Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ, ଦୁଃଖ ଭରା ଆଖିରେ ତାଙ୍କୁ କୋଳେଇ ନେଲେ ବାଚସ୍ପତି

ଭୁବନେଶ୍ବର: ଆଜି ପିପିଲିର ବିଧାୟକ ଭାବେ ରୁଦ୍ରପ୍ରତାପ ମହାରଥୀ ଶପଥ ଗ୍ରହଣ କରିଛନ୍ତି। ସେ ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଏହି ଶପଥ କରିଛନ୍ତି। ତାଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶପଥ କରାଇଥିଲେ। ଶପଥ କରାଇବା ପରେ ତାଙ୍କୁ ବାଚସ୍ପତି ଦୁଃଖଭରା ଆଖିରେ କୋଳେଇ ନେଇଥିଲେ। କାରଣ ତାଙ୍କ ବାପା ପ୍ରଦୀପ ମହାରାଥୀ ଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଘନିଷ୍ଠ ବନ୍ଧୁ।

ଏକ ଟୁଇଟ କରି ବାଚସ୍ପତି କହିଛନ୍ତି ଯେ, ‘ଆଜି ଵିଧି ବଦ୍ଧ ଭାବରେ ବିଧାନସଭାରେ ମୋ ଉପସ୍ଥିତିରେ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ ନେଲେ ଶ୍ରୀ ରୁଦ୍ରପ୍ରତାପ ମହାରଥୀ । ଶପଥ ପାଠ କରି ପିପିଲିର ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ପ୍ରତିଶୃତି ନେଲେ। ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ରୁଦ୍ରପ୍ରତାପ ମହାରଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।’

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦୀପ ମହାରଥୀଙ୍କ ଦଶାହ କାର୍ଯ୍ୟରେ ଲଣ୍ଡା ହେଲେ ତାଙ୍କର ଚାରି ଶହ ସମର୍ଥକ

ପିପିଲି, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଆଜି ହେଉଛି ଦଶାହ କାର୍ଯ୍ୟ। ତାଙ୍କର ଅକ୍ଟୋବର 3 ତାରିଖରେ ଭୁବନେଶ୍ବରର ଏକ ହସପିଟାଲରେ ପରଲୋକ ଘଟିଥିଲା। ଏହି ଦଶାହ କାର୍ଯ୍ୟରେ ତାଙ୍କର ଶହଶହ ସମର୍ଥକ ତିଳତର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ତେବେ ତାଙ୍କର ପ୍ରାୟ 4 ଶହ ଯୁବ ସମର୍ଥକ ଲଣ୍ଡା ହୋଇ ଏହି ଶ୍ରଦ୍ଧାଞ୍ଜଳୀ ଦେଇଥିବାର ଜଣାପଡିଛି। ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳିର ବିଭିନ୍ନ ପଞ୍ଚାୟତର ସମର୍ଥକମାନେ ଲଣ୍ଡା ହୋଇ ଦିବଗଂତ ନେତାଙ୍କୁ ସ୍ମରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦୀପ ମହାରଥୀଙ୍କ ଅବସ୍ଥା ସଙ୍କଟାପନ୍ନ, ପରିବାର ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ବର୍ତ୍ତମାନ ସୁଦ୍ଧା ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସି ନାହିଁ। ସୋ କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଅଛନ୍ତି।

ଏପରି ଅବସ୍ଥା ଜାଣିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରଥୀଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରିଛନ୍ତି। ଏପରିକି ଡାକ୍ତରମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଆଶୁ ଆରୋଗ୍ୟ କାମନା କରିଛନ୍ତି।