Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକର “ପାର୍ବଣରେ ସୁନାର ବର୍ଷା” କଣ୍ଟେଷ୍ଟ ର ବିଜେତା ଜିତିଲେ ୨୦ ଗ୍ରାମ ସୁନା

ଭୁବନେଶ୍ଵର: ଗତ ପାର୍ବଣ ମହୋତ୍ସବରେ ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ହୋଇଥିଲା “ପାର୍ବଣରେ ସୁନାର ବର୍ଷା” କଣ୍ଟେଷ୍ଟ। ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ଜ୍ୱେଲର୍ସ ପ୍ରାୟୋଜିତ ଏହି ମେଗା ପ୍ରତିଯୋଗୀତା ‘ପାର୍ବଣରେ ସୁନାର ବର୍ଷା‘ ଅକ୍ଟୋବର ୫ ରୁ ନଭେମ୍ବର ୨୦ ମଧ୍ୟରେ ହୋଇଥିଲା। ପ୍ରତିଯୋଗିତାରେ ଭାଗ ନେଇ ସନ୍ଧ୍ୟା ୬.୩୦ରୁ ରାତି ୯.୩୦ ମଧ୍ୟରେ ପ୍ରସାରିତ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ପଚରା ଯାଇଥିବା ପ୍ରଶ୍ନର ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୪୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିଥିଲା ଲାଲଚାନ୍ଦ ଜ୍ୱେଲର୍ସ ତରଫରୁ ୧ ଗ୍ରାମ ଓଜନର ସ୍ଵର୍ଣ୍ଣ ମୁଦ୍ରା ଏବଂ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ମିଳିଛି ୨୦ ଗ୍ରାମ ଓଜନର ସ୍ଵର୍ଣ୍ଣ ମୁଦ୍ରା। ଦର୍ଶକମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇ ସମ୍ପୂର୍ଣ୍ଣ ଲାଭ ଉଠାଇଥିଲେ।

ଆଜି ସେଇ “ପାର୍ବଣରେ ସୁନାର ବର୍ଷା” କାର୍ଯ୍ୟକ୍ରମ ର ଭାଗ୍ୟଶାଳୀ ବିଜେତାଙ୍କୁ ରାଜଧାନୀର ଦ ନ୍ୟୁ ମ୍ୟାରିଅନ ହୋଟେଲ ରେ ପୁରସ୍କାର ପ୍ରଦାନ କରାଯାଇଛି।

ଜଗତସିଂପୁରର ଲଲାଟ କିଶୋର ସ୍ୱାଇଁ ମେଗା ବିଜେତା ହୋଇ ୨୦ ଗ୍ରାମ ର ସ୍ବର୍ଣ୍ଣ ମୁଦ୍ରା ଉପହାର ପାଇଛନ୍ତି। ଜୀ ସାର୍ଥକ ର ଏଭଳି ପଦକ୍ଷେପକୁ ଭାବ ବିହ୍ଵଳ ହୋଇ ମେଗା ବିଜେତା ବହୁତ ପ୍ରଶଂସା କରିଥିଲେ।

ଏହି ପାର୍ବଣରେ ସୁନାର ବର୍ଷା ଉପହାର ପ୍ରଦାନ ଉତ୍ସବ ରେ ଜୀ ସାର୍ଥକ ଚ୍ୟାନେଲ ହେଡ଼ ପ୍ରତୀକ ସିଲ ଙ୍କ ସମେତ ଲାଲଚାନ୍ଦ ଜ୍ୱେଲର୍ସ ର ଡାଇରେକ୍ଟର ଅଜିତ ହନ୍ସ, ସାଇନାଥ ପଣ୍ଡା ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଜୀ-ସାର୍ଥକ ସବୁବେଳେ ଦର୍ଶକଙ୍କୁ କିଛି ନୂଆ ଦେବାକୁ ଚେଷ୍ଟା କରେ, ଆଗରୁ “ଦେଖିବା ନିତି ହେବା ଲକ୍ଷପତି” ପ୍ରତିଯୋଗିତା ବହୁତ ସଫଳ ହୋଇଥିଲା। ମନୋରଞ୍ଜନ ସହ ପରିବାର ଦାୟିତ୍ଵ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ଵାସ ବଢାଇବା ପାଇଁ ଏହି ପରି ପ୍ରତିଯୋଗୀତା ସବୁ ଏକ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ୟାନେଲ ହେଡ ପ୍ରତୀକ ସିଲ୍ ମତ ଦେଇଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକରେ “ପାର୍ବଣରେ ସୁନାର ବର୍ଷା” ପ୍ରତିଯୋଗିତା

ଭୁବନେଶ୍ଵର: ଏହି ପାର୍ବଣ ମହୋତ୍ସବରେ, ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ହେବ ସୁନାର ବର୍ଷା। ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ପ୍ରଯୋଜିତ ଏହି ମେଗା ପ୍ରତିଯୋଗୀତା “ପାର୍ବଣରେ ସୁନାର ବର୍ଷା”।

ଅକ୍ଟୋବର ୫ରୁ ନଭେମ୍ବର ୨୦ ମଧ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସନ୍ଧ୍ୟା ୬.୩୦ରୁ ରାତି ୯.୩୦ ମଧ୍ୟରେ ପ୍ରସାରିତ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେବେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଲାଲଚାନ୍ଦ ତରଫରୁ ୧ ଗ୍ରାମ ଓଜନର ସ୍ଵର୍ଣ ମୁଦ୍ରା। ତେବେ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ମିଳିବ ଲାଲଚାନ୍ଦ ତରଫରୁ ୨୦ ଗ୍ରାମ ଓଜନର ସ୍ଵର୍ଣ ମୁଦ୍ରା। ପ୍ରତିଦିନ ଘୋଷଣା କରାଯିବ ବିଜେତାଙ୍କ ନାମ। ଜ଼ି ସାର୍ଥକ ଦେଖନ୍ତୁ, ସ୍ଵର୍ଣ ମୁଦ୍ରା ପାଆନ୍ତୁ। ଦର୍ଶକମାନେ ଏହି ପ୍ରତିଯୋଗୀତାର ସମ୍ପୂର୍ଣ୍ଣ ଲାଭ ଉଠାଇବାପାଇଁ ଜ଼ି ସାର୍ଥକର ପୁର ଟିମ୍ ଆଶା ପ୍ରକାଶ କରିଛନ୍ତି।

ଜୀ-ସାର୍ଥକ ସବୁବେଳେ ଦର୍ଶକଙ୍କୁ କିଛି ନୂଆ ଦେବାକୁ ଚେଷ୍ଟା କରେ ଆଗରୁ “ଦେଖିବା ନିତି ହେବା ଲକ୍ଷପତି” ପ୍ରତିଯୋଗିତା ବହୁତ ସଫଳ ହୋଇଥିଲା। ମନୋରଞ୍ଜନ ସହ ପରିବାର ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ପରି ପ୍ରତିଯୋଗୀତା ସବୁ ଏକ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ଯାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।