Categories
ଆଞ୍ଚଳିକ

ଚିଲିକାବାସୀଙ୍କୁ ଆଶ୍ଵସ୍ତି: ବଦଳିଲା ନିଷ୍ପତ୍ତି, ଆସନ୍ତାକାଲି ହେବନି ପାୱାର କଟ୍

ଚିଲିକା: ଆସନ୍ତାକାଲି (ଶୁକ୍ରବାର ଦିନ) ଚିଲିକା ନିର୍ବାଚନମଣ୍ଡଳୀରେ ପାୱାର କଟ୍ ହେବ ନାହିଁ। କିନ୍ତୁ ଏହାକୁ ଏବେ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଚାଲିଥିବା ବେଳେ ସେମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏସଏଲଡ଼ିସି ଉକ୍ତ ପାୱାରକଟ ପାଇଁ ଅନୁମତି ଦେଇନାହାନ୍ତି।

ସୂଚନା ଥାଉକି ୧୩୨/୩୩ କେଭି ନାଭାଲ ଗ୍ରୀଡ଼ର ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହେବାକୁ ଘୋଷଣା କରାଯାଇଥିଲା। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ପୁର୍ବରୁ ସୂଚନା ଦେଇଥିଲେ।