Categories
ଆଜିର ଖବର ଜାତୀୟ ଖବର

ରାଜନୈତିକ ଦଳରେ ଯୋଗଦେଇ ନୂତନ ଇନିଂସ ଆରମ୍ଭ କଲେ ଅଭିନେତ୍ରୀ ପାୟଲ ଘୋଷ

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ନୂତନ ଇନିଂସ ଆରମ୍ଭ କରିଛନ୍ତି। ସେ କେନ୍ଦ୍ର ମନ୍ତ୍ରୀ ରାମଦାସ  ଆଠୱାଲେଙ୍କ ଦଳ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆରେ ଯୋଗ ଦେଇଛନ୍ତି। ତାଙ୍କୁ ଦଳର ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବେ ମଧ୍ୟ ମନୋନୀତ କରାଯାଇଛି।

ଏନେଇ ପାୟଲ କହିଛନ୍ତି, “ମୁଁ ରାଜନୀତିରେ ପ୍ରବେଶ କରିଥିବାରୁ ଖୁସି  ଅନୁଭବ କରୁଛି। କାରଣ ମୁଁ ସବୁବେଳେ ଅନାଥ ଆଶ୍ରମ ପିଲାମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ଅତୀତରେ ମୁଁ ମୋର ଜନ୍ମଦିନ ଏବଂ ଦିୱାଲୀରେ ଅନାଥ ପିଲାମାନଙ୍କ ସହ ବିତାଇଥିଲି, ତେଣୁ ମୁଁ ସବୁବେଳେ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲି।”

ରାଜନୀତି ହେଉଛି ଏକ ମାଧ୍ୟମ। ଯେଉଁଥିରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଭଲ ସୁଯୋଗ ମିଳିବ। ଏହାସହିତ ମୁଁ ଦଳିତଙ୍କ ନିକଟରେ ଠିଆ ହୋଇପାରିବି। ଦୁଷ୍କର୍ମ, ନିର୍ଯାତନା କିମ୍ବା ଅନ୍ୟାନ୍ୟ ସମସ୍ୟାର ଶିକାର ହେଉଥିବା ମହିଳାମାନଙ୍କ ପାଇଁ କାମ କରିପାରିବି। ଏହା ମୋର ମୂଳ ଉଦ୍ଦେଶ୍ୟ। ଏହି କାରଣରୁ ମୁଁ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ଦଳରେ ଯୋଗଦାନ କରିଛି ବୋଲି ସେ କହିଛନ୍ତି।

ଅଭିନେତ୍ରୀ କହିଛନ୍ତି ଯେ ଆଠୱାଲେ ସର୍ବଦା ତାଙ୍କ ପାଖରେ ଛିଡା ହୋଇଛନ୍ତି ଏବଂ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ମିଠୁ ଅଭିଯୋଗକୁ ଦର୍ଶାଇ ମନ୍ତ୍ରୀ ମୋତେ ଏହି ଯୁଦ୍ଧରେ ସମର୍ଥନ କରିଛନ୍ତି। ଆଠୱାଲେଙ୍କ ବିଷୟରେ ପାୟଲ ଆହୁରି କହିଛନ୍ତି: “ମୁଁ ତାଙ୍କୁ ବହୁତ ସମ୍ମାନ କରେ, ତେଣୁ ଯେତେବେଳେ ସେ ମୋତେ ତାଙ୍କ ଦଳରେ ଯୋଗ ଦେବା ପାଇଁ କହିଥିଲେ, ସେତେବେଳେ ମୁଁ ଏହା ଉପରେ ଚିନ୍ତା କରିବାକୁ ଟିକିଏ ସମୟ ମାଗିଥିଲି। ଶେଷରେ ମୁଁ ହୃଦୟଙ୍ଗମ କରିଥିଲି ଯେ, ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏହା ଏକ ଭଲ ସୁଯୋଗ ଏବଂ ଏଥିରେ ରାଜି ହୋଇ ଦଳରେ ଯୋଗ ଦେଲି ବୋଲି ସେ କହିଛନ୍ତି।

ସେପ୍ଟେମ୍ବର ମାସରେ ପାୟଲ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ସେ ସାମାଜିକ ନ୍ୟାୟ ପାଇଁ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଆଠୱାଲେଙ୍କୁ ମଧ୍ୟ ଭେଟିଥିଲେ। ସେହି ସମୟରେ ଆଠୱାଲେ ଟୁଇଟ୍ କରି ଅଭିନେତ୍ରୀଙ୍କୁ ସମର୍ଥନ ଜଣାଇଥିଲେ ଏବଂ ଅନୁରାଗ କାଶ୍ୟପଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମୁମ୍ବାଇ ପୋଲିସ ନିକଟରେ ଦାବି କରିଥିଲେ। (ଏଜେନ୍ସି)