The Samikhsya Desk: ଆଜି ଦିନତମାମ ପୂର୍ବତନ ସାଂସଦ ତଥା ବିଜେଡି ନେତା ପିନାକୀ ମିଶ୍ରଙ୍କ ବାହାଘରକୁ ନେଇ ଚର୍ଚ୍ଚା ଚାଲିଛି। ସେ ଜର୍ମାନୀରେ ତ୍ରୁଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରାଙ୍କୁ ବିବାହ କରିଛନ୍ତି। ଯାହାକୁ ନେଇ ସାମାଜିକ ତଥା ରାଜନୈତିକ ସ୍ତରରେ ବେଶ ଚହଳ ପକାଇଛି। ତେବେ ଏ ନେଇ ଉଭୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
ହେଲେ ମହୁଆଙ୍କ ଏକ୍ସ ପୋଷ୍ଟକୁ ନେଇ ସ୍ପଷ୍ଟ ହୋଇଛି ଯେ, ମହୁଆ ପିନାକୀଙ୍କୁ ବିବାହ କରିଛନ୍ତି। ଉଭୟ କେକ କାଟିବା ଫଟୋକୁ ମହୁଆ ପୋଷ୍ଟ କରି ସେଥିରେ ସେ ଦୁଇ ଧାଡି ଲେଖିଛନ୍ତି। ତାହା ହେଲା ” ଆପଣମାନେ ସ୍ନେହ ଏବଂ ଶୁଭେଚ୍ଛା ଦେଇଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ଫଳରେ ସେମାନଙ୍କର ବିବାହ ହୋଇଛି ବୋଲି ମହୁଆ ସ୍ପଷ୍ଟ କରିଛନ୍ତି।
Thank you everyone for the love and good wishes!! So grateful pic.twitter.com/hbkPdE2X7z
— Mahua Moitra (@MahuaMoitra) June 5, 2025