Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧଳା ଜହର ଜବତ, ମା ଓ ଦୁଇ ପୁଅ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗରର ଏକ ଭଡ଼ା ଘରେ ଚଢ଼ାଉ କରି ବଡ଼ବଜାର ପୋଲିସ କିଛି ଧଳା ଜହର, ୩ ଟି ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ କରିବା ସହ ପୁଜା ପ୍ରଧାନ ନାମ୍ନୀ ଜଣେ ମହିଳା ଓ ତାଙ୍କ ଦୁଇ ପୁଅ ଆକାଶ ଓ ବିକାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଅନୁଯାୟୀ, ଉକ୍ତ ମା ଓ ଦୁଇ ପୁଅ ୫୦୦ ଟଙ୍କା ଲେଖାଏଁ ଛୋଟ ଛୋଟ ପୁଡିଆ କରି ଉକ୍ତ ଅଞ୍ଚଳରେ ବ୍ୟବସାୟ କରୁଥିଲେ। ଏହି ଭଳି ପରିସ୍ଥିତିରେ ପୋଲିସ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଅଚାନକ ଉକ୍ତ ଘର ଉପରେ ଚଢ଼ାଉ କରି ସଫଳତା ପାଇଛି।

ପୋଲିସ କେଶ୍ ନଂ ୪୧୦/୨୩ ଓ ଧାରା ୨୧ ବି/ ଏନ୍ ଡି ପି ଏସ୍ ଆଇନ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ବାପା, ମା’କୁ ଆକ୍ରମଣ ଅଭିଯୋଗରେ ପୁଅ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଗ୍ରାମରେ ବାପାକୁ ଆକ୍ରମଣ ଅଭିଯୋଗରେ ପୁଅକୁ ଗିରଫ କରିଛି ବାଲୁଗାଁ ପୋଲିସ।

ଖବର ମୁତାବକ ସରନଇ ଗ୍ରାମର ନନ୍ଦ କିଶୋର ମହାରଣାଙ୍କ ସାନ ପୁଅ ଗଣେଶ ମହାରଣା (୩୨) ଦୈନନ୍ଦିନ ସାଥୀ ସାଙ୍ଗମାନଙ୍କ ସହ ମଦ୍ୟପାନ କରି ବିଳମ୍ବିତ ରାତିରେ ଘରକୁ ଆସୁଥିବା ବେଳେ ଗାଳି ଗୁଲଜ କରିବା ସହ ବାପା ଓ ମାକୁ ମାରିବାକୁ ଧମକ ଦେଇ ଆସୁଥିଲା। ଯାହାକି ଗତକାଲି ସନ୍ଧ୍ୟାରେ ପୁଅ କାଠ ଫାଳିଆରେ ଉଭୟ ବାପା ମାଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଯାହାଫଳରେ ନନ୍ଦ କିଶୋର ଓ ସ୍ତ୍ରୀ ଙ୍କ ମସ୍ତିଷ୍କରେ ଆଘାତ ଲାଗି ଉଭୟ ଗୁରୁତର ଆହତ ହୋଇଛନ୍ତି।

ଏନେଇ ବାଲୁଗାଁ ଥାନାରେ ଅଭିଯୋଗ କରିବାରେ କେଶ ନଂ ୨୧୩/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ଗଣେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।