Categories
ଆଜିର ଖବର ରାଜ୍ୟ ଖବର

ପୁରୀର ନାମ ପରିବର୍ତ୍ତନ କରିବା ପାଇଁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲା ଜଗନ୍ନାଥ ସେନା

ନୂଆଦିଲ୍ଲୀ: ପୁରୀର ନାମ ପରିବର୍ତ୍ତନ ପାଇଁ ଜଗନ୍ନାଥ ସେନା ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ବହୁତ ସମୟ ଆଲୋଚନା ପରେ ନିଷ୍ପତ୍ତି ହେଲା ଯେ ପ୍ରଥମ ପଦକ୍ଷେପରେ ପୁରୀ ରେଳଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ଶ୍ରୀ ଜଗନ୍ନାଥ ଧାମ୍ ପୁରୀ ଷ୍ଟେସନ୍ କରାଯିବ ଓ ଏଥିପାଇଁ ପୁରୀରୁ ଲକ୍ଷ ଲକ୍ଷ ଲୋକଙ୍କର ସ୍ୱାକ୍ଷର ଅଣାଯିବ।

ଏହା ସହ ପନ୍ଦର ଦିନ ଭିତରେ ପୁରୀରୁ ଏକ ମୁରବୀ ସ୍ତରୀୟ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯିବେ । ଏହା ସହ ଜିଲ୍ଲାର ନିର୍ବାଚିତ ପର୍ତିନିଧି ମାନଙ୍କୁ ସାଥିରେ ଆଣିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ଜଗନ୍ନାଥ ସେନା କୁ ଅନୁରୋଧ କରିଛନ୍ତି । ଦିଲ୍ଳୀରେ ପହଞ୍ଚିବା ପରେ ସମସ୍ତ ଙ୍କୁ ଧରି ଶ୍ରୀ ପ୍ରଧାନ ନିଜେ ରେଳ ମନ୍ତ୍ରୀ ଓ ଅନ୍ୟାନ୍ୟ ବିଭାଗୀୟ ମନ୍ତ୍ରୀ ମାନଙ୍କ ପାଖକୁ ନେଇ ଏହି ନାମ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ଭାବେ ସଫଳ କରାଇବେ ବୋଲି ଦୃଢ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।