Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତର ଚୀନ୍‌ କୁ କଡା ଜବାବ: ସୀମାରେ ଶାନ୍ତି ବିନା ପାରସ୍ପରିକ ସମ୍ପର୍କରେ ଉନ୍ନତି ଅସମ୍ଭବ

ନୂଆଦିଲ୍ଲୀ: ଖୋଲାଖୋଲି ଭାବେ ଚୀନ୍‌କୁ ଭାରତ କହିଛି ଯେ, ପରସ୍ପର ମଧ୍ୟରେ ସମ୍ପର୍କ ସେତେବେଳ ସମ୍ଭବ ହେବ, ଯେତେବେଳେ ସୀମାରେ ଶାନ୍ତି ରହିବ। ଚୀନ୍ ପକ୍ଷକୁ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ସ୍ପଷ୍ଟ କରିଛନ୍ତି ଯେ, ଆମର ସମ୍ପର୍କର ଉନ୍ନତି ପାଇଁ ସୀମା ଅଞ୍ଚଳରେ ଶାନ୍ତି ଏବଂ ଧୈର୍ଯ୍ୟ ଜରୁରୀ ଅଟେ।

ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କର ଉନ୍ନତି ତିନୋଟି ପାରସ୍ପରିକ ଉପରେ ଆଧାରିତ, ଯେଉଁଥିରେ ପାରସ୍ପରିକ ସମ୍ମାନ, ପାରସ୍ପରିକ ସମ୍ବେଦନଶୀଳତା ଏବଂ ପାରସ୍ପରିକ ଆଗ୍ରହ ଅନ୍ତର୍ଭୁକ୍ତ। ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ପ୍ରସଙ୍ଗକୁ ନେଇ ବୈଦେଶିକ ସଚିବଙ୍କ ଏଭଳି ବିବୃତ୍ତି ଆସିଛି।