ପୂର୍ବରୁ ସେମାନେ ହାଣ୍ଡି, ମାଠିଆ, ବାଲ୍ଟି ଆଦି ଧରି ବହୁ ଦୂରକୁ ଯାଇ ପାଣି ସଂଗ୍ରହ କରି ତାହାକୁ ଅତି କଷ୍ଟରେ ଘରକୁ ଆଣୁଥିଲେ। ଏବେ ସେମାନଙ୍କର ପିଇବା ପାଣି ସଂଗ୍ରହର ଜଞ୍ଜାଳ ଦୂର ହୋଇଥିବାରୁ ବଳୁଥିବା ସମୟକୁ ସେମାନେ ବିଭିନ୍ନ ପ୍ରକାର ଆୟ ପନ୍ଥାରେ ବିନିଯୋଗ କରିପାରୁଛନ୍ତି। ସମୟ ପାଇବାରୁ ସେମାନେ ବିଭିନ୍ନ ଦକ୍ଷତା ବିକାଶ କାମ ଶିଖୁଛନ୍ତି ଏବଂ ପିଲାଙ୍କୁ ପାଠ ପଢାଉରେ ସାହାଯ୍ୟ କରୁଛନ୍ତି।

ଦେଶର ସବୁ ଗ୍ରାମୀଣ ପରିବାରକୁ ନିରାପଦ ପାନୀୟ ଜଳଯୋଗାଣ ନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ଏକ ଦୀର୍ଘ ମିଆଦି ଯୋଜନା। ଏଥିପାଇଁ ଉପଯୁକ୍ତ ଯୋଜନା, ରୂପାୟନ ଓ ବ୍ୟବସ୍ଥା କରାଯାଇଛି। ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଏବଂ ପାଇପ ଲାଇନର ରକ୍ଷଣାବେକ୍ଷଣ କରିବାକୁ ଉପଯୁକ୍ତ ନୀତି ପ୍ରସ୍ତୁତ କରାଯାଇ ଏଥିରେ ଗ୍ରାମ କମିଟିକୁ ନିୟୋଜିତ କରାଯାଉଛି। ଏଥି ପାଇଁ ମୋଟ ୫. ୦୮ ଲକ୍ଷ ଗ୍ରାମ ଜଳ ଓ ପରିମଳ କମିଟି/ ପାଣି ସମିତି ଗଠନ କରାଯାଇଛି। ଏହା ବ୍ୟତୀତ ୪. ୭୮ ଲକ୍ଷ ଭ୍ୟାପ୍ ପ୍ରସ୍ତତ କରାଯାଇ ତା’ ମାଧ୍ୟମରେ ଜଳ ଉତ୍ସ ଠାବ, ଏହାର ଜଳସ୍ତର ବୃଦ୍ଧି, ପରିତ୍ୟକ୍ତ ଜଳର ବିଶୋଧନ ଓ ପୁନଃ ବ୍ୟବହାର ତଥା ଗ୍ରାମ ଜଳଯୋଗାଣ ବ୍ୟବସ୍ଥାର ପରିଚାଳନା ତଥା ରକ୍ଷଣାବେକ୍ଷଣ କାମ ହାତକୁ ନିଆଯାଇଛି।

ଏହି ଯୋଜନାରେ ଜଳର ମାନ ଉପରେ ସବୁଠୁ ଅଧି୍କ ଗୁରୁତ୍ୱ ଦିଆଯାଉଛି। ସେଥି ପାଇଁ ୨୦୭୦ ଜଳ ପରୀକ୍ଷା ଲାବରେଟୋରୀ ସ୍ଥାପନ କରାଯାଇଛି। ଆଜି ସୁଦ୍ଧା ଦେଶରେ ୪. ୫୧ ଲକ୍ଷ ଗ୍ରାମରେ ୬୪ଲକ୍ଷରୁ ଅଧିକ ଜଳର ମାନ ଏହି ଲାବରେଟୋରୀ ମାଧ୍ୟମରେ ପରୀକ୍ଷା କରାଯାଇଛି।

ରାଜ୍ୟମାନଙ୍କରେ ଥିବା ଜଳ ମାନ ପରୀକ୍ଷା କେନ୍ଦ୍ରରେ ଲୋକେ ପାଣିର ନମୁନା ସ୍ୱଳ୍ପ ମୂଲ୍ୟରେ ପରୀକ୍ଷା କରିବାର ସୁଯୋଗ ମଧ୍ୟ ପାଇଛନ୍ତି। ଏହା ବ୍ୟତୀତ ଆଜି ସୁଦ୍ଧା ଦେଶର ୧୦. ୮ ଲକ୍ଷ ଗ୍ରାମୀଣ ମହିଳାଙ୍କୁ ଫିଲ୍ଡ ଟେଷ୍ଟିଂ କିଟ୍ସ ମାଧ୍ୟମରେ ଜଳର ମାନ ପରୀକ୍ଷା ତାଲିମ ପ୍ରଦାନ କରାଯାଇଛି। ଏହି ମହିଳାମାନେ ୧.୭ଲକ୍ଷ ଗାଁରେ କିଟ୍ ମାଧ୍ୟମରେ ୫୮ଲକ୍ଷ ଜଳ ନମୁନା ପରୀକ୍ଷା କରିଛନ୍ତି। (ପିଆଇବି)

Categories
ବିଶେଷ ଖବର

ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଣ: କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି।

ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଦର୍ଶାଇଛନ୍ତି ଜଳ ଜୀବନ ମିଶନ ଯୋଜନାରେ ଓଡିଶାକୁ ପାନୀୟଜଳ ଯୋଗାଇ ଦିଆଯାଉଛି। ଓଡିଶାରେ ୮୮.୫୭ ଲକ୍ଷ ପରିବାର ଥିବାବେଳେ ୨୦୧୯ ଅଗଷ୍ଟ ସୁଦ୍ଧା ମାତ୍ର ୩.୧୧ ଲକ୍ଷ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥିଲା। ତେବେ ଚଳିତ ମାସ ସୁଦ୍ଧା ଏହା ୪୩ଲକ୍ଷ ପରିବାରକୁ ଟପିଯାଇଛି।

ସେହିଭଳି ୨୦୨୨-୨୩ ବର୍ଷର ବଜେଟ୍‍ରେ ଜଳ ଜୀବନ ମିଶନ ପାଇଁ ଅର୍ଥ ଆବଣ୍ଟନ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ପାଇଁ ୭୧୩୩.୧୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଯେଉଁଥିରେ ରାଜ୍ୟ ସରକାରଙ୍କ ଅଂଶ ହେଉଛି ୩୫୨୪.୫୩ କୋଟି। ଅବଶିଷ୍ଟ ୩୬୦୮.୬୨ କୋଟି ଟଙ୍କା କେନ୍ଦ୍ର ସରକାର ଯୋଗାଇଦେବେ।

ସୂଚନା ଅନୁଯାୟୀ ଅବଶିଷ୍ଟ ପରିବାରଗୁଡିକୁ ମିଶନ ଦ୍ୱାରା ଧାର୍ଯ୍ୟ ସମୟସୀମା ୨୦୨୪ ସୁଦ୍ଧା ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ।