Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଛାଡିଲେ ପାରାଦ୍ବୀପର ନେତା ବାପି ସର୍ଖେଲ, ରାଜନୀତି ସରଗରମ

ଭୁବନେଶ୍ବର: ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ସେ ଆଜି କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। କିଛିଦିନ ପୂର୍ବରୁ ତାଙ୍କ ପତ୍ନୀ ମୋନିଦୀପା ସର୍ଖଲ ବିଜେଡିରେ ସାମିଲ ହୋଇଥିଲେ। ସେତେବେଳେ ବାପି କଂଗ୍ରେସରୁ ଇସ୍ତଫା ଦେଇ ନ ଥିଲେ। ତେବେ ପାରାଦ୍ବୀପରୁ ବିଜେଡି କାହାକୁ ଟିକେଟ ଦେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପାରାଦ୍ବୀପର ବର୍ତ୍ତମାନ ବିଧାୟକ ଅଛନ୍ତି ସମ୍ବିତ ରାଉତରାୟ। ତାଙ୍କୁ ଦଳ ଟିକେଟ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ଯେତେବେଳେ ବାପିଙ୍କ ପତ୍ନୀ ବିଜେଡିରେ ସାମିଲ ହେଲେ ସେତେବେଳେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏବେ ବାପି ସର୍ଖଲେ କଂଗ୍ରେସରୁ ଇସ୍ତଫା ଦେବା ଦର୍ଶାଉଛି ଯେ ସେ ବିଜେଡିରେ ସାମିଲ ହେବେ। ଏହାପରେ ତାଙ୍କୁ ଦଳ ପାରାଦ୍ବୀପରୁ ଟିକେଟ ଦେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

CycloneAlret: ସ୍ଥଳଭାଗ ଆଡକୁ ଆସୁଛି ସାମ୍ଭବ୍ୟ ବାତ୍ୟା, ଜାଣନ୍ତୁ ପୁରୀରୁ କେତେ ଦୂରରେ ରହିଛି

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ଧିରଧିରେ ସ୍ଥଳଭାଗ ଆଡକୁ ଆସିବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ଏହି ଗଭୀର ଅବପାତକୁ ପରିବର୍ତ୍ତନ ନେବ। ତେବେ ବର୍ତ୍ତମାନ ଜୱାଦ ବିଶାଖପାଟନାମଠାରୁ 210 କିଲୋମିଟର ଦୂରରେ ରହିଛି। ସେହିପରି ଗୋପାଳପୁରରୁ ଏହି 320 କିଲୋମିଟର ଏବଂ ପୁରୀରୁ 390 କିଲୋମିଟର ଦୂରରେ ରହିଛି। ହେଲେ ପାରାଦ୍ବୀପରୁ ଏହା 470 କିଲୋମିଟର ଦୂରରେ ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଦଘାଟିତ ହେଲା ଆପାତକାଳିନ ରେସପନ୍ସ ସେଣ୍ଟର

ରମେଶ ମହାନ୍ତି

ଜଗତସିଂହପୁର: ଆଜି ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଆପାତକାଳିନ ରେସପନ୍ସ ସେଣ୍ଟର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ କହିଲେ ପାରାଦ୍ବୀପ ଶିଳ୍ପାଞ୍ଚଳରେ ରାସାୟନିକ ଦୁର୍ଘଟଣାର ଶିକାର ହେଉଥିବା ଲୋକମାନଙ୍କ ପାଇଁ ଏହି ଆପାତକାଳିନ ରେସପନ୍ସ ସେଣ୍ଟର ସହାୟକ ହୋଇପାରିବ। ସମଗ୍ର ଓଡ଼ିଶାରେ ପ୍ରଥମଥର ପାଇଁ ଏହି ସେଣ୍ଟର ପାରାଦ୍ବୀପ ଠାରେ ନିର୍ମାଣ କରାଯାଇଛି।

ଓଡ଼ିଶାରେ ୩୫ଟି ବିପଦପୂର୍ଣ୍ଣ ମୁଖ୍ୟ ଦୁର୍ଘଟଣା ଫ୍ୟାକ୍ଟ୍ରି ମଧ୍ୟରୁ ପାରାଦ୍ବୀପରେ ୮ଟି ଅବସ୍ଥିତ।ଉକ୍ତ ୮ଟି ଶିଳ୍ପାଞ୍ଚଳ ଅଧିନରେ ୨୦ଟି ବରଫକଳ ,୩ଟି ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରି ଅବସ୍ଥିତ। ଯେଉଁମାନେ ତାଙ୍କର ପ୍ରକ୍ରିୟାକରଣରେ ଆମୋନିଆ ଗ୍ୟାସ ବ୍ୟବହାର କରିଥାନ୍ତି। ଛୋଟ ଛୋଟ ଫ୍ୟାକ୍ଟ୍ରି ଗୁଡିକରେ ରାସାୟନିକ ଦୁର୍ଘଟଣା ଘଟିଲେ ଏହି ଆପାତକାଳିନ ରେସପନ୍ସ ସେଣ୍ଟର ମାଧ୍ୟମରେ ସମସ୍ତ ପ୍ରକାର ସହାୟତା କରାଯାଇପାରିବ। ଏହି ସେଣ୍ଟର ନିର୍ମାଣ ପାଇଁ ୨୦୧୯ ମସିହାରେ କ୍ରାଇସିସ୍ ଗୃପ୍ ମିଟିଙ୍ଗରେ ପରିକଳ୍ପନା କରାଯାଇଥିଲା। ଯାହା ଆଜି ସାକାର ହୋଇପାରିଛି। ପାରାଦ୍ଵୀପର ଇଫକୋ ସଂସ୍ଥା ଏହି ସେଣ୍ଟରର ନିର୍ମାଣ କାର୍ଯ୍ୟ କରିଥିବା ବେଳେ ଦୁର୍ଘଟଣା ସମୟରେ ଯୋଗାଯୋଗ ରକ୍ଷା କରିବା କ୍ଷେତ୍ରରେ ସମସ୍ତ ସରଞ୍ଜାମ ପିପିଏଲ୍ ଯୋଗାଇ ଦେଇଥିଲା।

ଏଥିସହିତ ରାସାୟନିକ ଦୁର୍ଘଟଣା ସମୟରେ ମୁକାବିଲା କରିବା ପାଇଁ ଆବଶ୍ୟକ ହେଉଥିବା ସରଞ୍ଜାମ ଆଇଓସିଏଲ୍ (iocl)ଯୋଗାଇଦେଇଛି।ଶେଷରେ ପାରାଦ୍ବୀପର ଅତିରିକ୍ତ ଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧୀର ଧନ୍ୟବାଦ ଅର୍ପଣ କରିଥିଲେ।ଫ୍ୟାକ୍ଟ୍ରି ଏଣ୍ଡ୍ ବୟଲର ସହକାରୀ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳେଇ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଏହି ଉତ୍ସବରେ ପିପିଏଲ୍, ଇଫକୋ, ଆଇଓସିଏଲ୍, ଆଦାନୀ,ଆର୍ସେଲର ମିତଲ ନିପନ ଷ୍ଟିଲ ଲିମିଟେଡର ମୁଖ୍ୟ ଓ ପ୍ରତିନିଧି ମାନେ ଯୋଗ ଦେଇଥିଲେ।